ବଳାତ୍କାର ପରେ ଅଚେତ ହୋଇଗଲା, ଭୟରେ ତଣ୍ଟି ଚିପିଦେଲି

ନୟାଗଡ଼ ଅଫିସ,୨୦।୬: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡିଆ ଅଞ୍ଚଳର ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ସାଗର ଦଳେଇ(୨୨)ଙ୍କୁ ବାଣିଗୋଛା ଥାନା ପୋଲିସ ୩ ଦିନିଆ ରିମାଣ୍ଡରେ ନେବା ପରେ ଶନିବାରଠାରୁ ତାଙ୍କୁ ପଚରାଉଚୁରା ଆରମ୍ଭ ହୋଇଛି । ରିମାଣ୍ଡ ସମୟରେ ସାଗର ହତ୍ୟାର ଗୁମର ଖୋଲି ପଶ୍ଚାତ୍ତାପ କରିଛନ୍ତି।

ସାଗର ପୋଲିସକୁ କହିଥିବା ସୂଚନା ଅନୁଯାୟୀ, ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟା ମୋ ସହ ପାଖ ଜଙ୍ଗଲକୁ ଯିବା ପରେ ବଳାତ୍କାର କରିଥିଲି। ସେ ଅଚେତ ହୋଇଯିବାରୁ ଭୟ ବଢ଼ିଥିଲା। ସେଥିପାଇଁ ତା’ର ବେକରେ ଦଉଡି ଲଗାଇ ତଣ୍ଟି ଚିପି ହତ୍ୟା କରିଥିଲି। ଦଉଡ଼ିରେ ଜୋରରେ ଭିଡି ଦେବାରୁ ବେକ କଟି କିଛି ଅଂଶ ଲାଗି ରହିଥିଲା। ପରେ ମୃତଦେହ ଫୋପାଡି ଚାଲି ଆସିଥିଲି। ଏ କଥା ମୁଁ ମୋ ଭାଇଙ୍କୁ ଜଣାଇବାକୁ ଚାହିଁଥିଲି। ହେଲେ ସାହସ କରି ପାରି ନ ଥିଲି। ତାଙ୍କ ପରିବାର ଲୋକେ ଖୋଜିବା ସମୟରେ କହି ଦେବି ବୋଲି ଭାବିଥିଲି, ସାହସ ହେଲାନାହିଁ । ପୋଲିସକୁ ମଧ୍ୟ କହି ପାରି ନ ଥିଲି । ହତ୍ୟା ପରେ କି ଭୁଲ୍‌ କଲି ଅନେକ ଥର ଭାବିଛି। ହେଲେ ସେତେବେଳକୁ ଆଉ କିଛି ନ ଥିଲା। ଭୁଲ୍‌ ଲୁଚାଇବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ସତ କହିବାକୁ ବାଧ୍ୟ ହେଲି ବୋଲି ସାଗର କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଧୁନ୍ଦୁଗାଡିଆ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ୫ବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ମିଳି ନ ଥିଲା। ପୋଲିସ ବି ଟେର ପାଇ ନ ଥିଲା। ସନ୍ଦେହରେ ସାଗର ଦଳେଇଙ୍କୁ ପୋଲିସ ପଚରାଉଚୁରା କରିବା ପରେ ସେ ସତ ମାନିଥିଲେ। ଏହାପରେ ଗତ ୧୭ରେ ସାଗରଙ୍କୁ ପୋଲିସ ଗିରଫ କରି ୧୮ରେ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri