ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ମାସାବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଗତ ବର୍ଷ ଜାନୁୟାରୀ ୨୦୨୩ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ। ମାସାବାଙ୍କ ବିବାହରେ ବଲିଉଡ ତାରକାମାନେ ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ମାସାବା ଶୀଘ୍ର ମା ହେବାକୁ ଯାଉଥିବା ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି।
ମାସାବା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଲେଖିଛନ୍ତି। ଏକ ଭିଡିଓ ପୋଷ୍ଟ କରିବାବେଳେ ମାସାବା କ୍ୟାପସନ ଲେଖିଛନ୍ତି, ‘ଆମର ଏକ ଖବର ଅଛି, ୨ ଟି କୁନି କୁନି ପାଦ ଆମ ଘରେ ପ୍ରବେଶ କରିବାକୁ ଯାଉଛି। ନୂଆ ଆରମ୍ଭ ପାଇଁ ପ୍ରାର୍ଥନା ଏବଂ ଶୁଭେଚ୍ଛା ପଠାଇ ପାରିବେ। ’ ଯେଉଁଥିରେ ମାସାବା ତାଙ୍କ ସ୍ବାମୀ ସତ୍ୟଦୀପଙ୍କ କାନ୍ଧରେ ମୁଣ୍ଡ ରଖିଥିବାର ନଜର ଆସିଛନ୍ତି।
ମାସାବା ଗୁପ୍ତା ସତ୍ୟଦୀପଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଏହାପୂର୍ବରୁ, ସେ ୨୦୧୫ରେ ମଧୁ ମଣ୍ଟେନାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ, ଦୁହେଁ ୨୦୧୯ରେ ଅଲଗା ହୋଇଯାଇଥିଲେ। ଏହା ପରେ ମାସାବା ପ୍ରାୟ ୪ବର୍ଷ ଅପେକ୍ଷା କରି ଜାନୁୟାରୀ ୨୦୨୩ରେ ସତ୍ୟଦୀପଙ୍କୁ ବିବାହ କରିଥିଲେ। ଏହି ବିବାହରେ ବଲିଉଡ ତାରକାମାନେ ମଧ୍ୟ ଭାଗ ନେଇଥିଲେ।
ନୀନା ଗୁପ୍ତା ଏବଂ କ୍ରିକେଟର ଭିଭିଆନ ରିଚାର୍ଡସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏହି ସମୟରେ ନୀନା ଗୁପ୍ତା ଗର୍ଭବତୀ ହୋଇଥିଲେ।
ଗର୍ଭବତୀ ହେବା ପରେ ନୀନା ଗୁପ୍ତାଙ୍କୁ ଭିଭିଆନ ରିଚାର୍ଡସ ବିବାହ କରିନଥିଲେ। ନୀନା ନିଜ ଝିଅକୁ ଏକାକୀ ଜନ୍ମ ଦେଇ ବଢାଇଥିଲେ। ଏବେ ଜଣେ କୁନି ଅତିଥି ନୀନା ଗୁପ୍ତାଙ୍କ ଘରକୁ ଆସିବାକୁ ଯାଉଛନ୍ତି। ନୀନା ଗୁପ୍ତାଙ୍କ ଝିଅ ମାସାବା ଶୀଘ୍ର ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଏହି ପୋଷ୍ଟରେ ବଲିଉଡ ତାରକାମାନେ ମଧ୍ୟ ମାସାବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କମେଣ୍ଟ ସେକସନରେ ଏହି ପୋଷ୍ଟ ପାଇଁ ଅଭିନନ୍ଦନ ଜଣାଇଛନ୍ତି କ୍ରିତି ସାନନ। ଏହା ସହିତ ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ମଧ୍ୟ ମାସାବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାରା ତେନ୍ଦୁଲକର ଏବଂ ସୁନୀଧି ଚୌହାନଙ୍କ ସମେତ ଅନେକ ବଲିଉଡ ତାରକା ମାସାବାଙ୍କ ଏହି ପୋଷ୍ଟରେ ଅଭିନନ୍ଦନ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri