Categories: ଜାତୀୟ

ନିଟ୍‌-ପିଜି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ,୧।୬: ନ୍ୟାଶ୍‌ନାଲ୍‌ ବୋର୍ଡ ଅଫ୍‌ ଏଗ୍‌ଜାମିନେସନ୍‌(ଏନ୍‌ବିଇ) ବୁଧବାର ନିଟ୍‌-ପିଜି ୨୦୨୨ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରିଛି। ନିଟ୍‌-ପିଜିର ଫଳାଫଳ ରେକର୍ଡ ୧୦ ଦିନରେ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନସୁଖ ମାଣ୍ଡଭିୟା ଏନ୍‌ବିଇକୁ ପ୍ରଶଂସା କରିଛନ୍ତି।
ମାଣ୍ଡଭିୟା ଟୁଇଟ କରି କହିଛନ୍ତି, ନିଟ୍‌-ପିଜି ପାଇଁ ଯୋଗ୍ୟତା ହାସଲ କରିଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ୧୦ ଦିନ ଭିତରେ ଫଳାଫଳ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିନ ପୂର୍ବରୁ ଫଳାଫଳ ଘୋଷଣା କରି ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ ମୁଁ ଏନ୍‌ବିଇକୁ ପ୍ରଶଂସା କରୁଛି।

Share