ଡ୍ରଗ୍ସ ମାମଲା: ଜବତ ହେଲା ଅଭିନେତ୍ରୀଙ୍କ ଫୋନ

ମୁମ୍ବାଇ,୨୭ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲା ବେଳକୁ ବେଳ ନୂଆ ମୋଡ ନେଉଛି । ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର, ରକୁଲ ପ୍ରିତ ସିଂଙ୍କ ନାମ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ପ୍ରକ୍ରିୟାକୁ ଆହୁରି ବଢାଇ ଦେଇଛି । ଶନିବାର ଦୀପିକା, ସାରା, ଶ୍ର୍‌ଦ୍ଧାଙ୍କୁ ଡ୍ରଗ୍ସ ମାମଲାକୁ ନେଇ ପଚରା ଉଚରା କରିଛି । ଏବେ ଏନ୍‌ସିବି ଦୀପିକା ପାଦୁକୋନ, ସାରା ଅଲି ଖାଁ, ଶ୍ରଦ୍ଧା କପୁର, କରିସ୍ମା ପ୍ରକାଶ, ରକୁଲପ୍ରିତ ସିଂ, ସିମୋନ ଖମ୍ବାଟା ଓ ଜୟା ଶାହାଙ୍କ ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି । ଶନିବାର ଦୀପିକା, ସାରା ଓ ଶ୍ରଦ୍ଧା କପୁରଙ୍କୁ ଅଲଗା ଅଲଗା ଭାବେ ପଚରା ଉଚରା କରାଯାଇଥିବା ବେଳେ ସାରା ଓ ଶ୍ରଦ୍ଧାଙ୍କୁ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡିଛି । ଏବେ ଏହି ମାମାଲରେ ଫସି ଯାଇଛି ବଲିଉଡ୍ ନିର୍ଦ୍ଦେଶକ କରନ ଜୋହରଙ୍କ ଧର୍ମା ପ୍ରଡକସନ୍ । ଏହାର କାର୍ଯ୍ୟକାରୀ ନିର୍ମାତା କ୍ଷିତିଜ ରବି ପ୍ରସାଦଙ୍କୁ ମଧ୍ୟ ଏହି ମାମଲାରେ ଶନିବାର ଗିରଫ କରାଯାଇଛି ।

Share