ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫ ଫୁଟ ଉପରକୁ ଉଠାଯାଇ ୨୦ ଫୁଟ ଉଚ୍ଚତା କରାଯିବ । ଏ କାର୍ଯ୍ୟ ଚାଲୁ ରହିଛି । ପଡ଼ିଆ ବାଉଣ୍ଡରୀ ଭିତରେ ଥିବା ଚଲାପଥକୁ ୮ ଫୁଟ ଓସାର କରାଯାଇଛି। ସେହି ରାସ୍ତାରେ ପ୍ରାତଃ ଓ ସନ୍ଧ୍ୟା ସମୟରେ ଚାଲୁଥିବା ଲୋକମାନେ ଆଉ ହଇରାଣ ହେବ ନାହିଁ। ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ର ପ୍ରାଚୀରକୁ ଲାଗି ନିର୍ମାଣ ହେବ ଗ୍ୟାଲେରୀ। ସେଠାରେ ୩୦୦ ଦର୍ଶକ ବସି ଖେଳ ଦେଖି ପାରିବେ । କଲିକତାରୁ ଉନ୍ନତମାନର ଘାସ ଚାରା ଅଣା ଯାଇ ରୋପଣ କାର୍ଯ୍ୟ ଚାଲିଛି । ରକ୍ଷଣାବେକ୍ଷଣ ପାଇଁ ୫୦ ହଜାର ଲିଟର ପାଣି ଟାଙ୍କି ସହ ସ୍ପିଙ୍କଲର ବ୍ୟବସ୍ଥା ରହିଛି । ରାତ୍ରିକାଳୀନ ମ୍ୟାଚ ପାଇଁ ୬ଟି ଖୁଣ୍ଟରେ ହାଇମାକ୍ସ ଲଗା ଯିବ । ଗୋଟିଏ ଖୁଣ୍ଟରେ ୩୦ଟି ଲାଇଟ୍‌ ରହିବ। ଗୋଟିଏ ଖୁଣ୍ଟ ପିଛା ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମର୍ଣ୍ଣିୱାର୍କ କରୁଥିବା ଲୋକଙ୍କ ପାଇଁ ୩୦ ପ୍ରକାରର ଓପନ ଜିମ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷେ ପଡିଆ ଭିତରେ ଆଉ ଏକ ଘର ନିର୍ମାଣ କରାଯାଇ ବୟସ୍କ ନାଗରିକଙ୍କ ପାଇଁ ବସିବାର ସୁବିଧା ସହ ଫିଜିଓଥେରାପି ବ୍ୟବସ୍ଥା ରହିଛି । ପୁଣି ପଡିଆ ଭିତରେ ଦଉଡି ଯଣା, ଝୁଲା ଦୋଳିର ର ଅନୁରୂପ ଭାବେ ବ୍ୟବସ୍ଥା କରାଯାଉଛି ।