Categories: ଜାତୀୟ

ପାର୍ଟି ମୁଖ୍ୟଙ୍କ ଇସ୍ତଫା ଘୋଷଣା ପରେ ଏନ୍‌ସିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧ ପ୍ରଦର୍ଶନ

ମୁମ୍ବାଇ,୨।୫: ବରିଷ୍ଠ ରାଜନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ନେଇ ବୋଲି ଘୋଷଣା କରିବା ପରେ ମୁମ୍ବାଇର ଓ୍ବାଇବି ଚାବନ ସେଣ୍ଟର ବାହାରେ ଏନସିପି କାର୍ଯ୍ୟକର୍ତ୍ତାମାନେ ବିରୋଧ କରିଛନ୍ତି।

ଦେଶର ଜଣେ ବରିଷ୍ଠ ବିରୋଧୀ ଦଳର ନେତା ଭାବେ ପରିଚିତ ଶରଦ ପାୱାର ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିକୁ ଏକାଠି କରି ସରକାର ଗଠନ କରିଥିଲେ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ମହା ବିକାଶ ଅଘାଡି ସରକାର ଭୁଶୁଡି ପଡିଛି। ତଥାପି ଶରଦ ପାୱାର ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ବର୍ତ୍ତମାନ ପାଓ୍ବାରଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ସମର୍ଥକ ଓ ବରିଷ୍ଠ ନେତାମାନେ ସହଜରେ ଏହାକୁ ଗ୍ରହଣ କରିପାରି ନାହାନ୍ତି।

Share