Categories: ଖେଳ

ନୀରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ,୧୪।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଅସୁସ୍ଥ। ତାଙ୍କୁ ଗତ ଦୁଇଦିନ ଧରି ପ୍ରବଳ ଜ୍ୱର ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ତାର ରିପୋର୍ଟ ନେଗେଟିଭ୍‌ ଆସିଛି।  ସେ ଅସୁସ୍ଥ ଥିବା କାରଣରୁ ହରିୟାଣା ସରକାରଙ୍କ ପକ୍ଷରୁ କରାଯିବାକୁ ଥିବା ସମ୍ମାନ ସମାରୋହରେ ଯୋଗ ଦେଇପାରି ନ ଥିଲେ। ଏବେ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ନୀରଜ ଭାରତ ଫେରିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାକୁ ନେଇ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସାମାନ୍ୟ ସୁସ୍ଥ ଅନୁଭବ କରୁଥିବାରୁ ସେ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ଜଣାପଡ଼ିଛି।

Share