ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନ୍‌ସିବି ପକ୍ଷରୁ ଚଢାଉ: ଅଢେଇ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ମୁମ୍ବାଇ,୧୦।୧୨-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ କାରାବାର ମାମଲାରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନ୍‌ସିବି)ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଅଢେଇ କୋଟି ଟଙ୍କାର ନିଷିଦ୍ଧ ନିଶାଦ୍ରବ୍ୟ ଜବତ କରିଛି। ଏଥିସହିତ ଡ୍ରଗ୍ସ କାରବାର କରୁଥିବା ୨ ଯୁବକଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ରିଗେଲ ମହାକାଳ ଓ ମହମ୍ମଦ ଆଜାମ ଜମାନ ଶେଖ। ବୁଧବାର ଏନ୍‌ସିବିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏହି ଚଢାଉ ହୋଇଥିଲା।

Share