ନିଟ୍‌ ରେଜଲ୍ଟ ପ୍ରକାଶ: ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର, ଓଡ଼ିଶା ଟପ୍ପର ପ୍ରିୟ ସୋମଦତ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୯(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏନ୍‌ଇଇଟି(ୟୁଜି)-୨୦୨୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଦେଶରେ ମୋଟ ୧୭,୬୪,୫୭୧ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୯,୯୩,୦୬୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫,୬୩,୯୦୨ଜଣ ଛାତ୍ରୀ ଥିବାବେଳେ ୪,୨୯,୧୬୦ଜଣ ଛାତ୍ର ରହିଛନ୍ତି। ଓଡ଼ିଶାରୁ ୪୩,୦୮୦ଜଣ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିବା ବେଳେ ୨୬,୨୭୯ କୃତକାର୍ଯ୍ୟ ହୋଇଛନ୍ତି। ରାଜସ୍ଥାନର ତନିଷ୍କା ୯୯.୯୯୯୭୭୩୩ ପର୍ସେଣ୍ଟାଇଲ ସ୍କୋର ସହ ସର୍ବଭାରତୀୟସ୍ତରରେ ଏନ୍‌୍‌ଇଇଟି ର଼୍ୟାଙ୍କ-୧ରେ ଥିବାବେଳେ ସମାନ ସ୍କୋର ରଖି ଦିଲ୍ଲୀର ବତ୍ସ ଆଶିଷ ବାତ୍ରା ଦ୍ୱିତୀୟ, କର୍ନାଟକର ହୃଷୀକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ରୁଚା ପୱାସେ ଚତୁର୍ଥ ର଼୍ୟାଙ୍କ ପାଇଛନ୍ତି। ଶ୍ରେଷ୍ଠ ୫୦ଜଣଙ୍କ ତାଲିକାରେ ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ ୩୯ ର଼୍ୟାଙ୍କ ପାଇଛନ୍ତି। ପ୍ରିୟ ୭୦୫ ନମ୍ବର ରଖିଥିବା ବେଳେ ୯୯.୯୯୭୬୧୯୮ପର୍ସେଣ୍ଟାଇଲ ସ୍କୋର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେହିପରି ଦେଶରେ ଶ୍ରେଷ୍ଠ ୧୦ ଭିନ୍ନକ୍ଷମ(ପିଡବ୍ଲ୍ୟୁଡି) ଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଛାତ୍ର ସ୍ଥାନ ପାଇଛନ୍ତି। ପ୍ରିତମ ଗୋଚ୍ଛାୟତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସର୍ବଭାରତୀୟ ସ୍ତରରେ ୫,୫୧୧ ର଼୍ୟାଙ୍କ ହାସଲ କରିଛନ୍ତି। ଚନ୍ଦନ ଦାସ ପଞ୍ଚ ସ୍ଥାନରେ ଥିବାବେଳେ ସର୍ବଭାରତୀୟ ସ୍ତରରେ ୧୩,୩୨୬ ର଼୍ୟାଙ୍କ ହାସଲ କରିଛନ୍ତି।
ଏନ୍‌ଇଇଟି(ୟୁଜି)-୨୦୨୨ ଗତ ଜୁଲାଇ ୧୭ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶ ବାହାରର ୧୪ଟି ସହରକୁ ମିଶାଇ ମୋଟ ୪୯୭ ସହରରେ ୩,୫୭୦ ପରୀକ୍ଷା କେନ୍ଦ୍ର ହୋଇଥିଲା। ଇଂଲିଶ, ହିନ୍ଦୀ, ଓଡ଼ିଆ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ହୋଇଥିଲା। ଚଳିତବର୍ଷ ପ୍ରଥମ ଥର ପାଇଁ ଆବୁଧାବି, ବ୍ୟାଙ୍କକ୍‌, କଲମ୍ବୋ, ଦୋହା, କାଠମାଣ୍ଡୁ, କୁଆଲାଲମ୍ପୁର, ଲାଗୋସ, ମାନାମା, ମସ୍କାଟ, ରିୟାଧ, ଶାରଜା, ସିଙ୍ଗାପୁର, ଦୁବାଇ ଓ କୁଏଟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକାଲପଟାସ୍‌ ଜଙ୍ଗଲରେ କୁଢ଼କୁଢ଼ ଅଳିଆ: ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ଦୃଷ୍ଟି ଆଢୁଆଳରେ ରହିଥିବାରୁ ଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକ...

ଗୁମର ଖୋଲିଦେଲେ ତାନ୍ୟା: ବିଗ୍‌ ବସ୍‌ରୁ ଆସିବା ପରେ….

ମୁମ୍ବାଇ:ଶେଷ ହୋଇଛି ‘ବିଗ୍‌ ବସ୍‌ ୧୯’। ଏହି ଶୋ’ରେ ସବୁଠୁ ଚର୍ଚ୍ଚାରେ ଥିବା ଆଧ୍ୟାତ୍ମିକ କଣ୍ଟେଣ୍ଟ କ୍ରିଏଟର ତାନ୍ୟା ମିତ୍ତଲଙ୍କୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ...

ରେଳେଓ଼୍ବ ଗ୍ରୁପ ଡିରେ ବଡ଼ ନିଯୁକ୍ତି ଅପଡେଟ, ଦଶମ ପାସ୍‌ କରିଥିଲେ ମିଳିବ ସୁଯୋଗ, ଦରମା ରହିଛି…

ନୂଆଦିଲ୍‌ଲୀ,୧୧।୧୨: ସୋସିଆଲ ମିଡିଆରେ ୬୨,୪୬୦ ପଦବୀ ପାଇଁ ରେଳବାଇ ଗ୍ରୁପ ଡି ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞପ୍ତି ଭାଇରାଲ ହେଉଛି, କିନ୍ତୁ ରେଳବାଇ ନିଯୁକ୍ତି ବୋର୍ଡ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଗୋଆ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରେ ଅଟକ ଦୁଇ କ୍ଲବ୍ ମାଲିକ

ଗୋଆ,୧୧ା୧୨: ଗୋଆ ଅଗ୍ନିକାଣ୍ଡ ଘଟଣାରେ ବଡ଼ ଆକ୍ସନ । ଥାଇଲ୍ୟାଣ୍ଡରେ ଅଟକ ରହିଲେ କ୍ଲବର ଦୁଇ ମାଲିକ । ତେବେ ଡିସେମ୍ବର ୬ ତାରିଖରେ ଗୋଆର ଆରପୋରାରେ...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri