Categories: ଜାତୀୟ

‘ଏଭଳି ପଶୁଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଆବଶ୍ୟକ’

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଦ୍ୱାରକା ମେଟ୍ରୋ ଷ୍ଟେଶନ ନିକଟରେ ବୁଧବାର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କ ଉପରେ ଏସିଡ ମାଡ ହୋଇଛି। ଏହି ଘଟଣାରେ ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟି ଏମ୍‌ପି ଗୌତମ ଗମ୍ଭୀର ଅଭିଯୁକ୍ତଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦେବାକୁ ଦାବି କରିଛନ୍ତି। ଗମ୍ଭୀର ଟୁଇଟ୍‌ କରି କହିଛନ୍ତି, ଶବ୍ଦଗୁଡ଼ିକ ନ୍ୟାୟ ଦେଇପାରିବ ନାହିଁ। ଆମକୁ ଏହି ପଶୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ପଡିବ। ଦ୍ୱାରକାସ୍ଥିତ ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗିଥିବା ଅଭିଯୁକ୍ତଙ୍କୁ ସମସ୍ତଙ୍କ ସାମ୍ନାରେ ଫାଶୀ ଦିଆଯିବା ଆବଶ୍ୟକ।
ସୂଚନାଯୋଗ୍ୟ, ପିଏସ୍‌ ମୋହନ ଗାର୍ଡେନ ଅଞ୍ଚଳର ଜଣେ ୧୭ ବର୍ଷୀୟା ଛାତ୍ରୀ ଯାଉଥିବାବେଳେ ୨ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଉପରକୁ ଏସିଡ ଆକ୍ରମଣ କରିଥିଲେ। ଘଟଣା ସମୟରେ ଛାତ୍ରୀ ତାଙ୍କ ସାନ ଭଉଣୀଙ୍କ ସହିତ ଥିଲେ।
ଏହି ଘଟଣା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍‌। ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

Share