ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ ଏବଂ ସ୍ବଚ୍ଛ ଭାବେ ସମ୍ପାଦନ କରିବା ପାଇଁ ଦଶବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରାଯାଇଥିଲା। ରବିବାର ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଦେଶ, ବିଦେଶରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
ପରୀକ୍ଷା ପରିଚାଳନାକୁ ନିର୍ବିଘ୍ନ ଏବଂ ସୁରକ୍ଷିତ କରିବା ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ସହ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ପରୀକ୍ଷା କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି ଏବଂ ଏହି ପ୍ରକ୍ରିୟା ସହ ସମ୍ପୃକ୍ତ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ବୟ କେତେ ବ୍ୟବସ୍ଥିତ ହୋଇଛି, ତାହା ପରୀକ୍ଷା କରିବା ପାଇଁ ଶନିବାର ମକ ଡ୍ରିଲ କରାଯାଇଥିଲା।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ରୀଛାତ୍ରଙ୍କ କାଗଜପତ୍ର ଏବଂ ଡ୍ରେସ କେଡ ଯାଞ୍ଚ କରାଯାଇଥିଲା। ଶେଷ ମୁହୂର୍ତ୍ତର କୌଣସି ସମସ୍ୟାରୁ ଦୂରେଇ ରହିବା ନିମନ୍ତେ ଏନ୍ଟିଏ ଦ୍ୱାରା ଜାରି ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ପରୀକ୍ଷାର୍ଥୀଙ୍କୁ ପୂର୍ବାହ୍ନ ୧୧ଟାରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିଥିଲା। ଅପରାହ୍ନ ୧ଟା ୩୦ରେ ଗେଟ ବନ୍ଦ କରିଦିଆଯାଇଥିଲା। ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ହୋଇଥିଲା। ରଫ କାମ ପାଇଁ ଏଥର ବୁକ୍ଲେଟରେ ଛାତ୍ରୀଛାତ୍ରଙ୍କୁ ୪ ପୃଷ୍ଠା ମିଳିଥିବା ସୂଚନା ମିଳିଥିବା ବେଳେ ଯାହାକି ପୂର୍ବରୁ ୨ ପୃଷ୍ଠା ରହିଥିଲା।