ମୃତ୍ୟୁ ପାଖରେ ହାର୍‌ ମାନିଲା ୫୦ ବର୍ଷର ଅଭିଜ୍ଞତା

କେନ୍ଦ୍ରାପଡ଼ା ଅଫିସ,୨୨ା୩:ମୃତ୍ୟୁ କାହା ପାଖକୁ କେତେବେଳେ ଆସେ ସେ କଥା କହିବା ଅସମ୍ଭବ। ରଥୀ ମହାରଥୀ ହୁଅନ୍ତୁ କି ସାଧାରଣ ମଣିଷ, ସବୁ କାଳ ହାତରେ ବନ୍ଧା। ଏପରି କି ମୃତ୍ୟୁ ପାଖରେ ନାନା କୌଶଳ ଓ ଅଭିଜ୍ଞତା ବି ହାରମାନେ ା କେହି ବି ଜଣେ ମୃତ୍ୟୁକୁ ଟପି ଆଗକୁ ଯାଇପାରେ ନାହିଁ ା ରବିବାର ସେମିତି ଏକ ଘଟଣା କେନ୍ଦ୍ରାପଡ଼ା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ସାପ ଧରିବା ଓ ସେହି ସାପକୁ ନେଇ ନିକାଞ୍ଚନ ସ୍ଥାନରେ ଛାଡ଼ିବା କେନ୍ଦ୍ରାପଡ଼ା ସହରର ୭ ନଂ. ୱାର୍ଡ ରସୁଲାବାଦ ଗ୍ରାମର ସୋଲେମାନ ଖାନ (୭୫)ଙ୍କ ବାମହାତର ଖେଳ ଥିଲା ା ଆଜି କି କାଲି ନୁହେଁ, ପ୍ରାୟ ୫୦ ବର୍ଷ ଧରି ସେ ଏମିତି ସାପ ଓ ଗୋଧୀ ଧରୁଥିଲେ ା ଆଖପାଖ ଗାଁରେ ଯଦି କାହା ଘରେ ସାପ କି ଗୋଧୀ ପଶିଯାଉଥିଲା ଲୋକେ ପ୍ରଥମେ ସୋଲେମାନଙ୍କୁ ଖୋଜୁ ଥିଲେ ା କିଏ କିଏ ତାଙ୍କ ଘରକୁ ଆସି ଗାଡ଼ିରେ ବସାଇ ଘଟଣାସ୍ଥଳକୁ ନେଇ ଯାଉଥିଲେ। ସୋଲେମାନ ବି କେବେ କାହାକୁ ମନା କରୁ ନ ଥିଲେ ା ଖୁବ୍‌ ଆଗ୍ରହ ଓ ପାରମ୍ପରିକ କୌଶଳରେ ସେ ବଡ଼ ବଡ଼ ବିଷାକ୍ତ ସାପକୁ ଧରିବାରେ ସଫଳ ହେଉଥିଲେ ା ତାଙ୍କ ଜୀବନ କାଳ ମଧ୍ୟରେ ସେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ସାପ ଓ ଗୋଧି ଆଦି ସରିସୃପଙ୍କୁ ଧରି ଜଙ୍ଗଲରେ ଛାଡ଼ିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ା ଏପରି କି ସେ ଏଥିପାଇଁ ପାରିଶ୍ରମିକ ବି ନେଉ ନ ଥିଲେ। ଦିନ ଥିଲା ଯେତେବେଳେ ସ୍ନେକ୍‌ ହେଲ୍ପ ଲାଇନର ସୁବିଧା ନ ଥିଲା, ସେତେବେଳେ ସୋଲେମାନ ଥିଲେ ସମସ୍ତଙ୍କ ବିଶ୍ୱସ୍ଥ। କେବଳ ଏତିକି ନୁହେଁ, କେହି ରୋଗ କଷ୍ଟରେ ପଡିଲେ ସୋଲେମାନ ସହଯୋଗ କରୁଥିଲେ ା ହେଲେ ରବିବାର ଅପରାହ୍ନରେ ସୋଲେମାନଙ୍କ ସେହି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଏକଥାକୁ କେହି ସହଜରେ ବିଶ୍ୱାସ କରୁ ନ ଥିଲେ ମଧ୍ୟ ସତ୍ୟ। ସେ ଘରେ ଥିବା ବେଳେ କେହି ଜଣେ ତାଙ୍କୁ ସାପ ଧରିବାକୁ ଡାକିଥିଲେ ା ଖୁବ୍‌ଶୀଘ୍ର ସେ ବସୁପୁରକୁ ସାପ ଧରିବାକୁ ଚାଲିଯାଇଥିଲେ। ହେଲେ ସେଠାରେ ସେ ନିଜ ପାରମ୍ପରିକ କୌଶଳ ଓ ଅଭିଜ୍ଞତାକୁ ଆଧାର କରି ସାପକୁ ନିଜର ଦୁଇ ହାତରେ ମାଡ଼ି ବସିଥିଲେ। ହେଲେ ସେହି ବିଷାକ୍ତ ସାପଟି ତାଙ୍କ ହାତକୁ ହଠାତ୍‌ କାମୁଡି ଦେଇଥିଲା। ଏହାର କିଛି ସମୟ ପରେ ସୋଲେମାନ ଚେତାଶୂନ୍ୟ ହୋଇପଡିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ୫୦ବର୍ଷର ଅଭିଜ୍ଞତା ମୃତ୍ୟୁ ପାଖରେ ହାର ମାନିଲା ବୋଲି ସମସ୍ତେ କୁହାକୁହି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri