ଶକ୍ତିଙ୍କୁ ପ୍ରପୋଜ୍‌ କଲେ ନୀରଜ

ମୁମ୍ବାଇ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବଢିଯାଇଛି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ସୁଯୋଗ ମିଳୁଛି। ନିକଟରେ ତାଙ୍କୁ ଡାନ୍ସ ରିଆଲିଟି ଶୋ’ ଡାନ୍ସ ପ୍ଲସ-୬ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଶୋ’ର ହୋଷ୍ଟ ରାଘବ ଜୁଇଆଲଙ୍କ ସହ ମଜାଳିଆ ଢଙ୍ଗରେ ଡାନ୍ସ କରଥିଲେ ନୀରଜ ।
ଆଉ ସବୁଠାରୁ ଖାସ୍‌ କଥା ହେଉଛି, ସମସ୍ତଙ୍କ ସାମ୍ନାରେ ନୀରଜ କୋରିଓଗ୍ରାଫର ଶକ୍ତି ମୋହନଙ୍କୁ ପ୍ରପୋଜ୍‌ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

 

 

Share