Posted inଖେଳ

ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ବୁଦାପେଷ୍ଟ,୨୮ା୮: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୮ ଦିନ ଧରି ଚାଲିଥିବା ଏହି ଇଭେଣ୍ଟରେ ଏକାଧିକ ରେକର୍ଡ ଭାଙ୍ଗିଥିବା ବେଳେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ ଚୋପ୍ରା। ପୂର୍ବରୁ ଅଞ୍ଜୁ ବବି ଜର୍ଜ (ଲଙ୍ଗ୍‌ଜମ୍ପ) ବ୍ରୋଞ୍ଜ ଏବଂ ନୀରଜ ରୌପ୍ୟ ପଦକ ହାସଲ କରିଥିଲେ। ଅନ୍ତିମ ଦିବସରେ ଜାଭେଲିନ୍‌ ଥ୍ରୋରେ ନୀରଜ ଚୋପ୍ରାଙ୍କ ବ୍ୟତୀତ ଡି.ପି. ମନୁ ଓ ଓଡ଼ିଶାର କିଶୋର ଜେନାଙ୍କୁ ଆକ୍ସନରେ ଦେଖିବାକୁ ମିଳିଥିଲା। ୩୦୦୦ ମିଟର ମହିଳା ଷ୍ଟିପଲଚେଜ୍‌ରେ ପାରୁଲ ଚୌଧାରୀ ଓ ୪ଗୁଣା ୪୦୦ ମିଟର ପୁରୁଷ ରିଲେ ଦଳକୁ ଆକ୍ସନରେ ଦେଖିବାକୁ ମିଳିଥିଲା।

ନୀରଜ ପୂର୍ବରୁ ୟୁଜିନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏହା ଭାରତର ତୃତୀୟ ପଦକ ହୋଇଥିବା ବେଳେ ବ୍ୟକ୍ତିଗତ ଭାବରେ ନୀରଜଙ୍କ ଏହା ଦ୍ୱିତୀୟ ପଦକ। ଜାଭେଲିନ୍‌ ଥ୍ରୋରେ ଭାରତର ପଦକ ଫେଭରିଟ୍‌ ରହିଥିବା ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ୮୮.୧୭ ମିଟରର ଥ୍ରୋ ସହିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ଦ୍ୱିତୀୟ ପଦକ ହାସଲ କରିଥିଲେ। ପାକିସ୍ତାନର ଅର୍ଶଦ ନଦୀମ୍‌ ୮୭.୮୨ ମିଟରର ଥ୍ରୋ ସହିତ ରୌପ୍ୟ ପଦକ ହାସଲ କରିଥିବା ବେଳେ ଚେକ୍‌ ରିପବ୍ଲିକ୍‌ର ଜାକୁବ୍‌ ଭାଡଲେଚ୍‌ ୮୬.୬୭ ମିଟରର ଥ୍ରୋ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଏକ ଫାଉଲ୍‌ ସହିତ ଆରମ୍ଭ କରିଥିଲେ। ତେବେ ଦ୍ୱିତୀୟ ଥ୍ରୋରେ ସେ ୮୮.୧୭ ମିଟର ଥ୍ରୋ କରିବା ସହିତ ବିଶ୍ୱ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶାର କିଶୋର ଜେନା ୮୪.୨୪ ମିଟର ଥ୍ରୋ ସହ ୫ମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପାରୁଲ ଚୌଧାରୀ ୩,୦୦୦ ମିଟର ମହିଳା ଷ୍ଟିପଲ ଚେଜ୍‌ରେ ୯:୧୫.୩୧ ଟାଇମିଂ ସହ ୧୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ତେବେ ପାରୁଲ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri