Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଏନ୍‌ସିପି ମୁଖ୍ୟ

ନୂଆଦିଲ୍ଲୀ,୬।୪: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ପ୍ରାୟ ୨୦ରୁ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ନେଇ ଏକ ସୂତ୍ରରୁ ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଏଭଳି ସମୟରେ ହୋଇଛି, ଯେତେବେଳେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ପରିବାରର କୋଟି କୋଟି ଟଙ୍କା ସମ୍ପତ୍ତି ଜବତ କରିଛି। ସୂଚନାଯୋଗ୍ୟ, ପାତ୍ରା ଚୌଲ ଲ୍ୟାଣ୍ଡ ସ୍କାମ ମାମଲାରେ ମଙ୍ଗଳବାର ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯କୋଟି ଟଙ୍କାର ସମ୍ପତ୍ତି ଓ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ସାଙ୍କ ୨କୋଟି ଟଙ୍କା ସମ୍ପତ୍ତିକୁ ଇଡି ପକ୍ଷରୁ ଜବତ କରାଯାଇଛି।

Share