ଆମାଜନର ପାଖାପାଖି ୨୦ହଜାର କର୍ମଚାରୀ କରୋନା ପଜିଟିଭ

ନ୍ୟୁୟର୍କ,୨ ।୧୦: ଅନ୍ ଲାଇନ୍ ରିଟେଲ କମ୍ପାନୀ ଆମାଜନର ପାଖାପାଖି ୨୦ହଜାର ଫ୍ରଣ୍ଟ ଲାଇନ୍ ୟୁଏସ୍ ୱାର୍କର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ପ୍ରଥମଥର ଲାଗି ଆମାଜନ ଏହି ସଂଖ୍ୟା ପ୍ରକାଶ କରିଛି । ତେବେ ଆମେରିକା ଜନସଂଖ୍ୟା ତୁଳନାରେ ଏହା କମ୍ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । କିଛିଦିନ ହେବ କମ୍ପାନୀକୁ ଏ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଉଥିବା ବେଳେ ଏବେ କମ୍ପାନୀ ଏହି ତଥ୍ୟ ଦେଇଛି । ଆମାଜନ ଏକ କର୍ପୋରେଟ ବ୍ଲଗରେ କହିଛି ନିଜ କର୍ମଚାରୀଙ୍କ ସୂଚନା ପାଇଁ ସେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାରି କରିଛି । ସେ ଆହୁରି ମଧ୍ୟ କହିଛି ସବୁ ବଡ ବଡ କମ୍ପାନୀ ସେମାନଙ୍କ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାରି କଲେ ଏହା ଆମକୁ ଅନେକ ସାହାଯ୍ୟ କରିବ । କମ୍ପାନୀ କହିଛି ଆମେରିକାରେ ଆମାଜନ ଓ ହୋଲ୍ ଫୁଡସ୍ ମାର୍କେଟରେ ୧୩ ଲକ୍ଷ ୭୦ ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଏକ ମାର୍ଚ୍ଚରେ ଗତ ମାର୍ଚ୍ଚରୁ ୧୯ ସେପ୍ଟେମ୍ବର ମଧ୍ୟରେ ପାଖାପାଖି ୨୦ ହଜାର କର୍ମୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

Share