ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି କମ୍ପାନୀ ପ୍ରତିଷ୍ଠିତ ହୋଇଥିବାବେଳେ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି। ଏହାର ପ୍ରତିଷ୍ଠାତା ଜୟନ୍ତ କୁମାର ଲେଙ୍କା ଆଇଟିଆଇ ପାଠପଢ଼ା ସରିବା ପରେ ଚାକିରି ଜୀବନ ଆରମ୍ଭ କରିଥିଲେ ମଧ୍ୟ ସେଥିରେ ସେ ସନ୍ତୁଷ୍ଟ ନ ଥିଲେ। ୧୯ ବର୍ଷ ବୟସରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ୮୭ହଜାର ୫ଶହ ଟଙ୍କା ନିବେଶରେ ୧୦୦ ବର୍ଗଫୁଟ୍‌ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ବର୍ତ୍ତମାନ ୧ ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳରେ ବିସ୍ତାରିତ ହୋଇଛି। ୨୮ ବର୍ଷର ଏହି ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଜୟନ୍ତଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ବାର୍ତ୍ତାଳାପ…

ପ୍ର- କିଭଳି ପାଓ୍ବାର ସିଷ୍ଟମ୍‌ ଶିଳ୍ପରେ ଭବିଷ୍ୟତ ଗଢ଼ିବାର ସ୍ବପ୍ନ ଦେଖିଥିଲେ। ଏ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି?
ଉ- ଅତି ସାଧାରଣ ପରିବାରରେ ମୋର ଜନ୍ମ । ୯୦ ଦଶକରେ ଓଡ଼ିଶାରେ ପାଓ୍ବାର ସପ୍ଲାଏ ଆଜି ପରି ନ ଥିଲା। ଭୋଲ୍ଟେଜ୍‌ କମ୍‌ ବେଶି କାରଣରୁ ଘରୋଇ ବୈଦ୍ୟୁତିକ ଯନ୍ତ୍ର ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଥିଲା। ସେତେବେଳେ ଷ୍ଟାବିଲାଇଜରର ଚାହିଦା ପରିଲକ୍ଷିତ ହେଉଥିଲା। ତେଣୁ ଲୋକଙ୍କୁ ଏଦିଗରେ ସେବା ପ୍ରଦାନ ପାଇଁ ମୁଁ ସ୍ଥିର କରିଥିଲି। ଲୋନ୍‌ କରି ବ୍ୟବସାୟ ଆରମ୍ଭ କରିଥିଲି। ରେଫ୍ରିଜରେଟର, ଟିଭି ଆଦି ପାଇଁ ଷ୍ଟାବିଲାଇଜର ଉପତ୍ାଦନ ଆରମ୍ଭ କରିଥିଲି। ସମୟାନୁକ୍ରମେ ଲିଓଟ୍ରୋନିକ୍ସ ଲୋକଙ୍କ ବିଶ୍ୱାସଭାଜନ ହୋଇଛି।
ପ୍ର- ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ବଜାର ଓ ଏଥିରେ ଲିଓଟ୍ରୋନିକ୍ସର କିପରି ସ୍ଥିତି ରହିଛି?
ଉ- ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ବଜାରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଗ୍ରାହକମାନେ ପୂର୍ବାପେକ୍ଷା ବହୁତ ସଚେତନ ହେଲେଣି। ଉତ୍ତମମାନଯୁକ୍ତ ଏବଂ ଦୀର୍ଘଦିନ ଧରି ଉପଯୋଗୀ ହୋଇପାରୁଥିବା ଉପତ୍ାଦ ପ୍ରତି ସେମାନଙ୍କର ଚାହିଦା ରହୁଛି। ବିଗତ ବର୍ଷରେ ଆମ ପ୍ରତିଷ୍ଠାନ ଏହା ଅନୁଧ୍ୟାନ କରିଛି। ଓଡ଼ିଶା ବଜାରରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଲିଓଟ୍ରୋନିକ୍ସ ସବୁବେଳେ ଗ୍ରାହକ ସେବାକୁ ପ୍ରାଥମିକତା ଦେଇଛି। ରାଉରକେଲା, ଭୁବନେଶ୍ୱର, ଭଦ୍ରକ, ବରଗଡ଼ ଓ ବ୍ରହ୍ମପୁରରେ ସର୍ଭିସ୍‌ ସେଣ୍ଟର ରହିଛି। ଏହାସହ ରାଜ୍ୟର ୩୦ ଜିଲାରେ କାମ ଚାଲିଛି। ଉପତ୍ାଦ ବିକ୍ରି ପରବର୍ତ୍ତୀ ସେବା ପ୍ରଦାନ ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଦେଇଥାଉ। ଅଭିଯୋଗ ପାଇବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହାର ସମାଧାନ କରିବାରେ ଆମେ ପ୍ରତିଶ୍ରୁତିବଦ୍ଧ।
ପ୍ର- ଏ କ୍ଷେତ୍ରରେ କେଉଁ ସବୁ ଆହ୍ବାନ ଆସିଥାଏ?
ଉ- ଇଲେକ୍ଟ୍ରୋନିକ୍ସ ଏକ ପ୍ରତିଯୋଗିତାମୂଳକ ବ୍ୟବସାୟ। ଏକାଧିକ ବ୍ରାଣ୍ଡ୍‌ର ସମାନ ଉପତ୍ାଦ ବାଜରରେ ଉପଲବ୍ଧ ହେଉଛି। ଏଭଳି କ୍ଷେତ୍ରରେ ଉପତ୍ାଦର ଉତ୍ତମ ଗୁଣବତ୍ତାରେ ଖିଲାପ ନ କରି କମ୍‌ ଦରରେ ଗ୍ରାହକଙ୍କୁ ଯୋଗାଇଦେବା ଆଦୌ ସହଜ ନୁହେଁ। ଆଉ ଏକ ଚ୍ୟାଲେଞ୍ଜ ହେଉଛି କ୍ରମାଗତ ଭାବେ ବିକଶିତ ହେଉଥିବା ଟେକ୍ନୋଲୋଜି ଲ୍ୟାଣ୍ଡ୍‌ସ୍କେପ୍‌। ଆଗକୁ ବଢ଼ିବା ପାଇଁ ସମୟ ସହ ତାଳଦେଇ ନୂଆ ନୂଆ ଟେକ୍ନୋଲୋଜିକୁ ଆପଣେଇବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଏକ ଦୃଢ଼ ସର୍ଭିସ୍‌ ନେଟ୍‌ୱର୍କ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ। ଭଲ ଉପତ୍ାଦ ବିକ୍ରୟ ଏବଂ ବିକ୍ରୟ ପରବର୍ତ୍ତୀ ସେବା ମଧ୍ୟ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ବିକ୍ରୟ ପରବର୍ତ୍ତୀ ସେବା ଭିତ୍ତିଭୂମିରେ ବିପୁଳ ପୁଞ୍ଜିନିବେଶ କରିଛୁ, ଯାହାକି ଗ୍ରାହକଙ୍କୁ ଯଥୋଚିତ ସମୟରେ ଆବଶ୍ୟକୀୟ ସେବା ଯୋଗାଇବାରେ ସକ୍ଷମ ହେଉଛି।
ପ୍ର- ଆଗକୁ କ’ଣ ଯୋଜନା ରହିଛି?
ଉ- ଗତ ୩ବର୍ଷ ହେବ ମେଟାଲିକ୍‌ ଷ୍ଟୋରେଜ୍‌ ଫର୍ନିଚର ସେଗ୍‌ମେଣ୍ଟ ଆମ ବ୍ୟବସାୟ ସହ ଯୋଡ଼ିହୋଇଛି। ରାଉରକେଲାରୁ ଷ୍ଟିଲ୍‌ ସିଟ୍‌ ଆସୁଛି। ମୋର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲର କୋଟିଂଠାରୁ ଆରମ୍ଭକରି ଫିଟିଂ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସମ୍ପାଦନ କରାଯାଏ। ତେଣୁ ଏହି ବ୍ୟବସାୟ ଆଗକୁ ବଢ଼ାଇବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଛି।
ପ୍ର- ଜଣେ ଅଭିଜ୍ଞ ଉଦ୍ୟୋଗୀ ଭାବେ ନବାଗତଙ୍କ ପାଇଁ କ’ଣ ପରାମର୍ଶ ଦେବେ?
ଉ- ବ୍ୟବସାୟରେ ସଫଳତା ପାଇଁ କଠିନ ପରିଶ୍ରମ, ସଚ୍ଚୋଟତା, ଉପତ୍ାଦରେ ଉତ୍ତମମାନ ବଜାୟ ରଖିବାର କୌଣସି ବିକଳ୍ପ ପଥ ନାହିଁ। ମୁଁ ଆଜି ଯେଉଁଠି ଅଛି, ତାହା ବ୍ୟବସାୟ ପ୍ରତି ମୋର ନିଷ୍ଠାପର ମନୋଭାବ ଯୋଗୁ ସମ୍ଭବ ହୋଇଛି। ଗ୍ରାହକଙ୍କ ସେବା ସବୁଠାରୁ ଊର୍ଦ୍ଧ୍ୱରେ ରଖିବା ଉଚିତ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri