Categories: ଜାତୀୟ

ମିଳିଲା ପ୍ରେମ ପତ୍ର: ଶରଦ ପାୱାର

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତ୍ତନ ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଏହି ନୋଟିସ ପୁରୁଣା ନିର୍ବାଚନ ଶପଥପତ୍ରକୁ ନେଇ ବୋଲି ଜଣାପଡିଛି । ମୁମ୍ବାଇ ଆୟକର ବିଭାଗ ଏବେ ପର୍ଯ୍ୟନ୍ତ ନୋଟିସକୁ ପ୍ରତ୍ୟାଖ୍ୟାନ କରିନାହିଁ । ଏନସିପିପର ମୁଖ୍ୟ ପ୍ରବକ୍ତା ମହେଶ ଭାରତ ତପାସେ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମହେଶ ଭାରତ ତପାସେ ଟୁଇଟ କରି କହିଛନ୍ତି, ମହାରାଷ୍ଟ୍ର ସରକାରରେ ପରିବର୍ତ୍ତନ ପରେ ପରେ ଶରଦ ପାୱାରଙ୍କୁ ୨୦୦୪, ୨୦୦୯, ୨୦୧୪ ଓ ୨୦୨୦ର ନିର୍ବାଚନ ଶପଥପତ୍ରକୁ ନେଇ ଆୟକର ବିଭାଗ ନୋଟିସ ଦେଇଛି । ତେଣୁ ଏହା ବିଶୁଦ୍ଧ ଭାବେ ଯୋଗାଯୋଗ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ମହେଶ ଭାରତ ତାପସେ ।
ଏହି ନୋଟିସକୁ ନେଇ ଶରଦ ପାୱାର କହିଛନ୍ତି ଆୟକର ବିଭାଗ ପକ୍ଷରୁ ମୋତେ ପ୍ରେମ ପତ୍ର ମିଳିଛି । ୨୦୦୪, ୨୦୦୯, ୨୦୧୪ ଓ ୨୦୨୦ରେ ହୋଇଥିବା ନିର୍ବାଚନ ଘୋଷଣାପତ୍ର ସମ୍ପର୍କିତ ଆୟକର ବିଭାଗ ପକ୍ଷରୁ ମୋତେ ପ୍ରେମ ପତ୍ର ମିଳିଛି ।

Share