ବର୍ଦ୍ଧିତ ଆୟ ଓ ଅଭାବୀ ଜୀବନ

ଅଦ୍ଭୁତ ଏ ଦୁନିଆ I ଅଦ୍ଭୁତ ଆମ ବ୍ୟବହାର ଓ ମାନସିକତା। ଛୋଟ ବେଳେ ଦେଖିଛୁ, ଆମ ପିତାମାତା କିପରି ସେମାନଙ୍କର ଅର୍ଥ ପରିଚାଳନା କରୁଥିଲେ I ଘର ଖର୍ଚ୍ଚ, ପିଲାଙ୍କ ପାଠପଢ଼ା, ବିବାହ, ବ୍ରତ ପରି ସାମାଜିକ କର୍ମ, ସ୍ବାସ୍ଥ୍ୟସେବା ଏବଂ ଅନେକ ଆନୁଷଙ୍ଗିକ ଖର୍ଚ୍ଚ ପରେ ମଧ୍ୟ ନିୟମିତ କିଛି ସଞ୍ଚୟ କରୁଥିଲେ I ନ ଥିଲା ଆଜି ପରି ମୋଟା ରୋଜଗାର, ସଞ୍ଚୟ ଓ ନିବେଶର ବିଶେଷ ସୁବିଧା I
ଏହା ସତ୍ତ୍ୱେ ସେମାନେ ଭବିଷ୍ୟତ ସୁରକ୍ଷା ପାଇଁ ସଞ୍ଚୟର ଗୁରୁତ୍ୱ ଭଲଭାବେ ଉପଲବ୍ଧି କରିଥିଲେ I
ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ପରିବାର ଏକ ଅଦ୍ଭୁତ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି। ଯଥେଷ୍ଟ ମାସିକ ଆୟ ସତ୍ତ୍ୱେ ଅଭାବ ଅନୁଭବ କରିବା, ମାସ ଶେଷକୁ ଟଙ୍କାର ଅଭାବ ଏବଂ ଆୟ ବୃଦ୍ଧି ସହ ନିଜର ଆର୍ଥିକ ସ୍ଥିତିର ଉନ୍ନତି ନ ହେବା ଅନୁଭୂତି। ସ୍ଥାୟୀ ଚାକିରି, ନିୟମିତ ଆୟ, ଉଚ୍ଚ ଶିକ୍ଷା, ଘର , ଗାଡ଼ି ଏବଂ ସୁନ୍ଦର ଘର ଥାଇ ମଧ୍ୟ ମାନସିକ ଚାପ ଓ ଆର୍ଥିକ ଅସ୍ଥିରତା ରହିବା ଏକ ସାଧାରଣ ଘଟଣା ହୋଇଗଲାଣି। ତେବେ ପ୍ରଶ୍ନ ଉଠେ, ଯଦି ଆୟ ଭଲ, ତେବେ ଏହି ଅଭାବ କାହିଁକି?
ମୋଟା ଆୟ ସତ୍ତ୍ୱେ ଅଭାବର କାରଣଗୁଡିକ ହେଉଛି: ପ୍ରଥମରେ ମହଙ୍ଗା ଜୀବନଶୈଳୀ: ଆୟ ବଢ଼ିଲେ ଖର୍ଚ୍ଚ ମଧ୍ୟ ବଢ଼ିଚାଲେ I ଏହାକୁ ଲାଇଫଷ୍ଟାଇଲ ଇନ୍‌ଫ୍ଲେଶନ କୁହାଯାଏ। ଯେତେବେଳେ ବେତନ ବଢ଼େ, ସେତେବେଳେ ନୂଆ ଗାଡ଼ି, ବଡ଼ ଘର, ମହଙ୍ଗା ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଭ୍ରମଣଜନିତ ଖର୍ଚ୍ଚ ଏବଂ ଦାମୀ ବ୍ରାଣ୍ଡେଡ୍‌ ପୋଷାକପତ୍ରରେ ଅଧିକ ବ୍ୟୟ ହୋଇଥାଏ I ଆୟ ବଢ଼ିବା ସହ ଜୀବନଧାରଣ ମଧ୍ୟ ଉନ୍ନତ ହେବା ଜରୁରୀ ବୋଲି ଧାରଣା ମନରେ ଆସେ। ଏପରି ମାନସିକତା ପାଇଁ ବ୍ୟୟ ବୃଦ୍ଧିପାଏ I ସଞ୍ଚୟ କ୍ଷମତାକୁ ନଷ୍ଟ କରିଦେଇଥାଏ। ଫଳସ୍ବରୂପ ଆୟ ଯେତିକି ବଢ଼େ, ଖର୍ଚ୍ଚ ମଧ୍ୟ ସେତିକି ବଢ଼ିଚାଲେ ଏବଂ ଅଭାବ ଅନୁଭୂତ ହୋଇଥାଏ। ଦ୍ୱିତୀୟରେ ଋଣଯନ୍ତା: ଉଚ୍ଚ ଆୟର ଏକ ବଡ଼ ଅଂଶ ଘର ଋଣ, ଗାଡ଼ି ଋଣ, ବ୍ୟକ୍ତିଗତ ଋଣ, କ୍ରେଡିଟ୍‌ କାର୍ଡ ଦେୟରେ ସରିଯାଏ। ବେତନ ବଢ଼ିବା ସହ ନୂଆ ଏବଂ ବଡ଼ ଋଣ ନେବାର ପ୍ରବୃତ୍ତି ମଧ୍ୟ ବଢ଼ିଥାଏ। ଏହି ଋଣଗୁଡ଼ିକର ମାସିକ କିସ୍ତି ଏତେ ଅଧିକ ହୋଇଯାଏ ଯେ ବାକି ଟଙ୍କାରେ ପରିବାରର ମୌଳିକ ଚାହିଦା ପୂରଣ କରିବା କଷ୍ଟକର ହୋଇପଡ଼େ। ଋଣ ହେଉଛି ଏକ ଦ୍ୱିଧାରିଆ ତରବାରି। ଏହା ଆବଶ୍ୟକତା ପୂରଣ କରେ, କିନ୍ତୁ ଆୟର ଏକ ବଡ଼ ଅଂଶକୁ ଲଗାତର ବାନ୍ଧି ରଖେ। ଗୋଟିଏ ଋଣ ପରିଶୋଧ କରିବାକୁ ଅନ୍ୟ ଏକ ଋଣ କରିବାକୁ ପଡ଼େ। ଏପରି ଏକ ସମୟ ଆସେ ଯେ ଋଣ ମଧ୍ୟରୁ ବାହାରି ହୁଏ ନାହିଁ I
ଋଣଯନ୍ତାରେ ପଡ଼ି ଛଟପଟ ହେବାକୁ ପଡ଼େ I
ତତୀୟରେ ଅସ୍ପଷ୍ଟ ବଜେଟ, ଅନିୟମିତ ଖର୍ଚ୍ଚ, ପ୍ରେରଣା କ୍ରୟ( ଆକସ୍ମିକ କ୍ରୟ): ଭଲ ଆୟ ଥିବା ସତ୍ତ୍ୱେ ବ୍ୟବସ୍ଥିତ ବଜେଟ ବା ସୁକଳ୍ପିତ ଆୟ ଓ ବ୍ୟୟର ଯୋଜନାର ଅଭାବ। ମାସ ଆରମ୍ଭରେ କେଉଁ ଖର୍ଚ୍ଚ କେତେ ହେବ, କେତେ ସଞ୍ଚୟ ହେବ, କେତେ ନିବେଶ ପାଇଁ ରଖାଯିବ ଏସବୁର କୌଣସି ସ୍ପଷ୍ଟ ଯୋଜନା ନ ଥାଏ। ଫଳରେ ଅନିୟମିତ ଭାବରେ ଖର୍ଚ୍ଚ ହୋଇଯାଏ, ଯାହା ମାସ ଶେଷ ବେଳକୁ ଅଭାବ ସୃଷ୍ଟିକରେ। ଛୋଟ ଛୋଟ ଖର୍ଚ୍ଚ, ଯେପରିକି ବାରମ୍ବାର ବାହାରେ ଖାଇବା, ଅନ୍‌ଲାଇନ କିଣାକିଣି, ମନୋରଞ୍ଜନ ପାଇଁ ଅତ୍ୟଧିକ ଖର୍ଚ୍ଚ, ପୂର୍ବରୁ ଯୋଜନା ନ ଥାଇ ମନର ଆକର୍ଷଣ ପ୍ରଭାବରେ କିଣିବା ଦ୍ୱାରା ବଡ଼ ଅଙ୍କର ଟଙ୍କା ଖର୍ଚ୍ଚ ହୋଇଯାଏ ଓ ଅଭାବ ପଡ଼େ I
ଚତୁର୍ଥ କାରଣ ହେଉଛି ସାମାଜିକ ଚାପ, ପଡ଼ୋଶୀ ପ୍ରଭାବ ଏବଂ ଦେଖାଇହେବା ପ୍ରବୃତ୍ତି : ପଡ଼ୋଶୀ ଓ ସାଙ୍ଗସାଥୀଙ୍କ ସହ ତୁଳନାକରି ଜୀବନଯାପନ କରିବାର ପ୍ରବୃତ୍ତି ଆର୍ଥିକ ସଙ୍କଟରେ ପକାଇଥାଏ I ଯଦି ପଡ଼ୋଶୀଙ୍କ ଘରେ ନୂଆ ଗାଡ଼ି ଆସିଲା, ତେବେ ଆମେ ମଧ୍ୟ ଗାଡ଼ି କିଣିବାକୁ ଚାହୁଁ; ସାଙ୍ଗମାନେ ମହଙ୍ଗା ଛୁଟିରେ ଯାଉଛନ୍ତି, ତେବେ ଆମେ ମଧ୍ୟ ଯିବାକୁ ଇଚ୍ଛାକରୁ; ସାମାଜିକ ଗଣମାଧ୍ୟମ (ଯେପରି ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌) ଆଦିରେ ଲୋକମାନେ ନିଜର ସଫଳତା ଏବଂ ଭଲ ଜିନିଷ ଦେଖାଉଥିବାରୁ ଆମେ ମଧ୍ୟ ସେମିତି ଜୀବନଯାପନ କରିବାକୁ ଚାହୁଁ। ଏପରି ସାମାଜିକ ଚାପ, ପଡ଼ୋଶୀଙ୍କ ପ୍ରଭାବ ଏବଂ ନିଜକୁ ଦେଖାଇହେବା ପ୍ରବୃତ୍ତି ଆମକୁ ଆମର କ୍ଷମତାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ କରେ, ଫଳରେ ଆର୍ଥିକ ଅସ୍ଥିରତା ଦେଖାଦିଏ।
ପଞ୍ଚମରେ ଅପଚୟ ଏବଂ ଅନାବଶ୍ୟକ ଖର୍ଚ୍ଚ: ଭଲ ଆୟ ଥିବା ଲୋକମାନେ ମଧ୍ୟ ଅନେକ ସମୟରେ ଅପଚୟ କରିଥାନ୍ତି। ଯେପରିକି ଖାଦ୍ୟବସ୍ତୁ ନଷ୍ଟକରିବା, ଲାଇଟ-ପାଣି ବୃଥା ଖର୍ଚ୍ଚ, ଅଧିକ ସମୟ ପର୍ଯ୍ୟନ୍ତ ଏସି କିମ୍ବା ହିଟର ଚାଲୁରଖିବା, ଅନାବଶ୍ୟକ ମୋବାଇଲ ଫୋନ୍‌ କିମ୍ବା ଇଲେକ୍ଟ୍ରୋନିକ୍‌ ସାମଗ୍ରୀ କିଣିବା ଇତ୍ୟାଦି ଇତ୍ୟାଦି। ଷଷ୍ଠରେ ମୁଦ୍ରାସ୍ଫୀତି :ଆୟ ବଢ଼ୁନାହିଁ, କିନ୍ତୁ ଜିନିଷପତ୍ରର ଦାମ୍‌ ବଢ଼ୁଛି। ମୁଦ୍ରାସ୍ଫୀତି ଯୋଗୁ ପ୍ରତିବର୍ଷ ଖାଦ୍ୟଦ୍ରବ୍ୟ, ଇନ୍ଧନ, ଚିକିତ୍ସା, ଶିକ୍ଷା, ଏବଂ ଘରଭଡ଼ା ଆଦିର ମୂଲ୍ୟ ବଢ଼ିଚାଲିଥାଏ। କିନ୍ତୁ ସମସ୍ତଙ୍କ ଆୟ ସେହି ହାରରେ ବଢ଼େନାହିଁ। ଫଳରେ ଆୟ ବଢ଼ିଲେ ମଧ୍ୟ କ୍ରୟ କ୍ଷମତା ସମାନ ରହେ ନାହିଁ କିମ୍ବା କମିଯାଏ। ଅର୍ଥାତ୍‌ ଆଜି ଯେତେ ଟଙ୍କାରେ ଯାହା ମିଳୁଛି, ଆଗାମୀ ବର୍ଷ ସେଇ ଟଙ୍କାରେ ତାହା ମିଳିବ ନାହିଁ। ଏହା ଆର୍ଥିକ ଶକ୍ତିକୁ କ୍ଷୟ କରିଥାଏ।
ସପ୍ତମରେ ଅପ୍ରତ୍ୟାଶିତ ଖର୍ଚ୍ଚ, ପାରିବାରିକ ଦାୟିତ୍ୱ ଏବଂ କର ବୋଝ ବୃଦ୍ଧି ଓ ଏହିସବୁ ଖର୍ଚ୍ଚ ପାଇଁ ପ୍ରସ୍ତୁତ ନ ରହିବା ଅଭାବର କାରଣ ହୋଇଥାଏ।
ଅଷ୍ଟମ କାରଣ ହେଉଛି ନିବେଶ ଏବଂ ଭବିଷ୍ୟତ ପାଇଁ ସଞ୍ଚୟର ଅଭାବ : ଅନେକ ଉଚ୍ଚ ଆୟକାରୀ ଲୋକ କେବଳ ବର୍ତ୍ତମାନକୁ ଚିନ୍ତାକରି ଖର୍ଚ୍ଚ କରନ୍ତି, ଭବିଷ୍ୟତ ପାଇଁ ଯୋଜନା କରନ୍ତି ନାହିଁ। ସେମାନେ ନିବେଶ କରନ୍ତି ନାହିଁ, ଫଳରେ ଟଙ୍କାର ମୂଲ୍ୟ ସମୟ ସହ କମିଯାଏ। ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ନିଜର ଅବସରକାଳୀନ ଜୀବନ ପାଇଁ ଟଙ୍କା ସଞ୍ଚୟ ନ ଥିଲେ ଆଜିର ଭଲ ଆୟ ମଧ୍ୟ ଭବିଷ୍ୟତରେ ଅଭାବ ସୃଷ୍ଟି କରିପାରେ। ନିବେଶ ନ କରି କେବଳ ସଞ୍ଚୟ କରିବା ମଧ୍ୟ ପର୍ଯ୍ୟାପ୍ତ ନୁହେଁ, କାରଣ ମୁଦ୍ରାସ୍ଫୀତି ସଞ୍ଚୟର ମୂଲ୍ୟକୁ କମାଇଦିଏ
ଭଲ ଆୟ ହେଉଛି ଏକ ବଡ଼ ସୁଯୋଗ, କିନ୍ତୁ ଏହା ଆପେ ଆପେ ଆର୍ଥିକ ସୁରକ୍ଷା ଦେଇପାରେ ନାହିଁ। ଆୟ ଯେତିକି ଗୁରୁତ୍ୱପୂର୍ଣ୍ଣ, ଟଙ୍କାକୁ ବୁଦ୍ଧିମତ୍ତାର ସହ ଖର୍ଚ୍ଚ କରିବା, ସଞ୍ଚୟ ଏବଂ ନିବେଶ କରିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଭାବ ଅନୁଭବ ହେଉଛି ଆମର ଚିନ୍ତାଧାରା, ମାନସିକତା ଏବଂ ରୁଗ୍‌ଣ ଅର୍ଥ ପରିଚାଳନାର ଫଳ। ଆୟ ବଢ଼ାଇବା ଉପରେ ଧ୍ୟାନଦେବା ସହ ଜୀବନର ବିଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ଅର୍ଥ ନିୟୋଜନ, ଖର୍ଚ୍ଚ ନିୟନ୍ତ୍ରଣ ଏବଂ ଆର୍ଥିକ ସ୍ଥିତିର ନିୟମିତ ମୂଲ୍ୟାଙ୍କନ ଉପରେ ଧ୍ୟାନଦେଲେ ଆର୍ଥିକ ସ୍ବାଚ୍ଛନ୍ଦ୍ୟ ଏବଂ ମାନସିକ ଶାନ୍ତି ଲାଭ କରିହେବ।
ପଲେଇ, ଚାନ୍ଦୋଳ, କେନ୍ଦ୍ରାପଡ଼ା
ମୋ: ୭୩୮୧୦୪୬୪୭୭

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ବର୍ଷା ହେଲେ କାହାକୁ ମିଳିବ ଫାଇନାଲ ଟିକେଟ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ର ପ୍ରଥମ ସେମିଫାଇନାଲ ମାର୍ଚ୍ଚ ୪ ତାରିଖରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ…

ଭାରତ ପାଖେ କେତେ ଦିନ ପାଇଁ ଗଚ୍ଛିତ ଅଛି ଅଶୋଧିତ ତୈଳ, ସରିଗଲେ କ’ଣ ପ୍ରଭାବ ପଡିବ, ଜାଣନ୍ତୁ…

ନୂଆଦିଲ୍ଲୀ,୪।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ସେମିଫାଇନାଲ ଭାରତୀୟ ଦଳର ପ୍ରାକ୍ଟିସ୍‌ ସମୟରେ ଅଚାନକ କରାଗଲା ପରିବର୍ତ୍ତନ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ,୪।୩: ମୁମ୍ବାଇରେ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ, ଭାରତୀୟ ଦଳର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପ୍ଲେଇଂ ଇଲେଭେନରୁ ନେଟ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri