ନେକ୍ରୋଫିଲିଆ ସମସ୍ୟା ବୃଦ୍ଧି ପାଉଛି: ଚିନ୍ତାରେ ପାକିସ୍ତାନ ସରକାର:…

ଇସଲାମାବାଦ,୩୦।୪ : ନିକଟରେ ପାକିସ୍ତାନରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଖବର ହେଉଛି, ଏଠାରେ ଅନେକ ମାତାପିତା ମୃତ୍ୟୁ ପରେ ସେମାନଙ୍କ ଝିଅମାନଙ୍କ କବରରେ ତାଲା ପକାଉଛନ୍ତି। ମୃତ ଝିଇମାନଙ୍କର କବର ବନ୍ଦ କରିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଝିଅମାନଙ୍କର ମୃତଦେହକୁ ବଳାତ୍କାରରୁ ରକ୍ଷା କରିବା। କୁହାଯାଉଛି , ପାକିସ୍ତାନରେ ନେକ୍ରୋଫିଲିଆ ନାମକ ଏକ ଭୟଙ୍କର ସମାନସିକ ସମସ୍ୟା ବ୍ୟାପିବାରେ ଲାଗିଛି। ଏହି ମାନସିକ ସମସ୍ୟା ଥିବା ଲୋକମାନେ ମୃତଦେହ ସହ ଶାରୀରିକ ସମ୍ପର୍କ ରଖନ୍ତି। ଏହାଦ୍ୱାରା ପୀଡ଼ିତ ଲୋକମାନେ ପାକିସ୍ତାନରେ ଝିଅମାନଙ୍କର କବର ଦିଆଯାଇଥିବା ମୃତଦେହ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି।
ନେକ୍ରୋଫିଲିଆକୁ ପ୍ରକୃତରେ ଏକ ଘୃଣ୍ୟ ସାଇକୋସିସ ଅର୍ଥାତ ମାନସିକ ବିକୃତି କୁହାଯାଏ।

ଏହି ସମସ୍ୟାରେ ପୀଡିତ ବ୍ୟକ୍ତି ମୃତ ଦେହ ସହିତ ଶାରୀରିକ ସମ୍ପର୍କ ରଖି ଆନନ୍ଦ ପାଆନ୍ତି। ନେକ୍ରୋଫିଲିଆ ଶବ୍ଦ ଗ୍ରୀକ ଭାଷାରୁ ଉତ୍ପନ୍ନ ହୋଇଛି, ଯେଉଁଥିରେ ନେକ୍ରୋ ଅର୍ଥ ମୃତ ଶରୀର ଏବଂ ଫିଲିଆ ଅର୍ଥ ପ୍ରେମ। ତେଣୁ, ଗ୍ରୀକ ଭାଷାରେ, ନେକ୍ରୋଫିଲିଆର ଅର୍ଥ ହେଉଛି ମୃତ ଲୋକମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାରେ ଆନନ୍ଦ ନେବା। ପାକିସ୍ତାନରେ ଏପରି ଅନେକ ଘଟଣା ଘଟିଛି ଯେଉଁଥିରେ ନେକ୍ରୋଫିଲିଆରେ ପୀଡିତ ଲୋକମାନେ ମୃତ ଝିଅମାନଙ୍କର ମୃତଦେହକୁ ସେମାନଙ୍କ କବରରୁ ବାହାର କରି ସେମାନଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଭୟ ଯୋଗୁ ଲୋକମାନେ ମୃତ ଝିଇମାନଙ୍କ କବର ଉପରେ ତାଲା ପକାଉଛନ୍ତି ।

ବିଶେଷଜ୍ଞଙ୍କ ଅନୁସାରେ ନେକ୍ରୋଫିଲିଆ ରୋଗୀମାନେ ତାଙ୍କ କାର୍ଯ୍ୟରେ ବାଧା ଦେଉଥିବା ଲୋକଙ୍କୁ ହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହାକୁ ନେକ୍ରୋଫିଲିଜିମ, ନେକ୍ରୋଲାଗ୍ନିଆ, ନେକ୍ରୋସାଇଟସ, ନେକ୍ରୋଲାଇସିସ ଏବଂ ଟାଟାଟୋଫିଲିଆ ମଧ୍ୟ କୁହାଯାଏ ।

ମନସ୍ତତ୍ତ୍ୱବିତ୍ମାନେ କହିଛନ୍ତି, ନେକ୍ରୋଫିଲିଆକୁ ଏକ ଗୁରୁତର ପ୍ରକାରର ମାନସିକ ସମସ୍ୟା କୁହାଯାଇପାରେ। କାରଣ ଏଥିରେ ରୋଗୀ ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବା ଇଚ୍ଛାରେ ମଧ୍ୟ କାହାକୁ ମାରିବାକୁ ଦ୍ୱିଧା କରନ୍ତି ନାହିଁ। ତାହା ହେଉଛି, ଯଦି ଏଭଳି ସମସ୍ୟା ଥିବା କୌଣସି ବ୍ୟକ୍ତିଙ୍କର ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ଥାଏ ଏବଂ ତାଙ୍କୁ ମୃତଦେ ନ ମିଳେ, ତେବେ ସେ କାହାକୁ ମଧ୍ୟ ହତ୍ୟା କରିଥାନ୍ତି। ତାଙ୍କୁ ହତ୍ୟା କରି ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ସେ ରଖିଥାନ୍ତି। ଏହି ଆକଳନ ଦେଖିବା ପରେ ମାନସିକ ରୋଗ ବିଶେଷଜ୍ଞମାନେ କହିଛନ୍ତି, ମହିଳାଙ୍କ ଅପେକ୍ଷା ଏହି ଗୁରୁତର ସମସ୍ୟା ପୁରୁଷମାନଙ୍କଠାରେ ଅଧିକ ଦେଖାଯାଇଥାଏ।

୧୯୪୮ ମସିହାରେ କାଲିଫର୍ନଆରେ ନେକ୍ରୋଫିଲିୟା ସମସ୍ୟାର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ଏଭଳି ସମସ୍ୟା ଭୋଗୁଥିବା ବ୍ୟକ୍ତି ୫୦ ଜଣ ମହିଳାଙ୍କୁ ହତ୍ୟା କରିଥିଲେ ଏବଂ ସେମାନଙ୍କ ମୃତଦେହ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପାକିସ୍ତାନରେ ୨୦୧୧ ରେ ଏଠାରେ ଏପରି ପ୍ରଥମ ମାମଲା ଦେଖିବାକୁ ମିଳିଥିଲା।

Share