ମଙ୍ଗଳ-ବୃହସ୍ପତିଙ୍କ ନୀଚଭଙ୍ଗ ରାଜଯୋଗ: ଅକ୍ଟୋବର ପହିଲାରୁ ମାଲାମାଲ ହେବେ କନ୍ୟା ସମେତ ୪ ରାଶି, ଧନଲାଭର ପ୍ରବଳ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଚଳନର ବିଶେଷ ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ। ବର୍ତ୍ତମାନ ମଙ୍ଗଳ ନିଜର ନୀଚ ରାଶି କର୍କଟରେ ଗୋଚର କରୁଛନ୍ତି ଏବଂ ୧୨ ନଭେମ୍ବର ପର୍ଯ୍ୟନ୍ତ ଏଠାରେ ରହିବେ। ଅନ୍ୟପଟେ ଦେବଗୁରୁ ବୃହସ୍ପତି ମଧ୍ୟ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କର୍କଟରେ ରହିବେ।

ଏହି କାରଣରୁ କର୍କଟ ରାଶିରେ ମଙ୍ଗଳ-ଗୁରୁଙ୍କ ଯୁତି ସୃଷ୍ଟି ହୋଇଛି। ଜ୍ୟୋତିଷ ମତରେ କର୍କଟରେ ମଙ୍ଗଳ ନୀଚସ୍ଥ ହୋଇଥିବା ବେଳେ ବୃହସ୍ପତି ଉଚ୍ଚସ୍ଥ ହୋଇଥାନ୍ତି। ଏହି ସ୍ଥିତିରେ ମଙ୍ଗଳଙ୍କ ନୀଚତ୍ୱ ଭଙ୍ଗ ହୋଇ ନୀଚଭଙ୍ଗ ରାଜଯୋଗ ଗଠନ ହେଉଥିବା ଜ୍ୟୋତିଷୀମାନେ କହନ୍ତି।

ଏହି ଯୋଗକୁ ଜ୍ୟୋତିଷରେ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଏହାର ପ୍ରଭାବରେ କିଛି ରାଶିର ଜାତକଙ୍କୁ ଧନ, କ୍ୟାରିୟର ଓ ବ୍ୟବସାୟରେ ଲାଭ ମିଳିପାରେ ବୋଲି ଜ୍ୟୋତିଷ ମତ ରହିଛି।

ବୃଷ ରାଶି ପାଇଁ ମଙ୍ଗଳ-ଗୁରୁଙ୍କ ଯୁତି ଏବଂ ନୀଚଭଙ୍ଗ ରାଜଯୋଗ ଲାଭଦାୟକ ହୋଇପାରେ।
ହଠାତ୍‌ ଧନଲାଭର ସୁଯୋଗ ମିଳିପାରେ।
ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିଛି।
କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିପାରେ।
ମନପସନ୍ଦ ଚାକିରି ମିଳିବାର ଯୋଗ ରହିଛି।
ଅଧୁରା କାମ ସଫଳତାର ସହ ଶେଷ ହୋଇପାରେ।

କନ୍ୟା ରାଶି:
କନ୍ୟା ରାଶିର ଜାତକଙ୍କ ପାଇଁ ମଧ୍ୟ ଏହି ଗ୍ରହ ଯୁତି ଶୁଭ ଫଳ ଦେଇପାରେ।
ଭୌତିକ ସୁଖ-ସୁବିଧା ବୃଦ୍ଧି ପାଇପାରେ।
ଆୟର ନୂଆ ନୂଆ ଉତ୍ସ ସୃଷ୍ଟି ହୋଇପାରେ।
ବ୍ୟାଙ୍କ ବାଲାନ୍ସ ବଢ଼ିବାର ସମ୍ଭାବନା ରହିଛି।
ଦୀର୍ଘଦିନ ଧରି ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ।
ବ୍ୟବସାୟ କରୁଥିବା ଲୋକଙ୍କୁ ବିଶେଷ ଲାଭ ମିଳିପାରେ।

ଧନୁ ରାଶି :
ଛାତ୍ରୀଛାତ୍ରଙ୍କ ପାଇଁ ସମୟ ଭଲ ରହିପାରେ।
ପଢ଼ାଶୁଣାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ମନର ଇଚ୍ଛା ପୂରଣ ହୋଇପାରେ।
ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ।
ନୂଆ କାମରେ ସଫଳତା ମିଳିବାର ଯୋଗ ରହିଛି।

କୁମ୍ଭ ରାଶି:
କ୍ୟାରିୟରରେ ଭଲ ସଫଳତା ମିଳିପାରେ।
ବ୍ୟବସାୟରେ ବଡ଼ ଲାଭର ସୁଯୋଗ ଆସିପାରେ।
ପୁରୁଣା ଋଣରୁ ମୁକ୍ତି ମିଳିବାର ଯୋଗ ରହିଛି।
ଚାକିରିଆଙ୍କୁ ନୂଆ ସୁଯୋଗ ମିଳିପାରେ।
ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି।
ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ନୂଆ ସୁଯୋଗ ମିଳିପାରେ।

Dharitri – Odisha’s No.1 Odia Daily

Share
Tags: rashiphala