Categories: ଜାତୀୟ

ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲା: ମହାରାଷ୍ଟ୍ରରୁ ପୁଣି ୨ ଗିରଫ

ନୂଆଦିଲ୍ଲୀ,୧୪।୫: ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସିବିଆଇ ଅହିଲ୍ୟାନଗରରୁ ଧନଞ୍ଜୟ ଲୋଖାଣ୍ଡ ଏବଂ ପୁଣେରୁ ମନିଷା ଓ୍ୱାଘମାରେଙ୍କୁ ଗିରଫ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧୪ଟି ସ୍ଥାନରେ ଚଢାଉ କରିଛି।

ଏଥିସହିତ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପ୍ରିଣ୍ଟିଂ ପ୍ରେସ୍‌ ସହ ଯୋଗାଯୋଗରେ ଥିବା ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ଓ ଅନ୍ୟାନ୍ୟ ସଂସ୍ଥାର ବହୁ ଅଧିକାରୀଙ୍କ ଉପରେ ସିବିଆଇ ନଜର ରଖିଛି। ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ତଦନ୍ତକାରୀ ସଂସ୍ଥା ପ୍ରଶ୍ନପତ୍ର ପ୍ରଘଟର ମୂଳ ଉତ୍ସକୁ ଖୋଜିବାରେ ଲାଗିଛି। ଏଥିରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସିବିଆଇ ଅନୁମାନ କରି ତଦନ୍ତ କରୁଛି।

Share