ନିଟ୍‌ ରେଜଲ୍ଟ ପ୍ରକାଶ: ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୯(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି)-୨୦୨୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଦେଶରେ ମୋଟ ୧୭,୬୪,୫୭୧ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୯୩,୦୬୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୬୩,୯୦୨ଜଣ ଛାତ୍ରୀ ଥିବାବେଳେ ୪,୨୯,୧୬୦ଜଣ ଛାତ୍ର ରହିଛନ୍ତି। ଓଡ଼ିଶାରୁ ୪୩,୦୮୦ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବା ବେଳେ ୨୬,୨୭୯ କୃତକାର୍ଯ୍ୟ ହୋଇଛନ୍ତି। ରାଜସ୍ଥାନର ତନିଷ୍କା ୯୯.୯୯୯୭୭୩୩ ପର୍ସେଣ୍ଟାଇଲ ସ୍କୋର ସହ ସର୍ବଭାରତୀୟସ୍ତରରେ ଏନ୍‌୍‌ଇଇଟି ର଼୍ୟାଙ୍କ-୧ରେ ଥିବାବେଳେ ସମାନ ସ୍କୋର ରଖି ଦିଲ୍ଲୀର ବତ୍ସ ଆଶିଷ ବାତ୍ରା ଦ୍ୱିତୀୟ, କର୍ନାଟକର ହୃଷୀକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ରୁଚା ପୱାସେ ଚତୁର୍ଥ ର଼୍ୟାଙ୍କ ପାଇଛନ୍ତି। ଶ୍ରେଷ୍ଠ ୫୦ଜଣଙ୍କ ତାଲିକାରେ ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ୩୯ ର଼୍ୟାଙ୍କ ପାଇଛନ୍ତି। ପ୍ରିୟ ୭୦୫ ନମ୍ବର ରଖିଥିବା ବେଳେ ୯୯.୯୯୭୬୧୯୮ପର୍ସେଣ୍ଟାଇଲ ସ୍କୋର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେହିପରି ଦେଶରେ ଶ୍ରେଷ୍ଠ ୧୦ ଭିନ୍ନକ୍ଷମ(ପିଡବ୍ଲ୍ୟୁଡି) ଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଛାତ୍ର ସ୍ଥାନ ପାଇଛନ୍ତି। ପ୍ରିତମ ଗୋଚ୍ଛାୟତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସର୍ବଭାରତୀୟ ସ୍ତରରେ ୫,୫୧୧ ର଼୍ୟାଙ୍କ ହାସଲ କରିଛନ୍ତି। ଚନ୍ଦନ ଦାସ ପଞ୍ଚ ସ୍ଥାନରେ ଥିବାବେଳେ ସର୍ବଭାରତୀୟ ସ୍ତରରେ ୧୩,୩୨୬ ର଼୍ୟାଙ୍କ ହାସଲ କରିଛନ୍ତି।
ଏନ୍‌ଇଇଟି(ୟୁଜି)-୨୦୨୨ ଗତ ଜୁଲାଇ ୧୭ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶ ବାହାରର ୧୪ଟି ସହରକୁ ମିଶାଇ ମୋଟ ୪୯୭ ସହରରେ ୩,୫୭୦ ପରୀକ୍ଷା କେନ୍ଦ୍ର ହୋଇଥିଲା। ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ ଆବୁଧାବି, ବ୍ୟାଙ୍କକ୍‌, କଲମ୍ବୋ, ଦୋହା, କାଠମାଣ୍ଡୁ, କୁଆଲାଲମ୍ପୁର, ଲାଗୋସ, ମାନାମା, ମସ୍କାଟ, ରିୟାଧ, ଶାରଜା, ସିଙ୍ଗାପୁର, ଦୁବାଇ ଓ କୁଏଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri