ଫୁଲ ଅନ ଆକ୍ସନ ଅବତାରରେ ନୟନତାରା

ମୁମ୍ବାଇ: ଶାହାରୁଖ ଖାଁଙ୍କ ଷ୍ଟାରର ମୁଭି ‘ଜଓ୍ବାନ’ ୨୦୨୩ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ପ୍ରିଭ୍ୟୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳିଛି। ଆଉ ଏହାକୁ ନେଇ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢି ଯାଇଛି। ‘ଜଓ୍ବାନ’ରେ ପ୍ରଥମଥର କିଙ୍ଗ ଖାନ ସାଉଥ ଆକ୍ଟ୍ରେସ ନୟନତାରାଙ୍କ ସହ ସ୍କ୍ରିନ ଶେୟାର କରୁଛନ୍ତି। ଏବେ ଶାହାରୁଖ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ଶେୟାର କରି ଫିଲ୍ମରେ ଆକ୍ଟ୍ରେସ ନୟନତାରାଙ୍କ ଲୁକ ବି ରିଭିଲ କରିଦେଇଛନ୍ତି।

ଶାହାରୁଖ ଯେଉଁ ପୋଷ୍ଟର ଶେୟାର କରିଛନ୍ତି ସେଥିରେ ଅଭିନେତ୍ରୀଙ୍କ ଫାୟରୀ ଲୁକ ନଜର ଆସିଛି। ନୟନତାରା ହାତରେ ଗନ ଧରି ଫୁଲ ଅନ ଆକ୍ସନ ଅବତାରରେ ନଜର ଆସିଛନ୍ତି। ଏହାକୁ ଶେୟାର କରି ଶାହାରୁଖ ଲେଖିଛନ୍ତି, ‘ଓ୍ବହ ତୁଫାନସେ ପେହଲେ ଆନେ ଓ୍ବାଲି ଗଡଗଡାହଟ ହ! ନୟନତାରା।’
‘ଜଓ୍ବାନ’କୁ ନେଇ ଶାହାରୁଖ କୁହନ୍ତି ଏହା ଏକ ୟୁନିଭର୍ସାଲ ଷ୍ଟୋରୀ, ଯାହା ଭାଷା ଓ ଭୌଗୋଳିକ କ୍ଷେତ୍ର ଉପରେ ଓ ସମସ୍ତଙ୍କ ଏନଜୟ ପାଇଁ। ଏହି ୟୁନିକ ମୁଭିକୁ ନିର୍ମାଣ କରିବାର କ୍ରେଡିଟ ଏଟଲିଙ୍କୁ ଯାଉଛି। ଏହା ମୋ ପାଇଁ ଏକ ଶାନଦାର ଏକ୍ସପିରିଏନ୍ସ। କାରଣ ମୋତେ ଆକ୍ସନ ଫିଲ୍ମ ପସନ୍ଦ! ଟିଜର ଆଇସବର୍ଗର ବିଲକୁଲ ଛୋଟା ସା ଟିପ ଆଉ ଏହା ବି ଝଲକ ଦେଉଛି କି ଆଉ କ’ଣ ଆମେଜିଂ ଆସିବାକୁ ଅଛି।
ସୂଚନାଯୋଗ୍ୟ, ‘ଜଓ୍ବାନ’ରେ ଶାହାରୁଖ ଓ ନୟନତାରାଙ୍କ ବ୍ୟତୀତ ଦୀପିକା ପାଦୁକୋନ, ସାନ୍ୟା ମାଲହୋତ୍ରା, ପ୍ରିୟାମଣି, ବିଜୟ ସେତୁପତି, ଯୋଗୀ ବାବୁ ଓ ସିଦ୍ଧି ଡୋଗରା ଲିଡ ରୋଲରେ ଅଛନ୍ତି। ଏଥିରେ ଶାହାରୁଖଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଲୁକରେ ଦେଖିବାକୁ ମିଳିବ।

Share