Categories: ଜାତୀୟ

ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବାଧିକ। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୧୪ ହଜାର ୩୩୧ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ମୋଟ ୧୫୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥି ଯୋଗୁ ୧ ଲକ୍ଷ ୫୯ ହଜାର ୩୭୦ରେ ପହଞ୍ଚିଛି କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟା। ଅନ୍ୟ ରାଜ୍ୟ ଅପେକ୍ଷା ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନାଟକ ଓ ଗୁଜରାଟରୁ ଆସିଛି ଡରାଇଲା ଭଳି ଆକ୍ରାନ୍ତଙ୍କ ସଂଖ୍ୟା।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଅପେକ୍ଷା ଶୁକ୍ରବାର ଚିହ୍ନଟ ହୋଇଛନ୍ତି ୧୧ ପ୍ରତିଶତ ଅଧିକ ଆକ୍ରାନ୍ତ। ତେବେ ଗତ ସପ୍ତାହ ଠାରୁ ଦେଶରେ ଦୈନିକ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

Share