ତୁଷାରପାତରେ ଫସିଥିବା ମା’, ନବଜାତକଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଭାରତୀୟ ସେନାର ଶକ୍ତି ସାମର୍ଥ ବିଷୟରେ ସମସ୍ତଙ୍କୁ ଜଣା। ମାତ୍ର ମାନବିକତା କ୍ଷେତ୍ରରେ ଭାରତୀୟ ସେନା ସହ କେହି ତୁଳନୀୟ ହୋଇପାରିବେ ନାହିଁ।

ଜମ୍ମୁ କଶ୍ମୀରରୁ ଭାରତୀୟ ସେନାର ଏକ ଉଦାରତାର ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଯେଉଁଠାରେ ଯବାନମାନେ ଏକ ନବଜାତ ଶିଶୁ ଏବଂ ତାଙ୍କ ମା’ଙ୍କୁ ଉଦ୍ଧାର କରିଛନ୍ତି। ସେ ପୁଣି କରି କାନ୍ଧରେ ବସାଇ ପ୍ରବଳ ତୁଷରେପାତରେ ୬ କିଲୋମିଟର ଚାଲି ଚାଲି।
ଏହି ଘଟଣା ଘଟିଛି କୁପୱାରା ଜିଲାରେ। ଯେଉଁଠାରେ ପ୍ରବଳ ତୁଷାରପାତ ମଧ୍ୟରେ ଜଣେ ମା’ ନିଜ ନବଜାତ ଶିଶୁ ସହିତ ଡାକ୍ତରଖାନାରେ ଫସି ରହିଥିଲେ। ପରେ ଭାରତୀୟ ସେନା ନିଜ କାନ୍ଧରେ ବସାଇ ୬ କିଲୋମିଟର ଧରି ତାଙ୍କ ଘରକୁ ଆଣିଛନ୍ତି।

ଭାରତୀୟ ସେନା କର୍ମଚାରୀମାନେ ଡାର୍ଡପୋରାର ବାସିନ୍ଦା ଫାରୁକ ଖସାନାଙ୍କ ସ୍ତ୍ରୀ ତଥା ନବଜାତ ଶିଶୁକୁ ଘରେ ସୁରକ୍ଷିତରେ ପହଞ୍ଚାଇବା ପାଇଁ ୬ କିଲୋମିଟର ପ୍ରବଳ ତୁଷାରପାତରେ ଚାଲୁଛନ୍ତି। ଖାସାନାଙ୍କ ସ୍ତ୍ରୀ ଡାକ୍ତରଖାନାରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରବଳ ତୁଷାରପାତ ମଧ୍ୟରେ ଦୁହେଁ ଫସିରହିଥିଲେ। ୨୮ଆର୍‌ଆର୍‌ ବାଟାଲିୟନର ସେନା ଅଧିକାରୀ ସେମାନଙ୍କୁ ଘରକୁ ନେବାରେ ସାହାଯ୍ୟ କରିଥିଲେ ।

 

Share