ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି କମ୍ପାନୀ ପ୍ରତିଷ୍ଠିତ ହୋଇଥିବାବେଳେ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି। ଏହାର ପ୍ରତିଷ୍ଠାତା ଜୟନ୍ତ କୁମାର ଲେଙ୍କା ଆଇଟିଆଇ ପାଠପଢ଼ା ସରିବା ପରେ ଚାକିରି ଜୀବନ ଆରମ୍ଭ କରିଥିଲେ ମଧ୍ୟ ସେଥିରେ ସେ ସନ୍ତୁଷ୍ଟ ନ ଥିଲେ। ୧୯ ବର୍ଷ ବୟସରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ୮୭ହଜାର ୫ଶହ ଟଙ୍କା ନିବେଶରେ ୧୦୦ ବର୍ଗଫୁଟ୍‌ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ବର୍ତ୍ତମାନ ୧ ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳରେ ବିସ୍ତାରିତ ହୋଇଛି। ୨୮ ବର୍ଷର ଏହି ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଜୟନ୍ତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର- କିଭଳି ପାଓ୍ବାର ସିଷ୍ଟମ୍‌ ଶିଳ୍ପରେ ଭବିଷ୍ୟତ ଗଢ଼ିବାର ସ୍ବପ୍ନ ଦେଖିଥିଲେ। ଏ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି?
ଉ- ଅତି ସାଧାରଣ ପରିବାରରେ ମୋର ଜନ୍ମ । ୯୦ ଦଶକରେ ଓଡ଼ିଶାରେ ପାଓ୍ବାର ସପ୍ଲାଏ ଆଜି ପରି ନ ଥିଲା। ଭୋଲ୍ଟେଜ୍‌ କମ୍‌ ବେଶି କାରଣରୁ ଘରୋଇ ବୈଦ୍ୟୁତିକ ଯନ୍ତ୍ର ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଥିଲା। ସେତେବେଳେ ଷ୍ଟାବିଲାଇଜରର ଚାହିଦା ପରିଲକ୍ଷିତ ହେଉଥିଲା। ତେଣୁ ଲୋକଙ୍କୁ ଏଦିଗରେ ସେବା ପ୍ରଦାନ ପାଇଁ ମୁଁ ସ୍ଥିର କରିଥିଲି। ଲୋନ୍‌ କରି ବ୍ୟବସାୟ ଆରମ୍ଭ କରିଥିଲି। ରେଫ୍ରିଜରେଟର, ଟିଭି ଆଦି ପାଇଁ ଷ୍ଟାବିଲାଇଜର ଉପତ୍ାଦନ ଆରମ୍ଭ କରିଥିଲି। ସମୟାନୁକ୍ରମେ ଲିଓଟ୍ରୋନିକ୍ସ ଲୋକଙ୍କ ବିଶ୍ୱାସଭାଜନ ହୋଇଛି।
ପ୍ର- ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ବଜାର ଓ ଏଥିରେ ଲିଓଟ୍ରୋନିକ୍ସର କିପରି ସ୍ଥିତି ରହିଛି?
ଉ- ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ବଜାରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଗ୍ରାହକମାନେ ପୂର୍ବାପେକ୍ଷା ବହୁତ ସଚେତନ ହେଲେଣି। ଉତ୍ତମମାନଯୁକ୍ତ ଏବଂ ଦୀର୍ଘଦିନ ଧରି ଉପଯୋଗୀ ହୋଇପାରୁଥିବା ଉପତ୍ାଦ ପ୍ରତି ସେମାନଙ୍କର ଚାହିଦା ରହୁଛି। ବିଗତ ବର୍ଷରେ ଆମ ପ୍ରତିଷ୍ଠାନ ଏହା ଅନୁଧ୍ୟାନ କରିଛି। ଓଡ଼ିଶା ବଜାରରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଲିଓଟ୍ରୋନିକ୍ସ ସବୁବେଳେ ଗ୍ରାହକ ସେବାକୁ ପ୍ରାଥମିକତା ଦେଇଛି। ରାଉରକେଲା, ଭୁବନେଶ୍ୱର, ଭଦ୍ରକ, ବରଗଡ଼ ଓ ବ୍ରହ୍ମପୁରରେ ସର୍ଭିସ୍‌ ସେଣ୍ଟର ରହିଛି। ଏହାସହ ରାଜ୍ୟର ୩୦ ଜିଲାରେ କାମ ଚାଲିଛି। ଉପତ୍ାଦ ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଅଭିଯୋଗ ପାଇବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାର ସମାଧାନ କରିବାରେ ଆମେ ପ୍ରତିଶ୍ରୁତିବଦ୍ଧ।
ପ୍ର- ଏ କ୍ଷେତ୍ରରେ କେଉଁ ସବୁ ଆହ୍ବାନ ଆସିଥାଏ?
ଉ- ଇଲେକ୍ଟ୍ରୋନିକ୍ସ ଏକ ପ୍ରତିଯୋଗିତାମୂଳକ ବ୍ୟବସାୟ। ଏକାଧିକ ବ୍ରାଣ୍ଡ୍‌ର ସମାନ ଉପତ୍ାଦ ବାଜରରେ ଉପଲବ୍ଧ ହେଉଛି। ଏଭଳି କ୍ଷେତ୍ରରେ ଉପତ୍ାଦର ଉତ୍ତମ ଗୁଣବତ୍ତାରେ ଖିଲାପ ନ କରି କମ୍‌ ଦରରେ ଗ୍ରାହକଙ୍କୁ ଯୋଗାଇଦେବା ଆଦୌ ସହଜ ନୁହେଁ। ଆଉ ଏକ ଚ୍ୟାଲେଞ୍ଜ ହେଉଛି କ୍ରମାଗତ ଭାବେ ବିକଶିତ ହେଉଥିବା ଟେକ୍ନୋଲୋଜି ଲ୍ୟାଣ୍ଡ୍‌ସ୍କେପ୍‌। ଆଗକୁ ବଢ଼ିବା ପାଇଁ ସମୟ ସହ ତାଳଦେଇ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣେଇବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଏକ ଦୃଢ଼ ସର୍ଭିସ୍‌ ନେଟ୍‌ୱର୍କ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ। ଭଲ ଉପତ୍ାଦ ବିକ୍ରୟ ଏବଂ ବିକ୍ରୟ ପରବର୍ତ୍ତୀ ସେବା ମଧ୍ୟ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ବିକ୍ରୟ ପରବର୍ତ୍ତୀ ସେବା ଭିତ୍ତିଭୂମିରେ ବିପୁଳ ପୁଞ୍ଜିନିବେଶ କରିଛୁ, ଯାହାକି ଗ୍ରାହକଙ୍କୁ ଯଥୋଚିତ ସମୟରେ ଆବଶ୍ୟକୀୟ ସେବା ଯୋଗାଇବାରେ ସକ୍ଷମ ହେଉଛି।
ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ- ଗତ ୩ବର୍ଷ ହେବ ମେଟାଲିକ୍‌ ଷ୍ଟୋରେଜ୍‌ ଫର୍ନିଚର ସେଗ୍‌ମେଣ୍ଟ ଆମ ବ୍ୟବସାୟ ସହ ଯୋଡ଼ିହୋଇଛି। ରାଉରକେଲାରୁ ଷ୍ଟିଲ୍‌ ସିଟ୍‌ ଆସୁଛି। ମୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲର କୋଟିଂଠାରୁ ଆରମ୍ଭକରି ଫିଟିଂ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯାଏ। ତେଣୁ ଏହି ବ୍ୟବସାୟ ଆଗକୁ ବଢ଼ାଇବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଛି।
ପ୍ର- ଜଣେ ଅଭିଜ୍ଞ ଉଦ୍ୟୋଗୀ ଭାବେ ନବାଗତଙ୍କ ପାଇଁ କ’ଣ ପରାମର୍ଶ ଦେବେ?
ଉ- ବ୍ୟବସାୟରେ ସଫଳତା ପାଇଁ କଠିନ ପରିଶ୍ରମ, ସଚ୍ଚୋଟତା, ଉପତ୍ାଦରେ ଉତ୍ତମମାନ ବଜାୟ ରଖିବାର କୌଣସି ବିକଳ୍ପ ପଥ ନାହିଁ। ମୁଁ ଆଜି ଯେଉଁଠି ଅଛି, ତାହା ବ୍ୟବସାୟ ପ୍ରତି ମୋର ନିଷ୍ଠାପର ମନୋଭାବ ଯୋଗୁ ସମ୍ଭବ ହୋଇଛି। ଗ୍ରାହକଙ୍କ ସେବା ସବୁଠାରୁ ଊର୍ଦ୍ଧ୍ୱରେ ରଖିବା ଉଚିତ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri