ଦରକାରୀ ବାବୁ

Dillip Cherian

ଜଣେ ବିଜ୍ଞ, ସଚେତନ ଅଧିକାରୀ ଭାବେ ଅମିତ ଖାରେ ସବୁଥିରେ ସତର୍କ ରହିବା ଯୋଗୁ କାର୍ଯ୍ୟ ଭଲ ଭାବେ ହୋଇଯାଏ ବୋଲି ତାଙ୍କର ଜଣେ ବରିଷ୍ଠ ସହଯୋଗୀ କହନ୍ତି। ଅଧିକାଂଶ ପର୍ଯ୍ୟବେକ୍ଷକ ମଧ୍ୟ ଏହା କହନ୍ତି ଯେ,ଖାରେଙ୍କର ଏହି ପ୍ରବୃତ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ)ରେ ପହଞ୍ଚାଇଛି ଓ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବାରେ ସାହାଯ୍ୟ କରିଛି। ପ୍ରକୃତ କଥା ହେଉଛି, ସେ ଏନ୍‌ଡିଏ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଶିକ୍ଷାନୀତି ଏବଂ ଆଇଟି ରୁଲ୍‌ସକୁ ମାର୍ଗଦର୍ଶନ କରିଛନ୍ତି। ଏଥିପାଇଁ ଗତମାସରେ ଅବସର ଗ୍ରହଣ କରିଥିବା ଝାଡ଼ଖଣ୍ଡ କ୍ୟାଡର୍‌ ତଥା ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଖାରେଙ୍କୁ ପିଏମ୍‌ଓରେ ଦେଖିତ୍ବାକୁ ମିଳିଛି। ଏନ୍‌ଡିଏ ସରକାରଙ୍କ ପାଇଁ ଅତି ଦରକାରୀ ବାବୁମାନଙ୍କ ମଧ୍ୟରେ ସେ ଅନ୍ୟତମ ବୋଲି ବିଚାର କରାଯାଉଛି। ଖାରେଙ୍କ ଉଚ୍ଚକୋଟୀର କ୍ୟାରିିୟର ରେକର୍ଡକୁ ଦେଖିଲେ ସେ କ୍ୟାବିନେଟ ସଚିିବ ହେବେ ବୋଲି ଆଶା କରାଯାଉଥିତ୍ଲା, କିନ୍ତୁ ତାହା ହେଲାନାହିଁ। ତଥାପି ସେ ପରାମର୍ଶଦାତା ଭାବେ ପିଏମ୍‌ଓରେ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ କ୍ୟାବିନେଟ ସଚିବ ଠାରୁ ନିଜକୁ ଅଧିତ୍କ ପ୍ରଭାବୀ ସାବ୍ୟସ୍ତ କରିପାରିବେ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସିପାଲ ସେକ୍ରେଟାରି ହୋଇପାରିବେ ବୋଲି କୁହାଯାଉଛି। ତେବେ କେନ୍ଦ୍ରରେ କାର୍ଯ୍ୟ କରିବା ମଧ୍ୟରେ ଖାରେ ସବୁବେଳେ ତାଙ୍କ ପଲିଟିକାଲ ମାଷ୍ଟର୍‌ଙ୍କର ଭରସାଯୋଗ୍ୟ ହୋଇପାରିଛନ୍ତି ଓ ଏପରି କି ଉପା ସରକାର ଅମଳରେ ଏହା ସମ୍ଭବ ହୋଇଛି। ମୋଦି ସରକାରରେ ସୂଚନା ଓ ପ୍ରସାରଣ ସଚିବ ଭାବେ କାର୍ଯ୍ୟ କରିବା ସମୟରେ ସେ ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ, ଯାହା ତାଙ୍କୁ ପିଏମ୍‌ଓରେ ପହଞ୍ଚାଇପାରିଲା। ତେବେ କୋଭିଡ୍‌ ସ୍ଥିତି ରହିଥିବାବେଳେ ଆସନ୍ତା ବର୍ଷ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନରେ ତାଙ୍କର ସବୁ କୌଶଳ ସରକାରଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ବାଟ ଖୋଲିଛି
କେନ୍ଦ୍ରରେ ବାବୁ ସଙ୍କଟ ଲାଗି ରହିଥିବା ବିଷୟ ପୂର୍ବରୁ ଏହି ସ୍ତମ୍ଭରେ ପ୍ରକାଶ କରାଯାଇଥିଲା। ସଚିବ ସ୍ତରୀୟ ପଦବୀରେ ନିଯୁକ୍ତି ପାଇବା ପାଇଁ ବହୁ ଯୋଗ୍ୟ ଅଧିକାରୀ ଅପେକ୍ଷା କରିଥିତ୍ବାବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସମେତ ଅନ୍ୟ ବିଭାଗଗୁଡ଼ିକରେ ଏସବୁ ପଦବୀ ଖାଲି ଥିବା ଉଲ୍ଲେଖ କରାଯାଇଥିଲା। ଏବେ ଅନେକ ଦିନ ପରେ ଏହି ପଦବୀଗୁଡ଼ିକ ଲାଗି ୧୯୮୫ ଏବଂ ୧୯୮୭-୮୯ ବ୍ୟାଚ୍‌ର ୧୨ ଜଣ ଓ ୧୯୯୦ ବ୍ୟାଚର ୨୭ ଜଣ ଆଇଏଏସ୍‌ ଅଧିକାରୀଙ୍କ ନିଯୁକ୍ତି ତାଲିକା ପ୍ରସ୍ତୁତ କରାଯାଇଛି। ଏଥିତ୍ରୁ ସ୍ପଷ୍ଟ ଯେ, ଖାଲି ପଡ଼ିଥିତ୍ବା ଏବଂ ଆଗାମୀ କିଛି ମାସ ମଧ୍ୟରେ ଖାଲି ହେବାକୁ ଥିତ୍ବା ପଦବୀଗୁଡ଼ିକ ପୂରଣ କରିବାକୁ ସରକାର ଯୋଜନା କରୁଛନ୍ତି। ତେବେ ଏହି ତାଲିକାରେ କେବଳ ଜଣେ ଗୁଜରାଟ କ୍ୟାଡର୍‌ ଅଧିକାରୀ ରହିଥିବା ପର୍ଯ୍ୟବେକ୍ଷକମାନେ ଲକ୍ଷ୍ୟ କରିଛନ୍ତି। ଏନ୍‌ଡିଏ ସରକାରରେ ସବୁବେଳେ ଗୁଜରାଟ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀମାନେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରି ଆସୁଥିବାବେଳେ ଏଭଳି ବିଚିତ୍ର ସ୍ଥିତି ଆଶ୍ଚର୍ଯ୍ୟ ଲାଗୁଛି। ବର୍ତ୍ତମା ଇସ୍ପାତ, ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଏବଂ ସୀମା ପରିଚାଳନା ବିଭାଗ ସହ ଅନ୍ୟ ବିଭାଗଗୁଡ଼ିକରେ ଅନେକ ସଚିବ ସ୍ତରୀୟ ପଦବୀ ପୂରଣ ହୋଇନାହିଁ। ଏଭଳି ସମାନ ସ୍ଥିତି ମଧ୍ୟ ଡିପାର୍ଟମେଣ୍ଟ ଅଫ୍‌ ବାୟୋଟେକ୍‌ନୋଲୋଜି, ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜିରେ ଦେଖାଯାଇଛି। ଏହି ଦୁଇ ବିଭାଗର ଦୁଇଟି ପଦବୀ ବୈଜ୍ଞାନିକଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲେ ମଧ୍ୟ ତାହା ଖାଲି ପଡ଼ିଛି। ଆଗକୁ ଅନେକ ବାବୁ ଅବସର ନେବେ। ଆସନ୍ତା କିଛି ମାସରେ ତୈଳ ଏବଂ ପ୍ରାକୃତିକ ବାଷ୍ପ, ଗୃହ ଏବଂ ସହର ବିକାଶ ବ୍ୟାପାର; ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ସଚିବ ସ୍ତରୀୟ ପଦବୀ ଖାଲି ହେବ। ଖାଲି ରହିଥିବା ଓ ଖାଲି ହେବାକୁ ଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଆଉ ବିଳମ୍ବ ନ କରି ତୁରନ୍ତ ନିଷ୍ପତ୍ତି ନେବା ଉଚିତ। ତେବେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ପର୍ଯ୍ୟାୟ ତାଲିକା ସରକାରଙ୍କ ପାଇଁ ସଚିବ ସ୍ତରୀୟ ନିଯୁକ୍ତି ଆରମ୍ଭ କରିବା ନିମନ୍ତେ ବାଟ ଖୋଲିଦେଇଛି।
ଅରଣ୍ୟ ରୋଦନ
କର୍ନାଟକରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ (ଆଇଏଫ୍‌ଏସ୍‌) କ୍ୟାଡର୍‌ ପୋଷ୍ଟ୍‌ରେ ଅଣକ୍ୟାଡର ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି। କେବଳ ଏତିକି ନୁହେଁ, ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ବି ଜଙ୍ଗଲ ବିଭାଗ ବାହାରେ ନିଯୁକ୍ତି ଦିଆଯାଉଛି। ଏହାଦ୍ୱାରା ଜଙ୍ଗଲ ସଂରକ୍ଷଣ ଓ ବିକାଶରେ ବାଧା ସୃଷ୍ଟି ହେଉଛି। ରାଜ୍ୟରେ ବର୍ତ୍ତମାନ ଆଇଏଫ୍‌ଏସ୍‌ର ୪୨ରୁ ଊର୍ଦ୍ଧ୍ୱ କ୍ୟାଡର୍‌ ପୋଷ୍ଟ୍‌ ପୂରଣ ହୋଇନାହିଁ। ଅନ୍ୟପକ୍ଷରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କୁ ରାଜ୍ୟ ପର୍ଯ୍ୟଟନ, କୃଷି , ବିପର୍ଯ୍ୟୟ ପରିଚାଳନା ସହ ଅନ୍ୟ ବିଭାଗଗୁଡ଼ିକରେ ନିଯୁକ୍ତି ଦିଆଚାଲିଛି। ଏହିସବୁ ନିଯୁକ୍ତି ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଉ ନ ଥିବା ଜଣାପଡ଼ିଛି। ଯଦିଓ ଆରମ୍ଭରୁ ଏହି ପ୍ରକ୍ରିୟା ବିରୋଧରେ ବନ ସେବା କେବେ ବି ଅଭିଯୋଗ କରିନାହିଁ, ଏବେ ହାତଛଡ଼ା କରିଥିବା ଅଧିତ୍କାରକୁ ଜଙ୍ଗଲରେ ଖୋଜୁଛି ଓ ବୃଥା ରୋଦନ କରୁଛି। ସେମାନେ ଯୁକ୍ତି ବାଢୁଛନ୍ତି ଯେ, କ୍ୟାଡର ଅଧିକାରୀ ଥିଲେ ଜଣେ ଅଣ କ୍ୟାଡର ଅଧିତ୍କାରୀଙ୍କୁ ସେହି ପୋଷ୍ଟ୍‌ରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ନିୟମ ରହିଛି। ଯଦିବା କ୍ୟାଡର ପୋଷ୍ଟ୍‌ରେ ଅଣକ୍ୟାଡର ଅଧିତ୍କାରୀଙ୍କୁ ନିଯୁକ୍ତି ଦିଆଯାଇଥାଏ, ତେବେ ଉପଯୁକ୍ତ କ୍ୟାଡର୍‌ ମିଳିଲେ ତାଙ୍କୁ ସ୍ଥାନାନ୍ତର କରାଯିବ। କିନ୍ତୁ କେନ୍ଦ୍ରର ବିନା ଅନୁମତିରେ କ୍ୟାଡର ପୋଷ୍ଟରେ ଅଣ କ୍ୟାଡର ଅଧିକାରୀଙ୍କୁ ନିଯୁକ୍ତି ଦେଇ କର୍ନାଟକ ସରକାର ଆଇଏଫ୍‌ଏସ୍‌ କ୍ୟାଡର୍‌ ନିୟମକୁ ଚିରାଚରିତ ଧାରାରେ ଉଲ୍ଲଂଘନ କରିିଚାଲିଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri