ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫ ଫୁଟ ଉପରକୁ ଉଠାଯାଇ ୨୦ ଫୁଟ ଉଚ୍ଚତା କରାଯିବ । ଏ କାର୍ଯ୍ୟ ଚାଲୁ ରହିଛି । ପଡ଼ିଆ ବାଉଣ୍ଡରୀ ଭିତରେ ଥିବା ଚଲାପଥକୁ ୮ ଫୁଟ ଓସାର କରାଯାଇଛି। ସେହି ରାସ୍ତାରେ ପ୍ରାତଃ ଓ ସନ୍ଧ୍ୟା ସମୟରେ ଚାଲୁଥିବା ଲୋକମାନେ ଆଉ ହଇରାଣ ହେବ ନାହିଁ। ଜିଲା ମୁଖ୍ୟ ଚିକିସତ୍ାଳୟ(ଡିଏଚଏଚ)ର ପ୍ରାଚୀରକୁ ଲାଗି ନିର୍ମାଣ ହେବ ଗ୍ୟାଲେରୀ। ସେଠାରେ ୩୦୦ ଦର୍ଶକ ବସି ଖେଳ ଦେଖି ପାରିବେ । କଲିକତାରୁ ଉନ୍ନତମାନର ଘାସ ଚାରା ଅଣା ଯାଇ ରୋପଣ କାର୍ଯ୍ୟ ଚାଲିଛି । ରକ୍ଷଣାବେକ୍ଷଣ ପାଇଁ ୫୦ ହଜାର ଲିଟର ପାଣି ଟାଙ୍କି ସହ ସ୍ପିଙ୍କଲର ବ୍ୟବସ୍ଥା ରହିଛି । ରାତ୍ରିକାଳୀନ ମ୍ୟାଚ ପାଇଁ ୬ଟି ଖୁଣ୍ଟରେ ହାଇମାକ୍ସ ଲଗା ଯିବ । ଗୋଟିଏ ଖୁଣ୍ଟରେ ୩୦ଟି ଲାଇଟ୍‌ ରହିବ। ଗୋଟିଏ ଖୁଣ୍ଟ ପିଛା ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମର୍ଣ୍ଣିୱାର୍କ କରୁଥିବା ଲୋକଙ୍କ ପାଇଁ ୩୦ ପ୍ରକାରର ଓପନ ଜିମ ବ୍ୟବସ୍ଥା କରାଯିବ । ଅନ୍ୟପକ୍ଷେ ପଡିଆ ଭିତରେ ଆଉ ଏକ ଘର ନିର୍ମାଣ କରାଯାଇ ବୟସ୍କ ନାଗରିକଙ୍କ ପାଇଁ ବସିବାର ସୁବିଧା ସହ ଫିଜିଓଥେରାପି ବ୍ୟବସ୍ଥା ରହିଛି । ପୁଣି ପଡିଆ ଭିତରେ ଦଉଡି ଯଣା, ଝୁଲା ଦୋଳିର ର ଅନୁରୂପ ଭାବେ ବ୍ୟବସ୍ଥା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri