ଦରକାରୀ ବାବୁ

Dillip Cherian

ଜଣେ ବିଜ୍ଞ, ସଚେତନ ଅଧିକାରୀ ଭାବେ ଅମିତ ଖାରେ ସବୁଥିରେ ସତର୍କ ରହିବା ଯୋଗୁ କାର୍ଯ୍ୟ ଭଲ ଭାବେ ହୋଇଯାଏ ବୋଲି ତାଙ୍କର ଜଣେ ବରିଷ୍ଠ ସହଯୋଗୀ କହନ୍ତି। ଅଧିକାଂଶ ପର୍ଯ୍ୟବେକ୍ଷକ ମଧ୍ୟ ଏହା କହନ୍ତି ଯେ,ଖାରେଙ୍କର ଏହି ପ୍ରବୃତ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପହଞ୍ଚାଇଛି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବାରେ ସାହାଯ୍ୟ କରିଛି। ପ୍ରକୃତ କଥା ହେଉଛି, ସେ ଏନ୍‌ଡିଏ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଶିକ୍ଷାନୀତି ଏବଂ ଆଇଟି ରୁଲ୍‌ସକୁ ମାର୍ଗଦର୍ଶନ କରିଛନ୍ତି। ଏଥିପାଇଁ ଗତମାସରେ ଅବସର ଗ୍ରହଣ କରିଥିବା ଝାଡ଼ଖଣ୍ଡ କ୍ୟାଡର୍‌ ତଥା ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଖାରେଙ୍କୁ ପିଏମ୍‌ଓରେ ଦେଖିତ୍ବାକୁ ମିଳିଛି। ଏନ୍‌ଡିଏ ସରକାରଙ୍କ ପାଇଁ ଅତି ଦରକାରୀ ବାବୁମାନଙ୍କ ମଧ୍ୟରେ ସେ ଅନ୍ୟତମ ବୋଲି ବିଚାର କରାଯାଉଛି। ଖାରେଙ୍କ ଉଚ୍ଚକୋଟୀର କ୍ୟାରିିୟର ରେକର୍ଡକୁ ଦେଖିଲେ ସେ କ୍ୟାବିନେଟ ସଚିିବ ହେବେ ବୋଲି ଆଶା କରାଯାଉଥିତ୍ଲା, କିନ୍ତୁ ତାହା ହେଲାନାହିଁ। ତଥାପି ସେ ପରାମର୍ଶଦାତା ଭାବେ ପିଏମ୍‌ଓରେ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ କ୍ୟାବିନେଟ ସଚିବ ଠାରୁ ନିଜକୁ ଅଧିତ୍କ ପ୍ରଭାବୀ ସାବ୍ୟସ୍ତ କରିପାରିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରି ହୋଇପାରିବେ ବୋଲି କୁହାଯାଉଛି। ତେବେ କେନ୍ଦ୍ରରେ କାର୍ଯ୍ୟ କରିବା ମଧ୍ୟରେ ଖାରେ ସବୁବେଳେ ତାଙ୍କ ପଲିଟିକାଲ ମାଷ୍ଟର୍‌ଙ୍କର ଭରସାଯୋଗ୍ୟ ହୋଇପାରିଛନ୍ତି ଓ ଏପରି କି ଉପା ସରକାର ଅମଳରେ ଏହା ସମ୍ଭବ ହୋଇଛି। ମୋଦି ସରକାରରେ ସୂଚନା ଓ ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିବା ସମୟରେ ସେ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ, ଯାହା ତାଙ୍କୁ ପିଏମ୍‌ଓରେ ପହଞ୍ଚାଇପାରିଲା। ତେବେ କୋଭିଡ୍‌ ସ୍ଥିତି ରହିଥିବାବେଳେ ଆସନ୍ତା ବର୍ଷ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ତାଙ୍କର ସବୁ କୌଶଳ ସରକାରଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ବାଟ ଖୋଲିଛି
କେନ୍ଦ୍ରରେ ବାବୁ ସଙ୍କଟ ଲାଗି ରହିଥିବା ବିଷୟ ପୂର୍ବରୁ ଏହି ସ୍ତମ୍ଭରେ ପ୍ରକାଶ କରାଯାଇଥିଲା। ସଚିବ ସ୍ତରୀୟ ପଦବୀରେ ନିଯୁକ୍ତି ପାଇବା ପାଇଁ ବହୁ ଯୋଗ୍ୟ ଅଧିକାରୀ ଅପେକ୍ଷା କରିଥିତ୍ବାବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମେତ ଅନ୍ୟ ବିଭାଗଗୁଡ଼ିକରେ ଏସବୁ ପଦବୀ ଖାଲି ଥିବା ଉଲ୍ଲେଖ କରାଯାଇଥିଲା। ଏବେ ଅନେକ ଦିନ ପରେ ଏହି ପଦବୀଗୁଡ଼ିକ ଲାଗି ୧୯୮୫ ଏବଂ ୧୯୮୭-୮୯ ବ୍ୟାଚ୍‌ର ୧୨ ଜଣ ଓ ୧୯୯୦ ବ୍ୟାଚର ୨୭ ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିତ୍ରୁ ସ୍ପଷ୍ଟ ଯେ, ଖାଲି ପଡ଼ିଥିତ୍ବା ଏବଂ ଆଗାମୀ କିଛି ମାସ ମଧ୍ୟରେ ଖାଲି ହେବାକୁ ଥିତ୍ବା ପଦବୀଗୁଡ଼ିକ ପୂରଣ କରିବାକୁ ସରକାର ଯୋଜନା କରୁଛନ୍ତି। ତେବେ ଏହି ତାଲିକାରେ କେବଳ ଜଣେ ଗୁଜରାଟ କ୍ୟାଡର୍‌ ଅଧିକାରୀ ରହିଥିବା ପର୍ଯ୍ୟବେକ୍ଷକମାନେ ଲକ୍ଷ୍ୟ କରିଛନ୍ତି। ଏନ୍‌ଡିଏ ସରକାରରେ ସବୁବେଳେ ଗୁଜରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀମାନେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରି ଆସୁଥିବାବେଳେ ଏଭଳି ବିଚିତ୍ର ସ୍ଥିତି ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମା ଇସ୍ପାତ, ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଏବଂ ସୀମା ପରିଚାଳନା ବିଭାଗ ସହ ଅନ୍ୟ ବିଭାଗଗୁଡ଼ିକରେ ଅନେକ ସଚିବ ସ୍ତରୀୟ ପଦବୀ ପୂରଣ ହୋଇନାହିଁ। ଏଭଳି ସମାନ ସ୍ଥିତି ମଧ୍ୟ ଡିପାର୍ଟମେଣ୍ଟ ଅଫ୍‌ ବାୟୋଟେକ୍‌ନୋଲୋଜି, ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜିରେ ଦେଖାଯାଇଛି। ଏହି ଦୁଇ ବିଭାଗର ଦୁଇଟି ପଦବୀ ବୈଜ୍ଞାନିକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲେ ମଧ୍ୟ ତାହା ଖାଲି ପଡ଼ିଛି। ଆଗକୁ ଅନେକ ବାବୁ ଅବସର ନେବେ। ଆସନ୍ତା କିଛି ମାସରେ ତୈଳ ଏବଂ ପ୍ରାକୃତିକ ବାଷ୍ପ, ଗୃହ ଏବଂ ସହର ବିକାଶ ବ୍ୟାପାର; ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ସଚିବ ସ୍ତରୀୟ ପଦବୀ ଖାଲି ହେବ। ଖାଲି ରହିଥିବା ଓ ଖାଲି ହେବାକୁ ଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଆଉ ବିଳମ୍ବ ନ କରି ତୁରନ୍ତ ନିଷ୍ପତ୍ତି ନେବା ଉଚିତ। ତେବେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକା ସରକାରଙ୍କ ପାଇଁ ସଚିବ ସ୍ତରୀୟ ନିଯୁକ୍ତି ଆରମ୍ଭ କରିବା ନିମନ୍ତେ ବାଟ ଖୋଲିଦେଇଛି।
ଅରଣ୍ୟ ରୋଦନ
କର୍ନାଟକରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ (ଆଇଏଫ୍‌ଏସ୍‌) କ୍ୟାଡର୍‌ ପୋଷ୍ଟ୍‌ରେ ଅଣକ୍ୟାଡର ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି। କେବଳ ଏତିକି ନୁହେଁ, ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ବି ଜଙ୍ଗଲ ବିଭାଗ ବାହାରେ ନିଯୁକ୍ତି ଦିଆଯାଉଛି। ଏହାଦ୍ୱାରା ଜଙ୍ଗଲ ସଂରକ୍ଷଣ ଓ ବିକାଶରେ ବାଧା ସୃଷ୍ଟି ହେଉଛି। ରାଜ୍ୟରେ ବର୍ତ୍ତମାନ ଆଇଏଫ୍‌ଏସ୍‌ର ୪୨ରୁ ଊର୍ଦ୍ଧ୍ୱ କ୍ୟାଡର୍‌ ପୋଷ୍ଟ୍‌ ପୂରଣ ହୋଇନାହିଁ। ଅନ୍ୟପକ୍ଷରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ରାଜ୍ୟ ପର୍ଯ୍ୟଟନ, କୃଷି , ବିପର୍ଯ୍ୟୟ ପରିଚାଳନା ସହ ଅନ୍ୟ ବିଭାଗଗୁଡ଼ିକରେ ନିଯୁକ୍ତି ଦିଆଚାଲିଛି। ଏହିସବୁ ନିଯୁକ୍ତି ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଉ ନ ଥିବା ଜଣାପଡ଼ିଛି। ଯଦିଓ ଆରମ୍ଭରୁ ଏହି ପ୍ରକ୍ରିୟା ବିରୋଧରେ ବନ ସେବା କେବେ ବି ଅଭିଯୋଗ କରିନାହିଁ, ଏବେ ହାତଛଡ଼ା କରିଥିବା ଅଧିତ୍କାରକୁ ଜଙ୍ଗଲରେ ଖୋଜୁଛି ଓ ବୃଥା ରୋଦନ କରୁଛି। ସେମାନେ ଯୁକ୍ତି ବାଢୁଛନ୍ତି ଯେ, କ୍ୟାଡର ଅଧିକାରୀ ଥିଲେ ଜଣେ ଅଣ କ୍ୟାଡର ଅଧିତ୍କାରୀଙ୍କୁ ସେହି ପୋଷ୍ଟ୍‌ରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ନିୟମ ରହିଛି। ଯଦିବା କ୍ୟାଡର ପୋଷ୍ଟ୍‌ରେ ଅଣକ୍ୟାଡର ଅଧିତ୍କାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ, ତେବେ ଉପଯୁକ୍ତ କ୍ୟାଡର୍‌ ମିଳିଲେ ତାଙ୍କୁ ସ୍ଥାନାନ୍ତର କରାଯିବ। କିନ୍ତୁ କେନ୍ଦ୍ରର ବିନା ଅନୁମତିରେ କ୍ୟାଡର ପୋଷ୍ଟରେ ଅଣ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତି ଦେଇ କର୍ନାଟକ ସରକାର ଆଇଏଫ୍‌ଏସ୍‌ କ୍ୟାଡର୍‌ ନିୟମକୁ ଚିରାଚରିତ ଧାରାରେ ଉଲ୍ଲଂଘନ କରିିଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri