୫୦ ସେକେଣ୍ଡର ବିଜ୍ଞାପନ ପାଇଁ ଏତିକି ଟଙ୍କା ନେଲେ ନୟନତାରା

ଦେଶରେ ଆଜିକାଲି ସାଉଥ ସିନେମା କ୍ରେଜ୍‌ ଚାଲିଛି। ‘ପୁଷ୍ପା’, ‘ଆରଆରଆର’, ‘କେଜିଏଫ’ର ସଫଳତା ପରେ ସାଉଥ ସିନେମା ଷ୍ଟାର୍‌ଙ୍କ ଗୋଡ ତଳେ ଲାଗୁନି। ଏହି ଷ୍ଟାର୍‌ମାନେ ବଲିଉଡ୍‌ ଷ୍ଟାର୍‌ଙ୍କୁ ଟକ୍କର ଦେବା ଆରମ୍ଭ କଲେଣି। ସାଉଥ ସିନେମାର ଅଭିନେତ୍ରୀ ନୟନତାରା ଯଦିଓ ଏପର୍ଯ୍ୟନ୍ତ କୌଣସି ବଲିଉଡ ଫିଲ୍ମ ସାଇନ୍‌ କରିନାହାଁନ୍ତି, କିନ୍ତୁ ସାରା ଦେଶରେ ତାଙ୍କ ପ୍ରଶଂସକଙ୍କ ତାଲିକା ବହୁତ ଲମ୍ବା। ନିକଟରେ ସେ ୫୦ ସେକେଣ୍ଡର ଏକ ବିଜ୍ଞାପନ ପାଇଁ ୫ କୋଟି ଫି’ ନେଇଛନ୍ତି। ସାଧାରଣତଃ ସେ ଗୋଟିଏ ଫିଲ୍ମ ପାଇଁ ୪ ରୁ ୫ କୋଟି ନିଅନ୍ତି।
ନୟନତାରାଙ୍କ ପ୍ରକୃତ ନାମ ହେଉଛି ‘ଡାଏନା ମରିୟମ କୁରିୟନ’ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ନୟନତାରା ନାମରେ ଜଣାଶୁଣା। ୨୦୦୩ରେ ମାଲାୟାଲମ ଫିଲ୍ମ ‘ମନସିନାକାରେ’ ଜରିଆରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ‘ଚନ୍ଦ୍ରମୁଖୀ’ ନୟନତାରାଙ୍କ କ୍ୟାରିୟରର ସବୁଠାରୁ ସଫଳ ଫିଲ୍ମ ଥିଲା।
ପ୍ରଭୁଦେବାଙ୍କ ସହ ନୟନତାରାଙ୍କ ପ୍ରେମ କାହାଣୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଥିଲା । କିନ୍ତୁ ଏହି ସମ୍ପର୍କ କିଛି ବର୍ଷ ପରେ ଭାଙ୍ଗିଯାଇଥିଲା। ଆଜିକାଲି ନୟନତାରା ଫିଲ୍ମ ନିର୍ଦ୍ଦେଶକ ବିଗ୍ନେଶ ଶିବନଙ୍କୁ ଡେଟ କରୁଛନ୍ତି। ଉଭୟ ଜୁନ ୯ରେ ବିବାହ କରିବେ ବୋଲି କୁହାଯାଉଛି।

Share