Posted inଜାତୀୟ

ଦିନକୁ ୩୮ ମିନିଟ୍‌ ରିଲ୍ସ ଦେଖୁଛନ୍ତି ଭାରତୀୟ

ନୂଆଦିଲ୍ଲୀ, ୩୦ା୧୦: ଯୁବପିଢ଼ିଙ୍କ ସମେତ ପ୍ରାୟ ସବୁ ବର୍ଗର ଲୋକଙ୍କ ଭିତରେ ୟୁଟ୍ୟୁବ୍‌ ଶର୍ଟ ଭିଡିଓ ଏବଂ ଇନ୍‌ଷ୍ଟାଗ୍ରାମ୍‌ ରିଲ୍ସ କ୍ରେଜ୍‌। ରାତାରାତି ପ୍ରସିଦ୍ଧ ହେବା ଓ ଟଙ୍କା କମାଇବା ପାଇଁ ୟୁଟ୍ୟୁବ୍‌, ଇନ୍‌ଷ୍ଟା ଏବଂ ଅନୁରୂପ ପ୍ଲାଟଫର୍ମରେ ଦିନକୁ ଲୋକେ କୋଟି କୋଟି କଣ୍ଟେଣ୍ଟ କ୍ରିଏଟ କରୁଛନ୍ତି। ଏହାକୁ ଅନ୍ୟ ଭାଷାରେ କ୍ରିଏଟର ଇକୋନୋମି ମଧ୍ୟ କୁହାଯାଉଛି। ଏହି ନିଶା ଏବେ ସେଲ୍‌ଫିକୁ ଟପିଯାଇଛି। ଲୋକେ ସେମାନଙ୍କ ମୋବାଇଲ ଡାଟାର ବଡ଼ ଅଂଶ ଶର୍ଟ ଭିଡିଓ ଏବଂ ରିଲ୍ସ ଦେଖିବାରେ ଖର୍ଚ୍ଚ କରୁଛନ୍ତି। ଭାରତୀୟଙ୍କୁ ମଧ୍ୟ ଶଟର୍‌ସ ନିଶା ଘାରିଛି। ଏକ ଅଧ୍ୟୟନ ଅନୁସାରେ ପ୍ରତ୍ୟେକ ଭାରତୀୟ ଦିନକୁ ପ୍ରାୟ ୩୮ ମିନିଟ୍‌ ଇନ୍‌ଷ୍ଟା ରିଲ୍ସ ଏବଂ ୟୁଟ୍ୟୁବ ଶଟର୍‌ସ ଦେଖୁଛନ୍ତି।

ଭାରତୀୟମାନେ ସ୍ମାର୍ଟଫୋନ୍‌ରେ ମନୋରଞ୍ଜନ ଭିତ୍ତିକ କଣ୍ଟେଣ୍ଟ ଦେଖିବା ପାଇଁ ଦିନକୁ ପ୍ରାୟ ୧୫୬ ମିନିଟ୍‌ ବ୍ୟୟ କରିଥାନ୍ତି। ସେଥିରୁ ୩୮ ମିନିଟ୍‌ କେବଳ ଇନ୍‌ଷ୍ଟା ରିଲ୍ସ, ଶର୍ଟ ଭିଡିଓ ଦେଖିଥାନ୍ତି। ବେଙ୍ଗାଲୁରୁର ରେଡ୍‌ସିର ଷ୍ଟ୍ରାଟେଜି କନ୍‌ସଲ୍ଟାଣ୍ଟର ଏକ ରିପୋର୍ଟ ଅନୁଯାୟୀ, ଏଭଳି ଶର୍ଟ ଭିଡିଓ ଶୁଟିଂ ଏବଂ ଅପ୍‌ଲୋଡ୍‌ ପାଇଁ ଉଦ୍ଦିଷ୍ଟ ଆପ୍ଲିକେଶନଗୁଡ଼ିକ ଖୁବ୍‌ କମ୍‌ ସମୟରେ ବହୁସଂଖ୍ୟାରେ ୟୁଜର୍ସଙ୍କୁ ନିଜ ପ୍ଲାଟ୍‌ଫର୍ମକୁ ଆଣିପାରୁଛନ୍ତି। ୨୦୨୫ ସୁଦ୍ଧା ଇନ୍‌ଷ୍ଟା, ୟୁଟ୍ୟୁବ୍‌ ସମେତ ଅନ୍ୟ ଆପ୍‌ଗୁଡ଼ିକରେ ମାସିକ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା ଦୁଇଗୁଣ ବଢ଼ି ୬୦ କୋଟିକୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି, ଯାହା କି ମୋଟ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ୬୭%। ଏଥିସହ ୨୦୩୦ ସୁଦ୍ଧା ୧୯ ବିଲିୟନ ଡଲାର ( ପ୍ରାୟ ୧୫,୬୩,୪୬,୬୩,୦୦,୦୦୦ ଟଙ୍କା)ର ମନିଟାଇଜେଶନ ସୁଯୋଗ ମିଳିବ। ଏବେ ବଜାରରେ ମୋଜ୍‌, ଜୋଶ୍‌, ରୋପୋସୋ, ଏମ୍‌ଏକ୍ସ ଟକାଟକ୍‌, ଚିଙ୍ଗାରି ଆଦି ଶର୍ଟ ଭିଡିଓ ଆପ୍‌ର ମଧ୍ୟ ବହୁଳ ବ୍ୟବହାର ହେଉଛି। ବିଶେଷକରି ଭାରତରେ ଏହି ଆପ୍‌ଗୁଡ଼ିକରେ ୟୁଜର୍ସଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କ୍ରିଏଟରମାନେ ଅଧିକରୁ ଅଧିକ ଭିଡିଓ କରି ସେଥିରୁ ଅର୍ଥ ଉପାର୍ଜନ କରିପାରୁଛନ୍ତି।

ଭାରତରେ ଅନୂ୍ୟନ ୮ କୋଟି କ୍ରିଏଟର ସେମାନଙ୍କ କଣ୍ଟେଣ୍ଟ୍‌ ପୋଷ୍ଟ କରୁଛନ୍ତି। ହେଲେ କେବଳ ଦେଢ଼ ଲକ୍ଷ ବୃତ୍ତିଗତ ୟୁଜର୍ସ ହିଁ ସେମାନଙ୍କ ଚ୍ୟାନେଲକୁ ମନିଟାଇଜ୍‌ କରିପାରିଛନ୍ତି। ଅଭିନବ ଭିଡିଓ ଓ ଫଲୋଅର୍ସଙ୍କ ସଂଖ୍ୟା ଆଧାରରେ କ୍ରିଏଟରମାନେ ମାସକୁ ୧୬ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି। ଯେଉଁମାନଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ସେମାନେ ମାସକୁ ୨ ଲକ୍ଷରୁ ୫୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ହେଲେ ଏହି ସଂଖ୍ୟା ମୋଟ କ୍ରିଏଟରଙ୍କ ୧%ରୁ ବି କମ୍‌। ତେବେ ଏହା କ୍ରିଏଟରଙ୍କ ପାଇଁ ଯେତିକି ଲାଭଦାୟକ ହେଉଛି ଲୋକଙ୍କ ପାଇଁ ସେତିକି ସମସ୍ୟା ମଧ୍ୟ ସୃଷ୍ଟି କରିଛି। ଅଭିନବ ତଥା ନୂଆ ଧରଣର ଶର୍ଟ ଭିଡିଓ କ୍ଲିପ୍‌ ଶୁଟିଂ ପାଇଁ ଲୋକେ ସର୍ବସାଧାରଣ ସ୍ଥାନ ଯେପରି ମଲ୍‌, ମେଟ୍ରୋ କୋଚ୍‌, ଟ୍ରାଫିକ୍‌ ଛକ, ରାସ୍ତା, ମନ୍ଦିର, ରେଳଷ୍ଟେଶନ ଆଦିରେ ଶୁଟିଂ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ଏବେ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

ପିକନିକ ବସ ଓଲଟି ୩୫ ଛାତ୍ର ଆହତ

ଜମ୍ମୁ,୨୧।୧୨: ଶନିବାର (ଡିସେମ୍ବର ୨୦) ରାତିରେ ଜମ୍ମୁର ବିଷ୍ନାହ ନିକଟବର୍ତ୍ତୀ ରିଙ୍ଗ ରୋଡରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ ସାରି ଫେରୁଥିବା ଏକ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri