Categories: ଖେଳ

ଟି୨୦ ବିଶ୍ୱକପ୍‌ : ଇଂଲଣ୍ଡ ନୁହେଁ, ଭାରତ ଫେଭରାଇଟ୍‌

ୟୁଏଇ,୧୬।୭: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଜିତିବା ପାଇଁ ଇଂଲଣ୍ଡ ନୁହେଁ ଟିମ୍‌ ଇଣ୍ଡିଆ ପ୍ରବଳ ଦାବିଦାର। ଏଭଳି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ଅଧିନାୟକ ଇଆନ ମୋର୍ଗାନ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ କ୍ରିକେଟର ଛୋଟିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଛି। ଗତ ବର୍ଷ ନ୍ୟୁଜିଲଣ୍ଡକୁ ୫-୦ ବ୍ୟବଧାନରେ ଧୁଳି ଚଟାଇଥିଲା ଭାରତ। ଏହାପରେ ଟିମ୍‌ ଇଣ୍ଡିଆ ୨-୧ରେ ଅଷ୍ଟ୍ରେଲିଆକୁ ଓ ୩-୨ରେ ଇଂଲଣ୍ଡକୁ ହରାଇଥିଲା।

ମୋ ମତରେ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ପ୍ରବଳ ଦାବିଦାର। କାରଣ ଟିମ୍‌ ଇଣ୍ଡିଆ ଏକ ଶକ୍ତିଶାଳୀ ଦଳ। ତାଙ୍କ ପାଖରେ ଅନେକ ବିକଳ୍ପ ଖେଳାଳି ଅଛନ୍ତି। ଆଉ ଆମେ ୨୦୧୯ ବିଶ୍ୱକପ୍‌ ଲାଗି ଯେଉଁ ଭଳି ପ୍ରସ୍ତୁତ ହୋଇଥିଲୁ, ଏବେ ସେଭଳି ପ୍ରସ୍ତୁତ ନାହଁୁ ବୋଲି ମୋର୍ଗାନ କହିଛନ୍ତି।

Share