Posted inଜାତୀୟ

ଫଡନବିଶଙ୍କ ଅଭିଯୋଗକୁ ନେଇ ନୱାବ କହିଲେ କାଲି ପକାଇବେ ହାଇଡ୍ରୋଜେନ ବମ୍‌

ମୁମ୍ବାଇ,୯ ।୧୧: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କର ଅଣ୍ଡରୱାର୍ଲଡ ସମ୍ପର୍କ ଥିବା କହିଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ । ଏହାର ଉତ୍ତର ଦେବାକୁ ଯାଇ ମଲିକ କହିଛନ୍ତି ଫଡନବିଶଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ତାଙ୍କର ଅଣ୍ଡରୱାର୍ଲଡ ସହ କୌଣସି ସମ୍ପର୍କ ନାହିଁ । ଏହି ଅଭିଯୋଗ ପଛରେ କ’ଣ ଖେଳ ରହିଛି ତାହାର ଯବାବ ମଲିକ କାଲି ଅର୍ଥାତ୍ ବୁଧବାର ଦେବେ ବୋଲି କହିଛନ୍ତି । ଦେଢ ଲକ୍ଷର ଜମିକୁ ସେ କଉଡି ଦରରେ ନେଇଥିବା ଓ ଏଥିରେ ଘର କରି ୧୫୦ ଲୋକଙ୍କୁ ଦିଆଯାଇଥିବା ସେ କହିଛନ୍ତି । ତେଣୁ ଫଡନବିଶ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଟିକେ ଢଙ୍ଗରେ ଆଣିବା ଭଲ ବୋଲି ମଲିକ କହିଛନ୍ତି । ତେବେ ତାଙ୍କର ଅଣ୍ଡରୱାର୍ଲଡ ସହ କୌଣସି ସମ୍ପର୍କ ନ ଥିବା ସେ କହିବା ସହ ବୁଧବାର ସକାଳ ୧୦ଟାରେ ସେ ଅଣ୍ଡରୱାର୍ଲଡର ହାଇଡ୍ରୋଜେନ୍ ବମ୍ ପକାଇବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ନୱାବ ମଲିକ ୱାନଖେଡେଙ୍କ ସହ ଦେବେନ୍ଦ୍ର ଫଡନବିଶଙ୍କ ଉପରେ ବି ଅଭିଯୋଗ ଆଣିଥିଲେ । ସେ କହିଥିଲେ ମୁମ୍ବାଇରେ ଡ୍ରଗ୍ସ କାରବାର ଫଡବିଶଙ୍କ ଇସାରାରେ ହେଉଛି । ଏହାସହ ନୱାବ ଆହୁରି ମଧ୍ୟ କହିଥିଲେ କି ପ୍ରାଇଭେଟ ଆର୍ମି ମାଧ୍ୟମରେ ସମିର ୱାନଖେଡେ ଚାନ୍ଦା ଆଦାୟ କାମ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri