Posted inଖେଳ

ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ନୂଆଦିଲ୍ଲୀ, ୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ। ତା’ପରେ ଯାଇ ସେ ଆଗାମୀ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନେବେ।

ଜର୍ମାନୀରେ ଚୋପ୍ରା ଅତିକମ୍‌ରେ ଦେଢ଼ ମାସ ଅବସ୍ଥାନ କରିବେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ଜୁନ୍‌ରେ ଫିନ୍‌ଲାଣ୍ଡରେ ଅନୁଷ୍ଠିତ ପାଭୋ ନୁର୍ମି ଗେମ୍ସରେ ବିଜୟ ପରେ ତାଙ୍କ ଇଞ୍ଜୁରୀକୁ ନେଇ ସେ ପ୍ୟାରିସ ଅଲିମ୍ପିକ୍ସ ପରେ ଜର୍ମାନୀର ଜଣେ ଡାକ୍ତରଙ୍କ ସହ ପରାମର୍ଶ ନେବେ ବୋଲି ଚୋପ୍ରା କହିଥିଲେ। ୨୦୨୩ରେ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଥିବା ବେଳେ ତାଙ୍କର ଗ୍ରୋଇନ୍‌ ଇଞ୍ଜୁରୀ ହୋଇଥିଲା। ମାଂସପେଶୀରେ ସମସ୍ୟା ଯୋଗୁ ସେ ଏକମାସରୁ ଅଧିକ ସମୟ ଛୁଟିରେ ଥିଲେ। ୨୬ ବର୍ଷୀୟ ନୀରଜ ତାଙ୍କ ଇଞ୍ଜୁରୀକୁ ନେଇ ଜର୍ମାନୀରେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି।

ଗତମାସରେ ଅଲିମ୍ପିକ୍ସ ପୂର୍ବରୁ ସେ ଜର୍ମାନୀର ସାର୍‌ବ୍ରକେନଠାରେ କିଛି ଦିନ ପାଇଁ ଟ୍ରେନିଂ ନେଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ବେଳେ ନୀରଜ ସେପ୍ଟେମ୍ବର ୧୪ରେ ବେଲ୍‌ଜିୟମର ବ୍ରସେଲ୍ସରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ଫାଇନାଲରେ ଅଂଶଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଯଦି ତାହା ସମ୍ଭବପର ହୁଏ ତେବେ ତାଙ୍କୁ ଅଗଷ୍ଟ ୨୨ରେ ଲାଉସାନେ ଏବଂ ସେପ୍ଟେମ୍ବର ୫ରେ ଜୁରିଚ୍‌ଠାରେ ହେବାକୁଥିବା ଡିଏଲ୍‌ ମିଟ୍‌ ମଧ୍ୟରୁ ଗୋଟିଏ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri