Categories: ଜାତୀୟ

ଏନଡିଏ-ନୋ ଡାଟା ଏଭଲେବୁଲ, ରାହୁଲଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୩।୭ : କଂଗ୍ରେସ ପକ୍ଷରୁ ଭାଜପା ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଏହି ମର୍ମରେ ପୂର୍ବତନ ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କରୋନା ମହାମାରୀ ସମୟରେ ଅମ୍ଳଜାନ ଅଭାବ, କୃଷକଙ୍କ ଆନ୍ଦୋଳନ ସମୟରେ ଚାଷୀଙ୍କ ମୃତ୍ୟୁ, କରୋନା ସମୟରେ ପ୍ରବାସୀଙ୍କ ମୃତ୍ୟୁ, ଭିଡ଼ ହିଂସା ଏବଂ ସାମ୍ବାଦିକ ଗିରଫ ଘଟଣା ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରାହୁଲ କହିଛନ୍ତି ଯେ ସରକାରଙ୍କର ପାଖରେ ଏସବୁ ଘଟଣାର କୌଣସି ତଥ୍ୟ ନାହିଁ। ଏନଡିଏ-ନୋ ଡାଟା ଏଭଲେବୁଲ ବୋଲି ସେ କହିଛନ୍ତି।
ତେବେ ସରକାର ଚାହୁଁଛନ୍ତି ଯେ ଏଭଳି ଘଟଣା ଘଟି ନାହିଁ ବୋଲି ଦେଶର ଜନସାଧାରଣ ବିଶ୍ୱାସ କରନ୍ତୁ। ସରକାର ସବୁ ତଥ୍ୟ ହଟାଇ ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି।

ଶୁକ୍ରବାର ରାହୁଲ ଗାନ୍ଧୀ ରେଳ ଭଡାରେ ବରିଷ୍ଠ ନାଗରିକଙ୍କୁ ରିହାତି ଦିଆଯାଉ ନ ଥିବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ୮୪୦୦ କୋଟି ଟଙ୍କାର ବିମାନ କିଣିବାକୁ ସରକାରଙ୍କ ପାଖରେ ଟଙ୍କା ଅଛି, କିନ୍ତୁ ରେଳ ଭଡାରେ ବରିଷ୍ଠ ନାଗରିକଙ୍କୁ ରିହାତି ଦେବା ପାଇଁ ୧୫୦୦ କୋଟି ଟଙ୍କା ନାହିଁ।

ରାହୁଲ ଟୁଇଟ କରି କହିଛନ୍ତି, କହିଛନ୍ତି ସରକାର ବିଜ୍ଞାପନ ପାଇଁ ଖର୍ଚ୍ଚ କରିଛନ୍ତି ୯୧୧ ଟଙ୍କା, ନୂତନ ବିମାନ କିଣାରେ ୮,୪୦୦ ଟଙ୍କା, ପୁଞ୍ଜିପତି ବନ୍ଧୁମାନଙ୍କ ପାଇଁ ଟିକସ ରିହାତିରେ ବାର୍ଷିକ ୧,୪୫,୦୦୦ କୋଟି ଖର୍ଚ୍ଚ ହେଉଛି। କିନ୍ତୁ ବରିଷ୍ଠ ନାଗରିକଙ୍କୁ ରିହାତି ପ୍ରଦାନ ପାଇଁ ପାଖରେ ଟଙ୍କା ନାହିଁ ବୋଲି ରାହୁଲ କହିଛନ୍ତି।

Share