୨ ପରିବର୍ତ୍ତନ ସହ ମଇଦାନରେ ଟିମ୍‌ ଇଣ୍ଡିଆ

ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଚେନ୍ନାଇ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏମିତିରେ ଦଳ ମ୍ୟାଚ୍‌କୁ ଜିତି ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ।

ଦ୍ୱିତୀୟ ଟି୨୦ରେ ଟିମ୍‌ ଇଣ୍ଡିଆ କିଛି ପରିବର୍ତ୍ତନ କରିଛି। ଏକାଦଶରେ ଓ୍ବାଶିଂଟନ ସୁନ୍ଦର ଏବଂ ଧ୍ରୁବ୍‌ ଜୁରେଲ ସାମିଲ ହୋଇଛନ୍ତି। ତାଙ୍କ ବ୍ୟତିତ ଦଳରେ ସଞ୍ଜୁ ସାମସନ (ଉଇକେଟକିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ସେହିଭଳି ଇଂଲଣ୍ଡ ଟିମ୍‌ରେ ବେନ ଡକେଟ, ଫିଲ ସଲ୍ଟ, ଜସ ବଟଲର୍‌, ହ୍ୟାରି ବ୍ରୁକ, ଲିଆମ ଲିଭିଙ୍ଗଷ୍ଟୋନ୍‌, ଜେମି ସ୍ମିଥ, ଜେମି ଓଭରଟନ, ବ୍ରାଇଡନ କାର୍ସେ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ ପ୍ରମୁଖ ରହିଛନ୍ତି।

Share
Tags: Sports News