ନୟାଗଡ଼ ଜଗନ୍ନାଥ ମନ୍ଦିର ଅବଢ଼ା ନିଲାମରେ ଚଞ୍ଚକତା

ନୟାଗଡ଼ ଅଫିସ,୨୦ା୫: ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ନିଲାମରେ ଚଞ୍ଚକତା କରାଯାଇ ଠାକୁରଙ୍କୁ ବି ଠକେଇ କରାଯାଉଛି। ନିଲାମ ପରେ ୫୦ ପ୍ରତିଶତ ଅର୍ଥ ପଇଠ କରାଯିବାର ନିୟମ ରହିଥିଲେ ହେଁ ଦେବୋତ୍ତର ବିଭାଗ ପକ୍ଷରୁ ଏଥିପ୍ରତି ଅଣଦେଖା କରାଯାଉଛି। ଏଣୁ ପ୍ରତିବର୍ଷ ଅବଢ଼ା ପାଇଁ ନିଲାମ ହେଉଥିବାବେଳେ ନିଲାମ ଟଙ୍କାରୁ ଅଧା ଟଙ୍କା ଠାକୁର ରାଜସ୍ବ ପାଉନାହାନ୍ତି। ସ୍ବାମୀ ନିଲାମ ଟଙ୍କା ବକେୟା ରଖିଥିବାବେଳେ ସ୍ତ୍ରୀ ପୁଣି ନିଲାମ ନେଉଛନ୍ତି। ପ୍ରତିବର୍ଷ ଏଭଳି ଠକେଇ ଚାଲିଥିବାବେଳେ ଏହାକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯାଉନାହିଁ। ଅନ୍ୟପକ୍ଷେ ନିଲାମ ଟଙ୍କା ପାଇବାକୁ ମନ୍ଦିର ପ୍ରଶାସନ ରିକଭରି ବ୍ୟବସ୍ଥା ଲାଗୁ କରୁ ନ ଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର କ୍ଷତି ହୋଇଚାଲିଛି।
ଅଭିଯୋଗ ଅନୁସାରେ, ଅବଢ଼ା ନିଲାମ ହେଲେ ସଙ୍ଗେସଙ୍ଗେ ନିଲାମର ୫୦ ପ୍ରତିଶତ ଅର୍ଥ ପଇଠ କରିବାର ନିୟମ ରହିଛି। ପୁଣି ମାସେ ମଧ୍ୟରେ ଅବଶିଷ୍ଟ ଅର୍ଥ ପଇଠ କରାଯିବ। ହେଲେ ନିୟମକୁ ଅଣଦେଖା କରି ନିଲାମ ଅର୍ଥ ଆଦାୟ କରାଯାଉନାହିଁ। ଅନ୍ୟପକ୍ଷେ ଅବଢ଼ା ନିଲାମ ପାଇଁ ଅଧିକ ଟଙ୍କା ଡାକି ନିଲାମ ନିଆଯାଉଛି। ଯାହାର ନଜିର ଗତବର୍ଷ ଅବଢ଼ା ନିଲାମକୁ ନିଆଯାଇପାରେ। ଗତବର୍ଷ ଜୁନ୍‌ରେ ଅବଢ଼ା ପାଇଁ ନିଲାମ ହୋଇଥିଲା। ୫ ଲକ୍ଷ ୫୪ ହଜାର ନିଲାମ ହୋଇଛି। ନିଲାମ ନେଇଥିବା ବ୍ୟକ୍ତି ୧ ଲକ୍ଷ ଟଙ୍କା ଦେଇ ଆଉ ଦେଇ ନ ଥିବା ଜଣାପଡ଼ିଛି। ୨୦୨୩ ମେ’ରେ ନିଲାମ ଅବଧି ଶେଷ ହେବ। ନିଲାମ ଶେଷ ପାଇଁ ଆଉ ସ୍ବଳ୍ପଦିନ ବାକି ରହିଛି। ଦେବୋତ୍ତର ବିଭାଗ ପକ୍ଷରୁ ଏଯାବତ୍‌ ନିଲାମଧାରୀଙ୍କୁ ନୋଟିସ୍‌ ମଧ୍ୟ ଦିଆଯାଇନାହିଁ। ଏଭଳିସ୍ଥଳେ ଠାକୁରଙ୍କର ରାଜସ୍ବ କ୍ଷତି ହୋଇଚାଲିଛି। ଏଭଳି ପ୍ରତିବର୍ଷ ବକେୟା ଟଙ୍କା ଆଦାୟ ନ କରାଯାଇ ନିଲାମ କରାଯାଉଛି। ପ୍ରଶ୍ନ ଉଠୁଛି ଅଧିକ ଟଙ୍କାରେ ଅବଢ଼ା ନିଲାମ ଦେଇ ଲାଭ କ’ଣ। ଠାକୁରଙ୍କ ପାଣ୍ଠିକୁ ରାଜସ୍ବ ଆସୁ ନ ଥିଲେ ହେଁ ଅଧିକ ଦରରେ ନିଲାମ କାହିଁକି କରାଯାଉଛି। ଏଭଳି ଚଞ୍ଚକତା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ କାହିଁକି ଚିହ୍ନଟ କରାଯାଉନାହିଁ। ପୁଣି ଅବଢ଼ାର କ୍ୱାଲିଟି ରହୁନି। ଯଦି କୌଣସି ଅନୁଷ୍ଠାନ ଅଥବା ସେବାସୀ କମ୍‌ ଟଙ୍କାରେ ନିଲାମ ନେଇ ସମସ୍ତ ଟଙ୍କା ଆଗୁଆ ପଇଠ କରୁଛନ୍ତି ତାଙ୍କୁ କାହିଁକି ନିଲାମ ଦିଆଯାଉନି। ଅବଢ଼ା ନିଲାମରେ ରାଜନୀତି ଚାଲିଛି ବୋଲି ଅଭିଯୋଗ ଉଠୁଛି। ଏ ନେଇ ନୟାଗଡ଼ ପୁରୁଣା ସହରର ଭବାନୀ ଦାଶ କୁହନ୍ତି, ଅବଢ଼ା ନିଲାମରେ ଚଞ୍ଚକତା କରାଯାଉଛି। ପ୍ରାୟ ୧୦ ବର୍ଷର ନିଲାମ ପ୍ରକ୍ରିୟାକୁ ଦେଖିଲେ ଠାକୁର କ୍ଷତି ସହୁଛନ୍ତି। ଦେବୋତ୍ତର କର୍ତ୍ତୃପକ୍ଷ ରିକଭରି ପାଇଁ ପଦକ୍ଷେପ ନେଲେ ଏଭଳି ଅସୁବିଧା ହୁଅନ୍ତା ନାହିଁ। ରିକଭରି ବ୍ୟବସ୍ଥା ନ ଥିବାରୁ କିଛି ଲୋକ ଅବଢ଼ା ନିଲାମ ଟଙ୍କାକୁ ବକେୟା ରଖି ନିଜ ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ନିଜ ଲୋକଙ୍କ ସହାୟତାରେ ନିଲାମ ନେଇ ଲାଭବାନ୍‌ ହେଉଛନ୍ତି। ଦେବୋତ୍ତର ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲିି ଦାବି ହେଉଛି। ଏ ସମ୍ପର୍କରେ ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରେ ଅଧିକ ଟଙ୍କାରେ ନିଲାମ ନେଇ ସ୍ବଳ୍ପ ଟଙ୍କା ଦେଇ ଅବଶିଷ୍ଟ ଅର୍ଥ ପ୍ରଦାନ କରୁନାହାନ୍ତି। ଏଣୁ ଠାକୁରଙ୍କର କ୍ଷତି ହେଉଛି। ତେବେ ଯେଉଁମାନେ ନିଲାମ ଅର୍ଥ ପ୍ରଦାନ କରୁନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ କେସ୍‌ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?