Categories: ଖେଳ

ବିଶ୍ୱକପ୍‌ ପାଇନାଲ୍‌ ପୂର୍ବରୁ ଭାରତୀୟ ଦଳକୁ ଟିପ୍ସ ଦେଲେ ନୀରଜ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧:: ରବିବାର ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବ। ଏହାପୂର୍ବରୁ ଭାରତର ତାରକା ଆଥଲେଟ ତଥା ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋ ନୀରଜ ଚୋପ୍ରା ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ଏବଂ କର୍ମଚାରୀଙ୍କୁ ଭେଟିଥିଲେ। ନୀରଜ ବର୍ତ୍ତମାନ ପୋଶ୍ଚେଫଷ୍ଟ୍ରୁମ୍‌ରେ ଅଛନ୍ତି। ଫାଇନାଲ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ସକାରାତ୍ମକ ରହିବାକୁ ଭାରତୀୟ ଦଳକୁ ଟିପ୍ସ ଦେଇଥିଲେ। ବିସିସିଆଇ ଏହାର ଫଟୋ ଶେୟାର କରିଛି।
ଅଲିମ୍ପିକ୍ସ ବ୍ୟତୀତ ନୀରଜ ମଧ୍ୟ ପ୍ରଥମ ଆଥଲେଟ ଯିଏକି ଭାରତ ପାଇଁ ଡାଇମଣ୍ଡ ଲିଗରେ ପଦକ ଜିତିଛନ୍ତି। ସେ ତାଙ୍କର ସମସ୍ତ ଅନୁଭୂତି ଭାରତୀୟ ଦଳ ସହ ବାଣ୍ଟିଥିଲେ।
ଯୁବ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ରବିବାର ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡକୁ ଭେଟିବ।

Share