ପିଅନ୍ତୁ ନିମ୍ବ ଚା’

ଥଣ୍ଡାଦିନେ ଚା’ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି । ହେଲେ ନିମ୍ବ ଚା’ ନାଁ ଶୁଣିଲେ ଅନେକ ଲୋକ ନାକ ଟେକି ଥାଆନ୍ତି । ଏହାର କାରଣ ହେଉଛି ଏହା ପିତା । ତେବେ ଏହା ଶରୀର ପକ୍ଷେ ଖୁବ୍ ଉପକାରୀ । ଏହାଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆ ଓ ଭାଇରସ ମରି ଯାଇଥାଆନ୍ତି । ତେଣୁ ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
ନିମ୍ବ ଚା’ ପିଇଲେ ମୁଖ ଦୁର୍ଗନ୍ଦ ଦୂର ହୋଇଥାଏ । ଏହା ପାଟିରେ ଥିବା ବ୍ୟାକ୍ଟେରିଆଙ୍କୁ ମାରି ଦେଇଥାଏ ।
ଯେଉଁମାନେ କୋଷ୍ଠ କାଠିନ୍ୟ ସମସ୍ୟାରେ ପୀଡ଼ିତ ସେମାନେ ନିମ୍ବ ଚା’ ପିଇଲେ ଏହା ଦୂର ହୋଇଥାଏ ।
ନିମ୍ବ ଚା ପସ୍ତିତି ପାଇଁ ଏହାର ପତ୍ରକୁ ବ୍ୟବହାର କରନ୍ତୁ । ପାଣିରେ ନିମ୍ବ ପତ୍ରକୁ ୫-୭ ମିନିଟ ଫୁଟାଇବା ପରେ ଏଥିରେ ଲେମ୍ବୁ ରସ କିମ୍ବା ମହୁ ମିଶାଇ ପିଇ ପାରିବେ ।
ନମ୍ବ ଚା’ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇ ନ ଥାଏ । ବିଶେଷ କରି ଗର୍ଭବତୀ ଏହାକୁ ପିଇବା ଉଚିତ ନୁହେଁ । ଏହାସହ ଖୁବ୍ କମ୍ ପରିମାଣର ନିମ୍ବ ଚା’ ବ୍ୟବହାର ଶରୀର ପାଇଁ ହିତକର ।