Posted inଜାତୀୟ

‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ଏନ୍‌ସିପି ନେତା କଲେ ବଡ଼ ଦାବି

ମୁମ୍ୱାଇ,୩।୨: ମହାରାଷ୍ଟ୍ରରେ ଚାଲିଥିବା ‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ ପାଇଁ ମଙ୍ଗଳବାର ଦାବି ଉଠିଛି। ଏନସିପି ନେତା ଅମୋଲ ମିଟକାରୀ କହିଛନ୍ତି, ଅଜିତ ଦାଦା ମହିଳାମାନଙ୍କ ପ୍ରିୟ ଭାଇ ରହିଥିଲେ। ସେ ଯେତେବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ ମା’ ଉଭଣୀମାନେ ତାଙ୍କ ହାତରେ ରାଖୀ ବାନ୍ଧି ସ୍ୱାଗତ କରୁଥିଲେ। ଏହା ଅଜିତ ଦାବାଙ୍କ ପ୍ରତି ମା’ ଉଭଣୀଙ୍କ ଅତୁଟ ସ୍ନେହ ଏବଂ ଭଳ ପାଇବା ରହିଥିଲା। ଏନେଇ ‘ଲଡକି ବେହେନ’ ଯୋଜନାର ନାମ ପରିବର୍ତ୍ତନ କରି ଅଜିତ ଦାଦାଙ୍କ ନାମରେ ନାମିତ କଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏନେଇ ଏନସିପି ନେତା ଅଜିତ ଦାଦା ଲଡକି ବାହିନୀ ଯୋଜନା ନାମ କରଣ କରିବାକୁ ଦେବେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ସୂଚନା ଯୋଗ୍ୟ, ଅଜିତ ପାୱାରଙ୍କ ଦେହାନ୍ତ ପରେ ଶୁକ୍ରବାର ତାଙ୍କ ପତ୍ନୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବର୍ତ୍ତ୍‌ମାନ ଏନ୍‌ସିପିର ଏହି ଦାବି ମହାରାଷ୍ଟ୍ର ରାଜନୀତିରେ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ପ୍ରଧାନମନ୍ତ୍ରୀ ଦେଶକୁ ବିକ୍ରି କରିଦେଇଛନ୍ତି: ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ଅଭିଯୋଗ

ନୂଆଦିଲ୍ଲୀ,୩।୨: ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି: ୮ ଏମ୍‌ପିଙ୍କୁ ସଂସଦରୁ କଲେ ନିଲମ୍ବନ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୨: ଲୋକସଭା କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ଏହି…

‘ପ୍ରଚେଷ୍ଟା ଜାରି ରହିଲେ ସଫଳତା ଆପେ ଆପେ ମିଳିବ’ , ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗ ଦେଇ ଏମିତି କହିଲେ…

ଭଞ୍ଜନଗର,୩/୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ୪୪ ତମ ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଡେପୁଟି କଲେକ୍ଟର ରଚିତା…

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ଟି-୨୦ରେ କମାଲ କଲେ ବାବର ଆଜମ: ଭାଙ୍ଗିଲେ କୋହଲିଙ୍କ ସର୍ବକାଳୀନ ରେକର୍ଡ

ଲାହୋର,୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri