Posted inଜାତୀୟ

ଅଜିତ ପାଓ୍ବାରଙ୍କୁ ସ୍ବାଗତ କରିବାକୁ କ୍ରେନରେ ୪୫ ମିନିଟ ଲଟକି ରହିଲେ ସମର୍ଥକ

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର ପ୍ରଥମଥର ଲାଗି ପିମ୍ମରି-ଛିଂଦଓ୍ବାଡା ପହଞ୍ଚିଥିଲେ, ସେଠାରେ ତାଙ୍କ ସମର୍ଥକମାନେ ତାଙ୍କୁ ଜୋରସୋରରେ ସ୍ବାଗତ କରିଥିଲେ। ତାଙ୍କୁ ସ୍ବାଗତ କରିବାକୁ ସମର୍ଥକମାନେ ଅନେକ ପ୍ରସ୍ତୁତି କରିଥିଲେ। ତାଙ୍କ ସମର୍ଥକମାନେ ପିମ୍ମରିରେ ପହଞ୍ଚିବା ପରେ ଏତେ ଉତ୍ସାହିତ ଥିଲେ ଯେ ତାଙ୍କ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। କେବଳ ଏତିକି ନୁହେଁ, ମଞ୍ଚର ଚାରିପାଖେ ଜେସିବି ପାର୍କିଂ କରିଥିଲେ। ସମର୍ଥକମାନେ ଅଜିତ ପାୱାରଙ୍କୁ ସ୍ବାଗତ କରିବା ପାଇଁ କୌଣସି ଅଭାବ ରଖି ନ ଥିଲେ।
ଅଜିତ ପାୱାରଙ୍କୁ ସ୍ବାଗତ କରୁଥିବାବେଳେ ଜଣେ ସମର୍ଥକ ଏପରି ଷ୍ଟଣ୍ଟ କରି ନିଜର ଖୁସି ବ୍ୟକ୍ତ କରିଥିଲେ ଯେ ସମସ୍ତେ ତାଙ୍କୁ ଦେଖିବା ଆରମ୍ଭ କରିଥିଲେ। ଏହି ସମର୍ଥକ ଅଜିତ ପାୱାରଙ୍କୁ ସ୍ବାଗତ କରିବାକୁ କ୍ରେନରେ ଲଟକି ରହି ଫଉଲମାଳା ପିନ୍ଧାଇଥିଲେ। କେବଳ ଏତିକି ନୁହେଁ, ସେ ଅତି କମରେ ୪୫ ମିନିଟ ପାର୍ଯ୍ୟନ୍ତ ୫୦ ରୁ ୬୦ ଫୁଟ ଉଚ୍ଚରେ ଲଟକି ରହିଥିଲେ।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ସୁନୀଲ ମଦାନ ନାମକ ଏହି ବ୍ୟକ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର କର୍ମୀ। ଯେତେବେଳେ ସେ ପ୍ରଥମ ଥର ପାଇଁ କହିଥିଲେ ଯେ ଅଜିତ ପାୱାରଙ୍କୁ ସ୍ବାଗତ କରିବା ପାଇଁ ସେ ଏହି ଷ୍ଟଣ୍ଟ କରିବାକୁ ଚାହୁଁଛନ୍ତି, ସେତେବେଳେ ଦଳର କର୍ମୀ ତାଙ୍କୁ ମନା କରିଦେଇଥିଲେ। ତେବେ ପରେ ତାଙ୍କୁ ଅନୁମତି ମିଳିଥିଲା। ବରାମାତି କର୍ପୋରେଟ ସାଣ୍ଟୋଶ ଗାଲିଣ୍ଡେଙ୍କ ଅନୁମତି ପାଇବା ପରେ ଏହି ଷ୍ଟଣ୍ଟ ପାଇଁ ପ୍ରସ୍ତୁତି କରାଯାଇଥିଲା।
ସୁନୀଲ ମଦନଙ୍କୁ ୫୦-୬୦ଫୁଟ ଉଚ୍ଚରେ ଏକ କ୍ରେନ ଦ୍ୱାରା ଦଉଡିରେ ଟାଙ୍ଗି ଦିଆଯାଇଥିଲା ଏବଂ ସେ ୪୫ ମିନିଟ ପର୍ଯ୍ୟନ୍ତ ଏହିପରି ଝୁଲି ରହିଥିଲେ। ଏହି ସମୟରେ ସେ ବହୁତ ଖୁସି ଥିଲେ ଏବଂ ଅଜିତ ପାୱାରଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥିଲେ। ଏହା ପରେ ସେ ଅଜିତ ପାୱାରଙ୍କୁ ଫୁଲମାଳ ପିନ୍ଧାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri