Posted inଜାତୀୟ

ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା ଏନଇଇଟି ୟୁଜି ୧୭ ଜୁଲାଇ, ରବିବାର ଅପରାହ୍ନ ୨ ଟାରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ହେବ।

ପରୀକ୍ଷା ସମ୍ପୂର୍ଣ୍ଣ ରୂପେ ପେନ୍‌ ଏବଂ ପେପର ମୋଡରେ ହେବ । ଏହି ପରୀକ୍ଷା ଏମବିବିଏସ୍‌,ବିଡିଏସ୍‌, ବିଏଚଏମଏସ, ବିଓ୍ବାଇଏମ୍‌ଏସ୍‌, ବିଭିଏସସି ଏବଂ ମନୋନୀତ ବିଏସ୍‌ସି ନର୍ସିଂ କଲେଜ ପାଠ୍ୟକ୍ରମର ପ୍ରାୟ ଏକ ଲକ୍ଷ ୪୦ ହଜାର ସିଟ ପାଇଁ ହେବ। ଏଥିପାଇଁ ପ୍ରାୟ ୧୮ ଲକ୍ଷ ପ୍ରାର୍ଥୀ ଆବେଦନ କରିଛନ୍ତି।

ଏମ୍ସ୍‌ ଏବଂ ଜିପମର ପରି ଖ୍ୟାତିସମ୍ପନ୍ନ ମେଡିକାଲ କଲେଜଗୁଡ଼ିକରେ ଆଡମିଶନ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ହେବ। ଚଳିତ ବର୍ଷ ଏନଟିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷା ସମାପ୍ତ ହେବା ପରେ ଉଭୟ ଏନଇଇଟି ୟୁଜି ପରୀକ୍ଷା ମୁଖ୍ୟ ଓଏମଆର ଶିଟ ଏବଂ ଓଏମଆର ଶିଟର ଅଫିସ କପି ଇନଭିଜିଲେଟରଙ୍କ ନିକଟରେ ଦାଖଲ କରିବାକୁ ପଡିବ। ପରୀକ୍ଷା ସମାପ୍ତ ହେବା ପରେ ଆଡମିଟ କାର୍ଡ ଏବଂ ପୋଷ୍ଟକାର୍ଡ ସାଇଜ ଫଟୋ ମଧ୍ୟ ପରୀକ୍ଷକଙ୍କୁ ଦେବାକୁ ପଡିବ।

ପରୀକ୍ଷା କେନ୍ଦ୍ରକୁ କାଲକୁଲେଟର, ମୋବାଇଲ ଫୋନ, ଘଣ୍ଟା, ବ୍ଲୁଟୁଥ ଡିଭାଇସ ଭଳି ଇଲେକ୍ଟ୍ରୋନିକ ଉପକରଣ ନେବା ନିଷେଧ। ଆଡମିଟ କାର୍ଡ, ପୋଷ୍ଟକାର୍ଡ ସାଇଜ ଫଟୋଗ୍ରାଫ ଏବଂ ମୂଳ ଆଇଡି କାର୍ଡ ବ୍ୟତୀତ ଅନ୍ୟ କୌଣସି କାଗଜ କେନ୍ଦ୍ରକୁ ନିଆଯାଇ ପାରିବ ନାହିଁ ।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବାହ୍ନ ୧୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସମସ୍ତ ପ୍ରାର୍ଥୀଙ୍କୁ ଆଡମିଟ କାର୍ଡରେ ୟଭିନ୍ନ ଭିନ୍ନ ରିପୋର୍ଟିଂ ସମୟ ଦିଆଯାଇଛି। ଏହା ଅନୁଯାୟୀ ସେମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଯାହା ଦ୍ୱାରା ସାମାଜିକ ଦୂରତା ବଜାୟ ରହିବା ସହଜ ହେବ ଏବଂ ପରୀକ୍ଷା କେନ୍ଦ୍ରରେ ଭିଡ଼ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri