Categories: ଜାତୀୟ

‘ନୂଆ ଜୀବନ ମିଳିଲା’

ଡେରାଡୁନ,୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ରବିବାର ହିମ ସ୍ଖଳନ ଘଟିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତାପୋଭାନ ପାଓ୍ବାର ପ୍ରୋଜେକ୍ଟ ଏରିଆ। ଏହି ପାଓ୍ବାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଭିନ୍ନ କାଦୁଅ ଗୁମ୍ଫାରେ ଫସି ରହିଥିଲେ। ସେମାନଙ୍କ ଉଦ୍ଧାର କାର୍ଯ୍ୟ କରୁଛି ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ (ଆଟିବିପି)।

ଉଦ୍ଧାର ପାଇବା ପରେ ଜଣେ ବ୍ୟକ୍ତି କହିଥିଲେ ‘ନୂଆ ଜୀବନ ମିଳିଲା’। ବନ୍ୟା ପରେ ତାପୋଭାନ ପାଓ୍ବାର ପ୍ରୋଜେକ୍ଟ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଆଟିବିପି ଯବାନ। ପ୍ରଥମ ଟନେଲରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦ୍ୱିତୀୟ ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଆଇଟିବିପି ପ୍ରବକ୍ତା ବିବେକ କୁମାର ପାଣ୍ଡେ କହିଛନ୍ତି।

Share