ନାଗପୁର,୨୦ା୬: ଏନ୍ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅବଦୁଲ୍ଲା ତାଲିବ ନାମକ ଉକ୍ତ ଛାତ୍ର ପରୀକ୍ଷା ପାଇଁ ନାଗପୁର, ଓ୍ବାର୍ଦ୍ଧା ଏବଂ ଭଣ୍ଡାରା ସେଣ୍ଟର ଚୟନ କରିଥିଲେ ବୋଲି ତାଙ୍କ ବାପା ଡ. ମହମ୍ମଦ ତାଲିବ କହିଛନ୍ତି।
ଶୁକ୍ରବାର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବାରୁ ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ। ତୁରନ୍ତ ଏନ୍ଟିଏ ନିକଟରେ ଅଭିଯୋଗ କରିବାରୁ ଶନିବାର ଅପରାହ୍ନ ୪ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ।
ତଦନୁଯାୟୀ ନାଗପୁରରେ ପରୀକ୍ଷା ଦେବା ନିମନ୍ତେ ଉକ୍ତ ଛାତ୍ରଙ୍କୁ ଶନିବାର ଅପରାହ୍ନରେ ସାନି ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ଆବୁଧାବି ପରୀକ୍ଷା କେନ୍ଦ୍ରକୁ ନେଇ ଆମେ ବହୁତ ଚିନ୍ତାରେ ଥିବାବେଳେ ଏବେ ଆଶ୍ୱସ୍ତ ହୋଇଛୁ ବୋଲି ମହମ୍ମଦ କହିଛନ୍ତି।