ଡ୍ରଗ୍ସ କାରବାର ମାମଲା: ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କଲା ଏନ୍‌ସିବି

ମୁମ୍ବାଇ,୧୩।୯-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାରକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କୁ ଗିରଫ କରିଛି। ଜେରାବେଳେ ରିୟା ଏନ୍‌ସିବି ନିକଟରେ ବଲିଉଡର ୨୫ ଜଣ ନାମୀଦାମୀ କଳାକାର ଡ୍ରଗ୍ସ ନେଉଥିବା କଥା ସ୍ବୀକାର କରିଥିଲେ। ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା କଥାକୁ ଏନ୍‌ସିବି ନିକଟରେ ଦର୍ଶାଇଥିଲେ। ଯେଉଁଥିରେ ରକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ତେବେ ଏହି ଘଟଣାରେ ଏନ୍‌ସିବି ଡେପୁଟି ଡାଇରେକ୍ଟର କେପିଏସ ମଲହୋତ୍ରା ବଲିଉଡ କଳାକାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ବଲିଉଡ କଳାକରାଙ୍କ ତାଲିକା ପ୍ରସ୍ତୁତ କରି ନାହୁଁ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ତାଲିକା ଡ୍ରଗ୍ସ ବେପାରୀଙ୍କ ଥିଲା। ଏହା ବଲିଉଡ ସହିତ ଦ୍ୱନ୍ଦ୍ୱରେ ପଡୁଛି।

Share