ଜିଆଇ ଟ୍ୟାଗ୍‌ ମାନ୍ୟତା ଦୌଡ଼ରେ ନୟାଗଡ଼ ନାହିଁ

ନୟାଗଡ଼ ଅଫିସ,(ଲୋକନାଥ ମିଶ୍ର)୨୮।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଓଡ଼ିଶାରୁ ଗଜପତି ଜିଲାର ଖଜୁରୀ ଗୁଡ଼, କଟକର ରୁପା ତାରକସୀ ହସ୍ତଶିଳ୍ପ, ମୟୁରଭଞ୍ଜର କାଇ ଚଟଣୀ, ଢ଼େଙ୍କାନାଳର ମହିଁଷି କ୍ଷୀର ଲହୁଣୀରେ ତିଆରି ମଗଜି ସହିତ କେନ୍ଦ୍ରାପଡ଼ାର ସୁସ୍ବାଦୁ ରସାବଳୀ ଦୌଡ଼ରେ ରହିଛି ।
ତେବେ ନୟାଗଡ଼ ଜିଲାରେ ପ୍ରସ୍ତୁତ ପ୍ରସିଦ୍ଧ ଛେନାପୋଡ଼ ଓ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଥିବା କଣ୍ଟିଲୋ କଂସା ପିତଳ ବାସନ ଏହି ତାଲିକାରେ ନାହିଁ। ଯାହା ଜିଲାବାସୀଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷେ ଯେଉଁ ବ୍ୟକ୍ତିମାନେ ଭାଷଣରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସମ୍ମାନ କହୁଥିଲେ ସେମାନେ ଏବେ ଚୁପ୍‌ ହୋଇ ବସିଛନ୍ତି।
ନୟାଗଡ଼ ଛେନାପୋଡ଼ ଓ କଣ୍ଟିଲୋ କଂସା ପିତଳ ବାସନକୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ତୃତୀୟ ପର୍ଯ୍ୟାୟ ବୈଠକ ଜୁନ ୨୮ରେ ନୟାଗଡ଼ ଜିଲାପାଳଙ୍କ ମିନି ସଭାଗୃହରେ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବାର ଦାବି ଉଠାଇବା ପାଇଁ ଲୋଗୋ ପ୍ରସ୍ତୁତ ହୋଇଥିବା କୁହାଯାଇଥିଲା। ତେବେ କଣ୍ଟିଲୋ କଂସା ଓ ପିତଳ ବାସନ ଲୋଗୋ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି ବୋଲିି ସଭାରେ ଦର୍ଶାଯାଇଥିଲା। ଏତଦ୍‌ ବ୍ୟତୀତ କଂସା ପିତଳ ବାସନର ତିଆରି ଜ୍ୟୋତିର ମାନ ପରୀକ୍ଷା କରାଯିବ।
ମାନ ପରୀକ୍ଷଣ ପାଇଁ ବିଜ୍ଞାନଗାରକୁ ପଠାଇବା ନିମନ୍ତେ ନୟାଗଡ଼ ହସ୍ତ ଓ କୁଟୀର ଶିଳ୍ପ ପ୍ରୋଗ୍ରାମ ଅଫିସର ସୂର୍ଯ୍ୟକାନ୍ତ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ କଣ୍ଟିଲୋ ବାପୁଜୀ କଂସା ପିତଳ ସମବାୟ ସମିତିର ସଭାପତି କ୍ଷମତାପ୍ରାପ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ପତ୍ର ସହ ନୟାଗଡ଼ ଜିଲାପାଳଙ୍କ ଜରିଆରେ ପଠାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଅନ୍ୟାନ୍ୟ ଆଲୋଚନା ପରବର୍ତ୍ତୀ ବୈଠକ ଜୁଲାଇ ଶେଷ ସପ୍ତାହରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏହାର ସମୀକ୍ଷା କରାଯିବ ବୋଲି ଅତିରକ୍ତ ଜିଲାପାଳ ରାୟ ପ୍ରକାଶ କରିଥିଲେ। ତେବେ ଏହା ପରେ ଆଉ ବୈଠକ ବସି ନ ଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।
ଆବେଦନ ପାଇଁ ସମୟ ଗଡୁଛି
ଜିଲାର ପ୍ରସିଦ୍ଧ ଛେନାପୋଡ଼ ଓ କଣ୍ଟିଲୋ କଂସା ପିତଳ ବାସନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଦାବି ତ୍ୱରାନ୍ବିତ ହେଉନାହିଁ ବୋଲି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ଛେନାପୋଡ଼ ଓ କଣ୍ଟିଲୋ କଂସା ପିତଳ ବାସନକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୨୦୨୨ ଜୁନ ମାସ ପ୍ରଥମ ସପ୍ତାହ ସୁଦ୍ଧା ନିର୍ଦ୍ଧାରିତ ଫମର୍ର୍ରେ ଆବେଦନ କରିବାକୁ ଅତିରିକ୍ତ ଜିଲାପାଳ ୨୦୨୨ ମେ ୨୦ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜୁନ ଶେଷ ହୋଇ ନଭେମ୍ବର ଶେଷ ହେବାକୁ ଯାଉଥିଲେ ହେଁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ ହେଲା ନାହିଁ। ସେହିପରି କଂସା ପିତଳ ବାସନ ଓ ଛେନାପୋଡ଼ର ଲୋଗୋ ପ୍ରସ୍ତୁତ କରିବା ସହିତ ଏହାର ଗୁଣବତ୍ତା ଦିଗରେ ତଥ୍ୟ ଉପସ୍ଥାପନ କରିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଛେନାପୋଡ଼ର ଲୋଗୋ ହୋଇଗଲା ଅଥଚ କଂସା ପିତଳ ବାସନର ଲୋଗୋ ହୋଇ ପାରିନି ।

୫ ବର୍ଷ ପରେ ବି ପ୍ରସ୍ତୁତି ଶେଷ ହେଉନି

ନୟାଗଡ଼ର ଛେନାପୋଡ଼ ସମେତ ଅନ୍ୟ ସାମଗ୍ରୀକୁ ଜିଆଇ ଟ୍ୟାଗ୍‌ ମିଳୁ ବୋଲି ୨୦୧୭ରୁ ଦାବି ହୋଇ ଆସୁଛି ।
ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି ।
ତେବେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଜିଲା ଓର୍‌ମାସ କାର୍ଯ୍ୟାଳୟକୁ ଏହାର ସ୍ଥିତି ବିଷୟରେ ଜଣାଇବା ପାଇଁ କୁହାଯାଇଥିଲା। ଜିଲା ଓର୍‌ମାସ କାର୍ଯ୍ୟାଳୟ ୧୩ ଜୁନ୍‌ ୨୦୧୭ରେ ନୟାଗଡ଼ର ଛେନାପୋଡ଼ ସମେତ ଜିଲାର ପ୍ରସିଦ୍ଧ ଥିବା ରଣପୁର ବ୍ଳକର ଲୋଧାଚୁଆ, ନୟାଗଡ଼ ବ୍ଳକର ଇକିରି, କିଦ୍ରାଶପୁର ଓ ଦଶପଲ୍ଲା ବ୍ଳକ ବାଣିଗୋଛା ଗାଁର ମୁଗ, ଖଣ୍ଡପଡ଼ା ବ୍ଳକ କଣ୍ଟିଲୋ ଗ୍ରାମର ପିତ୍ତଳ ମୂର୍ତ୍ତିି, ଦଶପଲ୍ଲା , ନୂଆଗାଁ, ଖଣ୍ଡପଡ଼ା ଏବଂ ଗଣିଆ ବ୍ଳକର ମେସିନ୍‌ ଦ୍ୱାରା ସିଲା ହେଉଥିବା ଶିଆଳି ଖଲିପତ୍ର, ଖଣ୍ଡପଡ଼ା ଓ ଗଣିଆ ବ୍ଲକର ଧୂଆମଡ଼ା ଗ୍ରାମର କାଠ ହସ୍ତଶିଳ୍ପ ବିଷୟରେ ତଥ୍ୟ ପ୍ରଦାନ କରିଥିଲା। ଏହି ସମସ୍ତ ଦ୍ରବ୍ୟକୁ ଜିଆଇ ଟ୍ୟାଗ୍‌ ପାଇଁ ପଞ୍ଜୀକୃତ କରିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ଚିିଠିରେ ଦର୍ଶାଯାଇଥିଲା ।
ଏହା ପରେ ବିଭିନ୍ନ ସମୟରେ ସରକାରୀ ଓ ବେସରକାରୀସ୍ତରରେ ବୈଠକ କରାଯାଇ ବାହାବା ନିଆଯାଉଛି । ଅନ୍ୟପକ୍ଷେ ନୟାଗଡ଼ ଛେନାପୋଡର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ୯୧ ତମ ଜନ୍ମ ବାର୍ଷିକ ଏପ୍ରିଲ ୧୧କୁ ଛେନାପୋଡ଼ ଦିବସ ଭାବେ ନୟାଗଡ଼ ଜିଲାରେ ପ୍ରଥମ ଥର ପାଇଁ ପାଳନ କରାଯାଇଛି ।
ଏହି ଦିବସ ଜିଲାର ବିଭିନ୍ନ ବ୍ଳକ, ଗାଁ , ୱାର୍ଡ, ରାଜ୍ୟ ଓ ଦେଶବିଦେଶରେ ପାଳନ କରାଯାଇଥିଲା । ଏନେଇ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ କୁହନ୍ତି, ଜୁନ ମାସ ପରେ ଆମେ ବୈଠକ କରି ପାରି ନାହୁଁ । ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପ୍ରସ୍ତୁତି ପ୍ରଶାସନରୁ ଜାରି ରହିଛି । ଖୁବଶୀଘ୍ର ଏନେଇ ବୈଠକ କରାଇ ତ୍ୱରିତ ପଦକ୍ଷେପ ନେବୁ ବୋଲି କହିଛନ୍ତି । ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, ଏ ଦିଗରେ ଆମେ କିପରି ସଫଳତା ପାଇବା ସେନେଇ ପ୍ରଚେଷ୍ଟା ତ୍ୱରିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?