ନଦୀରେ ଫସିଥିବା ୧୦ଜଣଙ୍କୁ କୂଳକୁ ଆଣିଲା ଏନ୍‌ଡିଆର୍‌ଏଫ୍‌

ଜଗତ୍‌ସିଂହପୁର ଅଫିସ, ୨୭।୫: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ଜପା ପଞ୍ଚାୟତର ଦାଶମଠ ନିକଟ ନଦୀରେ ମଙ୍ଗଳବାର ସନ୍ଧ୍ୟାରେ ୧୦ ଜଣ ଫସି ଯାଇଥିଲେ। ସେମାନେ ମାଛ ଧରିବାକୁ କିମ୍ବା ଚିଙ୍ଗୁଡି ଘେରିରୁ ଫେରୁଥିଲେ। ଡଙ୍ଗା ଓଲଟି ପଡ଼ିବାରୁ ପାଣିରେ ସେମାନେ ଅଟକି ରହିଥିଲେ। ଏ ସମ୍ପର୍କରେ ସେମାନେ ମୋବାଇଲ ଫୋନ୍‌ ଯୋଗେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ସହାୟତା ମାଗିଥିଲେ। ସରପଞ୍ଚ ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ସୂଚନା ଦେଇଥିଲେ। ବାତ୍ୟା ୟାସ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ୍ୟ ଜୀବନହାନି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ସେ ଏନ୍‌ଡିଆର୍‌ଏଫ୍‌ ଦଳ ସହାୟତାରେ ତତ୍କାଳ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବାହାରିଥିଲେ ବୋଲି ବିଡିଓ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ତହସିଲଦାର ଓ ଏନ୍‌ଡିଆର୍‌ଏଫ୍‌ ଦଳ ସହ ମିଶି ଏରସମାରୁ ଜପା ପାଖାପାଖି ୨୦ କି.ମି. ପର୍ଯ୍ୟନ୍ତ ଯିବା ପାଇଁ ସମୟ ଲାଗିଥିଲା। ଘଟଣାସ୍ଥଳରେ ପହଞ୍ଚତ୍ଲାବେଳକୁ ଅନ୍ଧାର ହୋଇଯାଇଥିଲା। ସେତେବେଳେ ପ୍ରବଳ ବର୍ଷା ଲାଗି ରହିଥିଲା। ଯେଉଁ ଗାଡ଼ିରେ ପାୱାର ବୋଟ୍‌ ଯାଇଥିଲା ତାହା ନଦୀ ପର୍ଯ୍ୟନ୍ତ ଯାଇପାରି ନ ଥିଲା। ପରେ ଆଉ ଏକ ଗାଡ଼ି ବ୍ୟବସ୍ଥା କରି ସେଥିରେ ବୋଟ୍‌ ନିଆଯାଇଥିଲା। ଏହାପରେ ଏନ୍‌ଡିଆର୍‌ଏଫ୍‌ ଦଳ ନଦୀରେ ବୋଟ୍‌ ପ୍ରସ୍ତୁତ କରି ଫସିଥିବା ଲୋକଙ୍କ ନିକଟରେ ପହଞ୍ଚତ୍ ଉଦ୍ଧାର କରି କୂଳକୁ ଆଣିଥିଲା। ସମସ୍ତେ ସୁରକ୍ଷିତ ଭାବେ କୁଞ୍ଜକୋଠି ନଦୀପାର୍ଶ୍ୱରେ ପହଞ୍ଚତ୍ ଗଁାକୁ ଫେରିଥିଲେ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏନ୍‌ଡିଆର୍‌ଏଫ୍‌ ଓ ବିଡିଓଙ୍କ ତ୍ୱରିତ ପଦକ୍ଷେପ ପାଇଁ ୧୦ଜଣଙ୍କ ଜୀବନ ବଞ୍ଚତ୍ଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri