ଇଦ୍‌ ପରେ ପାକିସ୍ତାନ ଫେରିବେ ନଓ୍ବାଜ ଶରିଫ୍‌

ଇସଲାମାବାଦ,୧୧ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଇଦ୍‌ ପରେ ଆସନ୍ତା ମାସରେ ପାକିସ୍ତାନକୁ ଫେରିପାରନ୍ତି। ଏହି ସୂଚନା ପିଏମ୍‌ଏଲ୍‌-ଏନ୍‌ର ଜଣେ ବରିଷ୍ଠ ନେତା ପ୍ରଦାନ କରିଛନ୍ତି। ଆଜିକାଲି ପାକିସ୍ତାନରେ ଇମ୍ରାନ ଖାନଙ୍କୁ ନେଇ ଅନେକ ରାଜନୈତିକ ଆନ୍ଦୋଳନ ଚାଲିଛି। ଏହି ସମୟରେ ମିଆଁ ଜାଭେଦ ଲତିଫ କହିଛନ୍ତି, ପିଏମଏଲ-ଏନ୍‌ ସୁପ୍ରିମୋ ତଥା ୩ଥର ପ୍ରଧାନମନ୍ତ୍ରୀ ହୋଇଥିବା ଶରିଫ୍‌ଙ୍କ ଆଶା କରାଯାଉଥିବା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ମିଳିତ ଦଳ ସହ ଆଲୋଚନା ହେବ। ମେ’ ମାସର ପ୍ରଥମ ସପ୍ତାହରେ ଇଦ୍‌ ପାଳନ କରାଯିବ। ଏହି ଦିନ ଶରିଫ୍‌ ପାକିସ୍ତାନ ଫେରିବେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସରକାର ୭୨ ବର୍ଷୀୟ ପିଏମ୍‌ଏଲ୍‌-ଏନ୍‌ର ସୁପ୍ରିମୋ ନଓ୍ବାଜ ଶରିଫ୍‌ଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ରୁଜୁ କରିଛନ୍ତି। ପାନାମା ପେପର୍ସ ମାମଲାରେ ଶରିଫ୍‌ଙ୍କୁ ଜୁଲାଇ ୨୦୧୭ରେ ବହିଷ୍କାର କରାଯାଇଥିଲା। ଲାହୋର ହାଇକୋର୍ଟ ତାଙ୍କୁ ବିଦେଶରେ ଚିକିତ୍ସା ପାଇଁ ଅନୁମତି ଦେବା ପରେ ସେ ଚାରି ସପ୍ତାହ ବିଦେଶ ଯାଇଥିଲେ। ଅଲ୍‌ ଅଜିଜିଆ ମିଲ୍ସ ଦୁର୍ନୀତି ମାମଲାରେ ମଧ୍ୟ ଶରିଫ୍‌ଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ମାମଲାରେ ସେ ଲାହୋରର କୋଟ ଲଖପାଟ ଜେଲରେ ୭ ବର୍ଷ କାରାଦଣ୍ଡ ଭୋଗୁଥିଲେ। ଦେଶର ରାଜନୈତିକ ଅସ୍ଥିରତା ବିଷୟରେ ଲତିଫ କହିଛନ୍ତି, ମିଳିତ ସରକାର ୬ ମାସରୁ ଅଧିକ ସମୟ ଧରି ରହିବେ ନାହିଁ ଏବଂ ଏହାର ଏକମାତ୍ର ସମାଧାନ ହେଉଛି ନୂତନ ନିର୍ବାଚନ।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri