Categories: ଜାତୀୟ

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର(ଏପନ୍‌ପିଆର୍‌)କୁ ପୁଣିଥରେ ଅପଡେଟ କରିବାର ଆବଶ୍ୟକତା ରହିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ରିପୋର୍ଟ ବୁଧବାର ଜାରି କରାଯାଇଛି ।
ଋିପୋର୍ଟରେ କୁହାଯାଇଛି ସରକାର ଆସାମକୁ ବାଦ ଦେଇ ସମ୍ପୂର୍ଣ୍ଣ ଦେଶରେ ଏନ୍‌ପିଆର୍ ଡାଟାବେସକୁ ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଜନଗଣନା ୨୦୨୧କୁ ହାଉସ ଲିଷ୍ଟିଂ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସୁବିଧା ଅନୁସାରେ ଅପଡେଟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Share