ହାତକୁ ଦୁଇ ହାତ ହେବେ ସୁନ୍ଦରୀ ନୟନତାରା

ହାଇଦ୍ରାବାଦ: ୨୦୧୫ରୁ ଡେଟିଂ। ଶେଷରେ ପ୍ରେମିକଙ୍କ ସହ ଆଉ ପାଦେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ନୟନତାରା। ରାତି ପାହିଲେ ତାଙ୍କ ବିବାହ। ଦୀର୍ଘ ଦିନର ସାଥୀ ବିଘ୍ନେଶଙ୍କ ହାତ ଧରିବେ ସେ।

ମହାବାଲିପୁରମ୍‌ର ଶେରାଟନ ପାର୍କରେ ଏହି ଗ୍ରାଣ୍ଡ ବିବାହ ଅନୁଷ୍ଠିତ ହେବ। ନୟନତାରା ଓ ବିଘ୍ନେଶଙ୍କ ୱେଡିଂ କାର୍ଡ ଭିଡିଓ ନିକଟ ବନ୍ଧୁ ବାନ୍ଧବଙ୍କ ପାଖକୁ ପଠାଯାଇଛି। ଏହା ଏକ ଗ୍ରାଫିକାଲ ଭିଡିଓ ହୋଇଥିବା ବେଳେ ସେଥିରେ ନୟନତାରା ଓ ବିଘ୍ନେଶଙ୍କ ଭଳି ଦେଖାଯାଉଥିବା ବର କନିଆଁଙ୍କୁ ଦର୍ଶାଯାଇଛି। ଏହି ଗ୍ରାଫିକ୍ସ ନିମନ୍ତ୍ରଣ କାର୍ଡକୁ ନୟନତାରା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ହେଲେ ଏହି ବିବାହକୁ ଅଧିକ ଲୋକଙ୍କୁ ଆମନ୍ତ୍ରିତ କରାଯାଇନାହିଁ। ଏହି ବିବାହରେ କେବଳ ପରିବାରଲୋକଙ୍କ ସମେତ ନିକଟ ସମ୍ପର୍କୀୟ ଯୋଗ ଦେବେ।

ତେବେ ନୟନତାରା ଏବଂ ବିଘ୍ନେଶ ଗତ ୭ ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ। ଉଭୟ ୨୦୧୫ରେ ‘ନାନୁମ ରାଉଡି’ ଫିଲ୍ମରେ ଏକାଠି କାମ କରିଥିଲେ। ଏହାପରଠାରୁ ସେମାନେ ପରସ୍ପରକୁ ପସନ୍ଦ କରିବା ସହ ଦୀର୍ଘଦିନ ଧରି ଡେଟ୍‌ କରିଥିଲେ। ୨୦୨୧ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା।

Share