Categories: ଜାତୀୟ

‘ମୁଁ କ୍ଷମା ଚାହୁଁଛି, ଅଜିତ ପାଓ୍ବାରଙ୍କୁ ଜଣାଥିଲା…’ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଫେରାଇ ନେଇ ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୫।୫: ବରିଷ୍ଠ ନେତା ଶରଦ ପାଓ୍ବାର ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫାକୁ ଫେରାଇ ନେଇଛନ୍ତି। ଶୁକ୍ରବାର ଅର୍ଥାତ୍‌ ମେ ୫ରେ ପ୍ରେସ କନଫରେନ୍ସରେ ଘୋଷଣା କରି ସେ କହିଛନ୍ତି, ମୁଁ ଆପଣଙ୍କ ଭାବନାକୁ ଅପମାନ କରିପାରିବି ନାହିଁ। ମୁଁ ଭାବୁକ ହୋଇଯାଇଛି ଓ ମୋର ଇସ୍ତଫାକୁ ଫେରାଇ ନେଉଛି। ଏନସିପି ମୁଖ୍ୟ ଶରଦ ପାଓ୍ବାର କହିଛନ୍ତି ୨ ମେ’ରେ ମୁଁ ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ନେବାକୁ ସ୍ଥିର କରିଥିଲି। ମୋତେ ଅନୁଭବ ହୋଇଥିଲା କି କିଛି ବର୍ଷର ସେବା ପରେ ମୋତେ ରିଟାୟର ନେବାର ଅଛି।
ପାଓ୍ବାର ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଓ ଜୟନ୍ତ ପାଟିଲଙ୍କୁ କ୍ଷମା ମାଗିଛନ୍ତି। କାରଣ ଏହି ଦୁଇ ନେତାହିଁ ଶରଦ ପାଓ୍ବାରଙ୍କୁ ତାଙ୍କ ଇସ୍ତଫା ପତ୍ର ଫେରାଇ ନେବାକୁ କହିଥିଲେ। ସେ କହିଛନ୍ତି, ମୋ ରିଟାୟରମେଣ୍ଟ କଥା ଅଜିତ ପାଓ୍ବାରଙ୍କୁ ଜଣାଥିଲା। ସେଥିପାଇଁ ସେ ମୋ କଥାକୁ ସମର୍ଥନ କରୁଥିଲେ। ଏବେ ମୁଁ ଦଳ ପାଇଁ ନୂଆ ଉତ୍ସାହ ସହ କାମ କରିବି।

Share