ନକାରାତ୍ମକ ସିବିଏସ୍‌ଇ

ନିକଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀର ଟର୍ମ -୧ର ଇଂଲିଶ୍‌ ଭାଷା ପରୀକ୍ଷାରେ ନାରୀ ସ୍ୱାଧୀନତା ବିରୋଧୀ ଏକ ବିଚିତ୍ର ବିଷୟ ପଚରାଯାଇଛି। ସବୁ ଗଣମାଧ୍ୟମରେ କୁହାଯାଇଛି ଯେ, ଏହି ନାରୀ ବିରୋଧୀ ଚିନ୍ତା ପ୍ରଶ୍ନରେ ଆସିଛି। କିନ୍ତୁୁ ଏହାକୁ ମନଦେଇ ପଢ଼ିଲେ ଅନ୍ୟ ଏକ ମାରାତ୍ମକ ଦିଗ ଜଣାପଡୁଛି। ଏଥିରେ ମୂଳ ଲକ୍ଷ୍ୟ ଭାବେ କୁହାଯାଇଛି ଯେ ପିଲାମାନେ କୌଣସି ଭଲ କାମ କରନ୍ତି ନାହିଁ ଏବଂ ସେମାନଙ୍କୁ ଶାସନ କରିବା ହେଉଛି ଏକ ମାତ୍ର ବାଟ। ଯେଉଁ ମୂଳ ଲେଖା ଉପରେ କେତୋଟି ପ୍ରଶ୍ନ ପଚାରାଯାଇଛି, ସେହି ଲେଖାରେ ମହିଳାମାନଙ୍କୁ ଉପଦେଶ ଦିଆଯାଇଛି ଯେ ସ୍ୱାମୀଙ୍କ ଚରଣ ସ୍ପର୍ଶ ହୋଇ ରହିପାରିଲେ ପିଲାଙ୍କୁ ଆୟତ୍ତ କରି ରଖିହେବ। ଏହି ଲେଖାର ବିକୃତ ମନୋଭାବ ଦ୍ୱାରା କେବଳ ମହିଳାମାନଙ୍କୁ ନ୍ୟୂନ କରାଯାଇଛି ତାହା ନୁହେଁ, ଭାରତର ପ୍ରତ୍ୟେକ ପରିବାରରେ ଥିବା ପିଲାଙ୍କୁ କିଭଳି ଭାବେ ଲଗାମ ଲଗାଇ ରଖାଯିବ ତାହାର ବାଟ ଦେଖାଇଦିଆଯାଇଛି। ଏହାର ମୂଳ ଲକ୍ଷ୍ୟ ଭାବେ ଆସନ୍ତାକାଲିର ପିଢ଼ିକୁ ମଧ୍ୟ ଆଦିମ ଯୁଗର ଚିନ୍ତାଧାରାରେ ଗଢ଼ିତୋଳିବାର ଏକ ମାରାତ୍ମକ ପ୍ରଚେଷ୍ଟା କରାଯାଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆଜିର ସମୟରେ ତଥାକଥିତ ‘ନୂଆ ଭାରତ’ ଗଠନର ଯେଉଁ ପ୍ରୟାସ ଚାଲିଛି, ଏହି ଲେଖା ସେହିି ଦିଗକୁ ସ୍ପଷ୍ଟଭାବେ ଇଙ୍ଗିତ କରୁଛି। ଉଦାହରଣ ସ୍ବରୂପ ଏଥିତ୍ରେ ଥିବା ଦୁଇଟି ପ୍ରଶ୍ନକୁ ଦେଖାଯାଉ। ପ୍ରଥମଟି ହେଲା-‘ ଏହି ଲେଖାର ଉଚିତ ଶୀର୍ଷକ କ’ଣ ହେବା ଦରକାର’। ଦିଆଯାଇଥିବା ଇଚ୍ଛାଧୀନ ଉତ୍ତର ହେଲା (କ) ପିଲାଙ୍କ ମଧ୍ୟରେ ବିଶୃଙ୍ଖଳା ପାଇଁ କିଏ ଦାୟୀ, (ଖ) ଘରେ ଶୃଙ୍ଖଳାଭଙ୍ଗ, (ଗ) ଘରେ ପିଲା ଓ ଚାକରଙ୍କ ସ୍ଥାନ କେଉଁଠି, (ଘ) ପିଲାର ମନସ୍ତତ୍ତ୍ୱ। ଅନ୍ୟ ଏକ ପ୍ରଶ୍ନ ହେଲା- ‘ଏହି ପାଠର ଲେଖକ କିଏ’। ଏହାର ଉତ୍ତର (କ) ମହିଳା ଦମନକାରୀ ଚିନ୍ତାଧାରା ପୋଷଣ କରୁଥିବା ପୁରୁଷ, (ଖ) ଜୀବନକୁ ଅତି ହାଲୁକା ଭାବେ ଦେଖୁଥିବା ବ୍ୟକ୍ତି, (ଗ) ଅସନ୍ତୁଷ୍ଟ ସ୍ବାମୀ, (ଘ) ପରିବାରର ଶୁଭଚିନ୍ତକ।
ଉଭୟ ପ୍ରଶ୍ନରେ ଦିଆଯାଇଥିବା ବିଭିନ୍ନ ଉତ୍ତର ଦେଖିଲେ ସବୁଗୁଡ଼ିକ ବିକୃତ ଓ ଅବାସ୍ତବ ବୋଲି ବୁଝାପଡ଼ୁଛି। ଏହା କେବଳ ମହିଳାଙ୍କୁ ହୀନ ଭାବେ ଦର୍ଶାଇବା ସହିତ ପିଲାଙ୍କୁ ମଧ୍ୟ ଅତ୍ୟନ୍ତ ନ୍ୟୂନ ଦୃଷ୍ଟିରେ ଦର୍ଶାଯାଉଛି। କୁହାଯାଉଛି ପିଲାମାନେ ହେଉଛନ୍ତି ଆସନ୍ତାକାଲିର ପିଢ଼ି। ସେମାନେ ହେଲେ ଭବିଷ୍ୟତର ଏହି ଦେଶର ମଙ୍ଗଧାରୀ। କିନ୍ତୁ ଏହିଭଳି ଲେଖାକୁ ବିଧିବଦ୍ଧ ଭାବେ ପାଠ୍ୟକ୍ରମରେ ପ୍ରବେଶ କରାଇ ଯେଉଁ ବାର୍ତ୍ତା ଦିଆଯିବାର ପ୍ରଚେଷ୍ଟା ଆରମ୍ଭ ହୋଇଛି, ତାହା ଏକ ଆଧୁନିକ ସମାଜ ଗଢ଼ିବା ପରିବର୍ତ୍ତେ ଧ୍ୱଂସ କରୁଛି। ଏହା ମନେ ରଖିବାକୁ ହେବ ଯେ, ଏଭଳି ପ୍ରଶ୍ନପତ୍ର ପ୍ରସ୍ତୁତି ଅନେକ ସ୍ତର ଦେଇ ଯାଇଥାଏ। କେଉଁ ଗୋଟିଏ ଗ୍ରାମାଞ୍ଚଳର ଶିକ୍ଷକ ଏହାକୁ ପ୍ରସ୍ତୁତ କରିନାହିଁ। ଖୋଦ୍‌ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ ସିବିଏସ୍‌ଇ ସଂସ୍ଥା ପାଇଁ କରଦାତାଙ୍କର ଅନେକ ଶହ କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରାଯାଉଛି। ସେଥିରେ କାର୍ଯ୍ୟରତ ଶିକ୍ଷାବିତ୍‌ମାନେ ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ବାରମ୍ବାର ଦେଶବାସୀଙ୍କୁ ଧାରଣା ଦିଆଯାଉଛି।
ପ୍ରତିବାଦ ହେବା ପରେ ସିବିଏସ୍‌ଇ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏଭଳି ତ୍ରୁଟି ଭବିଷ୍ୟତରେ କେବେ ଘଟିିବ ନାହିଁ। ଏଥିତ୍ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ପ୍ରଶ୍ନକୁ ବାତିଲ କରିବା ସହ ପରୀକ୍ଷାର୍ଥୀଙ୍କୁ ଏହି ପ୍ରଶ୍ନଗୁଡ଼ିକ ପାଇଁ ପୂର୍ଣ୍ଣ ନମ୍ବର ମିଳିବ। ଯିଏ ବୁଝିବାକୁ ଇଚ୍ଛୁକ ନୁହେଁ ସେଭଳି ବ୍ୟକ୍ତି ଏହି ପଶ୍ଚାତ୍‌ପଦ(ରିଗ୍ରେସିଭ୍‌) ଚିନ୍ତାଧାରାକୁ ସ୍ବୀକାର କରୁଥାଇପାରନ୍ତି। ବିପଦଟି ହେଲା ଯେ ସବୁ ପରୀକ୍ଷାର୍ଥୀ ଏହି ଲେଖାକୁ ପଢ଼ି, ବୁଝି ତାହାର ଉତ୍ତର ଦେବାକୁ ଚେଷ୍ଟା କରି ସାରିଛନ୍ତି। ଅର୍ଥାତ୍‌ ଏଭଳି ମାରାତ୍ମକ ଓ ନକାରାତ୍ମକ ଚିନ୍ତାଧାରାକୁ ପିଲାଙ୍କ ମୁଣ୍ଡରେ ପୂରାଇ ଦିଆଯାଇ ସାରିଲାଣି।
ଅନ୍ୟପଟେ ଏକ ସକାରାମତ୍କ ଚିନ୍ତା ମଧ୍ୟ ଗଢ଼ିଉଠିଛି। ପରୀକ୍ଷା ଦେଇ ଫେରୁଥିବା ପିଲାମାନଙ୍କଠାରୁ ଏହି ଲେଖା ସମ୍ପର୍କରେ ସୋସିଆଲ ମିଡିଆରେ ଖବର ବ୍ୟାପିଗଲା। ସ୍ବଳ୍ପ ସମୟ ମଧ୍ୟରେ ପ୍ରତିକ୍ରିୟା ଅତ୍ୟନ୍ତ ତୀବ୍ର ହେବା ଫଳରେ ସିବିଏସ୍‌ଇ ତୁରନ୍ତ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲା। ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ଏହିଭଳି ପୁରାତନ ଚିନ୍ତାଧାରା ପୂରାଇବା ଗୋଷ୍ଠୀ କ୍ଷମତାକୁ ଅପବ୍ୟବହାର କରୁଥିବାବେଳେ ଆଧୁନିକ ଚିନ୍ତାଧାରା ପୋଷଣ କରୁଥିବା ଦେଶବାସୀ ତୁରନ୍ତ ବିରୋଧ କରିବାକୁ ପଛାଉନାହାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ସାମାଜିକ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଘଟିଲାଣି। ଅନ୍ୟ ଭାଷାରେ କହିଲେ କୌଣସି ଗୋଟିଏ ନକାରାତ୍ମକ ଚିନ୍ତାଧାରା ଏହି ଦେଶକୁ କବଳିତ କରିପାରିବ ନାହିଁ। ଏବେ ମଧ୍ୟ ଆଧୁନିକ ଚିନ୍ତାଧାରା ଜାଗ୍ରତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri